ଗୁଡ୍ଡୁ ମୁସଲିମ୍‌ଙ୍କ ବରଗଡ଼ ଲିଙ୍କ୍‌

ଭୁବନେଶ୍ୱର,(ବ୍ୟୁରୋ)/ ବରଗଡ଼ ଅଫିସ୍‌, ୨୨।୪: ଗୁଳିମାଡ଼ରେ ମୃତ ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ଙ୍କୁ ଧରିବାକୁ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରୁଛି। ଗିରଫଦାରି କିମ୍ବା ଏନ୍‌କାଉଣ୍ଟର ଭୟରେ ଗୁଡ୍ଡୁ ପୁରୀକୁ ଆସି ଆତ୍ମଗୋପନ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏବେ ଗୁଡ୍ଡୁଙ୍କ ଓଡ଼ିଶାର ବରଗଡ଼ ଲିଙ୍କ୍‌ ଥିବା ସାମ୍ନାକୁ ଆସିଛି। ୟୁପି ଏସ୍‌ଟିଏଫ୍‌ ଟିମ୍‌ ଗୁଡ୍ଡୁ ଡ୍ରାଇଭରଙ୍କ ସହ ଲିଙ୍କ୍‌ରେ ଭଟଲି ଅଞ୍ଚଳରେ ରହୁଥିବା ରାଜା ଖାନ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରି ଫେରିଯିବା ପରେ ଏହା ସ୍ପଷ୍ଟ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ଡିଜି ସୁନୀଲ ବଂଶଲ ଶୁକ୍ରବାର କହିଛନ୍ତି, ୨ଦିନ ତଳେ ୟୁପି ପୋଲିସର ଏସ୍‌ଟିଏଫ୍‌ ଓଡ଼ିଶା ଆସିଥିଲା। ସେମାନେ ବରଗଡ଼ ଜିଲାରେ ଗୋଟିଏ ଦିନ ରହି ଜଣଙ୍କୁ ପଚରାଉଚରା କରିଥିଲେ। ଏଥିପାଇଁ ସେମାନେ ଓଡ଼ିଶା ପୋଲିସର ସହାୟତା ମଧ୍ୟ ନେଇଥିଲେ। ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରି ୟୁପି ଏସ୍‌ଟିଏଫ୍‌ ଟିମ୍‌ ଫେରିଯାଇଛି। ହେଲେ ତଦନ୍ତ ବିଷୟରେ ଆମକୁ କିଛି ଜଣାଇ ନ ଥିବା ଡିଜିପି କହିଛନ୍ତି।
ତେବେ ଜେରା ହୋଇଥିବା ରାଜାଙ୍କ ଘର ଛତିଶଗଡ଼ ମହାସମୁଦ ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ନାମରେ ବହୁ ଆପରାଧିକ ମାମଲା ରହିଥିବା ସୂଚନା ମିଳିଛି। ୧୮ ତାରିଖରେ ୟୁପି ଏସ୍‌ଟିଏଫ୍‌ର ୫ ଜଣିଆ ଟିମ୍‌ ବରଗଡ଼ ଆସି ରାଜାଙ୍କୁ ଫେରାର ଥିବା ଗୁଡ୍ଡୁ, ତାଙ୍କ ଡ୍ରାଇଭର ଓ ଅତିକଙ୍କ ସ୍ତ୍ରୀ
ସହିସ୍ତା ପର୍‌ବିନ୍‌ଙ୍କ ବିଷୟରେ ପଚରାଉଚରା କରିଥିବା ସୂଚନା ମିଳିଛି। ତେବେ ୟୁପି ଏସ୍‌ଟିଏଫ୍‌ ସ୍କାନର୍‌କୁ ରାଜା ଆସିବା ପରେ ତାଙ୍କ ଠିକଣାକୁ ନେଇ ପ୍ରଶ୍ନ ଉଠିଛି। କାରଣ ରାଜା ରହୁଥିବା ବରଗଡ଼ ଭଟଲି ଛକସ୍ଥିତ ନିଗମାନନ୍ଦ ବିହାର ଘରେ ତାଲା ପଡ଼ିଛି। ସେ ଏବେ କେଉଁଠି ଅଛନ୍ତି ବୋଲି ନାନା ପ୍ରଶ୍ନ ଉଠିଛି।
ସେପଟେ ଓଡ଼ିଶା ସହ ଉତ୍ତରପ୍ରଦେଶ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ଲିଙ୍କ୍‌ ପଦାକୁ ଆସିବା ପରେ ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଗ୍ୟାଙ୍ଗଷ୍ଟର ଗୁଡ୍ଡୁଙ୍କ ଓଡ଼ିଶା ଲିଙ୍କ୍‌ ପ୍ରସଙ୍ଗ ସମେତ ତାଙ୍କ ଆପରାଧିକ ସାମ୍ରାଜ୍ୟ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଆଇନ ଶୃଙ୍ଖଳା ଏଡିଜି ଆର୍‌. କେ. ଶର୍ମା, ଓଡ଼ିଶା ସ୍ପେଶାଲ ଆର୍ମସ ପୋଲିସ ଆର୍‌.ପି କୋଚେ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗୁଡ୍ଡୁ ବହୁ ଅପରାଧ କରି ଜେଲରେ ଥିବାବେଳେ ଅତିକ୍‌ ତାଙ୍କୁ ବେଲ୍‌ରେ ମୁକୁଳାଇଥିଲେ। ପରେ ଅତିକଙ୍କ ଗ୍ୟାଙ୍ଗ ସହ ଗୁଡ୍ଡୁ ୧୦ ବର୍ଷ ହେଲା କାମ କରୁଥିଲେ। ବୋମା ତିଆରି ଓ ଏହାକୁ ଫୋପାଡ଼ି ଆତଙ୍କ ସୃଷ୍ଟି କରିବାରେ ଗୁଡ୍ଡୁ ପ୍ରମୁଖ ଭୂମିକା ନେଉଥିଲେ। ୨୦୦୫ରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ତତ୍କାଳୀନ ବିଧାୟକ ରାଜୁ ପାଲ୍‌ଙ୍କୁ ଅତିକ ଓ ତାଙ୍କ ଭାଇ ଅଶ୍ରଫ୍‌ ହତ୍ୟା କରିଥିଲେ। ଏହି ମାମଲାରେ ମୁଖ୍ୟ ସାକ୍ଷୀ ଥିବା ଆଇନଜୀବି ଉମେଶ ପାଲ୍‌ଙ୍କୁ ଗତ ଫେବୃୟାରୀ ୨୪ରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ସମୟରେ ଗୁଡ୍ଡୁ ବହୁ ବୋମା ମାଡ଼ କରିଥିଲେ। ପରେ ଏହି ମାମଲାରେ ଅତିକ ଓ ଅଶ୍ରଫଙ୍କୁ ଗିରଫ କରାଯାଇଥିଲା। ଏପ୍ରିଲ ୧୩ରେ ଅତିକଙ୍କ ପୁଅ ଅସଦ୍‌ ଓ ଶୁଟର ଗୁଲାମଙ୍କୁ ଏସ୍‌ଟିଏଫ୍‌ ଏନ୍‌କାଉଣ୍ଟର କରିଥିଲା। ଏପ୍ରିଲ ୧୫ ରାତିରେ ଅତିକ ଓ ଅଶ୍ରଫଙ୍କୁ ହ୍ୟାଣ୍ଡକପ୍‌ ଦିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ନିଆଯାଉଥିବା ବେଳେ ୩ ଯୁବକ ଖବରଦାତା ବେଶରେ ଆସି ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri