ଗୁଡ୍ଡୁ ମୁସଲିମ୍‌ଙ୍କ ବରଗଡ଼ ଲିଙ୍କ୍‌

ଭୁବନେଶ୍ୱର,(ବ୍ୟୁରୋ)/ ବରଗଡ଼ ଅଫିସ୍‌, ୨୨।୪: ଗୁଳିମାଡ଼ରେ ମୃତ ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ଙ୍କୁ ଧରିବାକୁ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରୁଛି। ଗିରଫଦାରି କିମ୍ବା ଏନ୍‌କାଉଣ୍ଟର ଭୟରେ ଗୁଡ୍ଡୁ ପୁରୀକୁ ଆସି ଆତ୍ମଗୋପନ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏବେ ଗୁଡ୍ଡୁଙ୍କ ଓଡ଼ିଶାର ବରଗଡ଼ ଲିଙ୍କ୍‌ ଥିବା ସାମ୍ନାକୁ ଆସିଛି। ୟୁପି ଏସ୍‌ଟିଏଫ୍‌ ଟିମ୍‌ ଗୁଡ୍ଡୁ ଡ୍ରାଇଭରଙ୍କ ସହ ଲିଙ୍କ୍‌ରେ ଭଟଲି ଅଞ୍ଚଳରେ ରହୁଥିବା ରାଜା ଖାନ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରି ଫେରିଯିବା ପରେ ଏହା ସ୍ପଷ୍ଟ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ଡିଜି ସୁନୀଲ ବଂଶଲ ଶୁକ୍ରବାର କହିଛନ୍ତି, ୨ଦିନ ତଳେ ୟୁପି ପୋଲିସର ଏସ୍‌ଟିଏଫ୍‌ ଓଡ଼ିଶା ଆସିଥିଲା। ସେମାନେ ବରଗଡ଼ ଜିଲାରେ ଗୋଟିଏ ଦିନ ରହି ଜଣଙ୍କୁ ପଚରାଉଚରା କରିଥିଲେ। ଏଥିପାଇଁ ସେମାନେ ଓଡ଼ିଶା ପୋଲିସର ସହାୟତା ମଧ୍ୟ ନେଇଥିଲେ। ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରି ୟୁପି ଏସ୍‌ଟିଏଫ୍‌ ଟିମ୍‌ ଫେରିଯାଇଛି। ହେଲେ ତଦନ୍ତ ବିଷୟରେ ଆମକୁ କିଛି ଜଣାଇ ନ ଥିବା ଡିଜିପି କହିଛନ୍ତି।
ତେବେ ଜେରା ହୋଇଥିବା ରାଜାଙ୍କ ଘର ଛତିଶଗଡ଼ ମହାସମୁଦ ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ନାମରେ ବହୁ ଆପରାଧିକ ମାମଲା ରହିଥିବା ସୂଚନା ମିଳିଛି। ୧୮ ତାରିଖରେ ୟୁପି ଏସ୍‌ଟିଏଫ୍‌ର ୫ ଜଣିଆ ଟିମ୍‌ ବରଗଡ଼ ଆସି ରାଜାଙ୍କୁ ଫେରାର ଥିବା ଗୁଡ୍ଡୁ, ତାଙ୍କ ଡ୍ରାଇଭର ଓ ଅତିକଙ୍କ ସ୍ତ୍ରୀ
ସହିସ୍ତା ପର୍‌ବିନ୍‌ଙ୍କ ବିଷୟରେ ପଚରାଉଚରା କରିଥିବା ସୂଚନା ମିଳିଛି। ତେବେ ୟୁପି ଏସ୍‌ଟିଏଫ୍‌ ସ୍କାନର୍‌କୁ ରାଜା ଆସିବା ପରେ ତାଙ୍କ ଠିକଣାକୁ ନେଇ ପ୍ରଶ୍ନ ଉଠିଛି। କାରଣ ରାଜା ରହୁଥିବା ବରଗଡ଼ ଭଟଲି ଛକସ୍ଥିତ ନିଗମାନନ୍ଦ ବିହାର ଘରେ ତାଲା ପଡ଼ିଛି। ସେ ଏବେ କେଉଁଠି ଅଛନ୍ତି ବୋଲି ନାନା ପ୍ରଶ୍ନ ଉଠିଛି।
ସେପଟେ ଓଡ଼ିଶା ସହ ଉତ୍ତରପ୍ରଦେଶ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ଲିଙ୍କ୍‌ ପଦାକୁ ଆସିବା ପରେ ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଗ୍ୟାଙ୍ଗଷ୍ଟର ଗୁଡ୍ଡୁଙ୍କ ଓଡ଼ିଶା ଲିଙ୍କ୍‌ ପ୍ରସଙ୍ଗ ସମେତ ତାଙ୍କ ଆପରାଧିକ ସାମ୍ରାଜ୍ୟ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଆଇନ ଶୃଙ୍ଖଳା ଏଡିଜି ଆର୍‌. କେ. ଶର୍ମା, ଓଡ଼ିଶା ସ୍ପେଶାଲ ଆର୍ମସ ପୋଲିସ ଆର୍‌.ପି କୋଚେ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗୁଡ୍ଡୁ ବହୁ ଅପରାଧ କରି ଜେଲରେ ଥିବାବେଳେ ଅତିକ୍‌ ତାଙ୍କୁ ବେଲ୍‌ରେ ମୁକୁଳାଇଥିଲେ। ପରେ ଅତିକଙ୍କ ଗ୍ୟାଙ୍ଗ ସହ ଗୁଡ୍ଡୁ ୧୦ ବର୍ଷ ହେଲା କାମ କରୁଥିଲେ। ବୋମା ତିଆରି ଓ ଏହାକୁ ଫୋପାଡ଼ି ଆତଙ୍କ ସୃଷ୍ଟି କରିବାରେ ଗୁଡ୍ଡୁ ପ୍ରମୁଖ ଭୂମିକା ନେଉଥିଲେ। ୨୦୦୫ରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ତତ୍କାଳୀନ ବିଧାୟକ ରାଜୁ ପାଲ୍‌ଙ୍କୁ ଅତିକ ଓ ତାଙ୍କ ଭାଇ ଅଶ୍ରଫ୍‌ ହତ୍ୟା କରିଥିଲେ। ଏହି ମାମଲାରେ ମୁଖ୍ୟ ସାକ୍ଷୀ ଥିବା ଆଇନଜୀବି ଉମେଶ ପାଲ୍‌ଙ୍କୁ ଗତ ଫେବୃୟାରୀ ୨୪ରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ସମୟରେ ଗୁଡ୍ଡୁ ବହୁ ବୋମା ମାଡ଼ କରିଥିଲେ। ପରେ ଏହି ମାମଲାରେ ଅତିକ ଓ ଅଶ୍ରଫଙ୍କୁ ଗିରଫ କରାଯାଇଥିଲା। ଏପ୍ରିଲ ୧୩ରେ ଅତିକଙ୍କ ପୁଅ ଅସଦ୍‌ ଓ ଶୁଟର ଗୁଲାମଙ୍କୁ ଏସ୍‌ଟିଏଫ୍‌ ଏନ୍‌କାଉଣ୍ଟର କରିଥିଲା। ଏପ୍ରିଲ ୧୫ ରାତିରେ ଅତିକ ଓ ଅଶ୍ରଫଙ୍କୁ ହ୍ୟାଣ୍ଡକପ୍‌ ଦିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ନିଆଯାଉଥିବା ବେଳେ ୩ ଯୁବକ ଖବରଦାତା ବେଶରେ ଆସି ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri