କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ ଅସଦାଚରଣ କରିଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ଗତ ସେପ୍ଟେମର ୨୮ ତାରିଖରେ ହୋଇଥିଲେ ମଧ୍ୟ ଥାନା ଅଥବା କଲେଜ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡ଼ିଛି ।
ଅଭିଯୋଗ ଅନୁଯାୟୀ ଅଧ୍ୟାପିକା ଗତ ସେପ୍ଟେମ୍ବର ୨୮ରେ କ୍ଲାସ ନେବାରେ ବିଳମ୍ବ କରିଥିଲେ ଅଧ୍ୟାପିକା । ଏହାପରେ ଚଳିତ ମାସ ଏକ ତାରିଖରେ ସଂପୃକ୍ତ ଛାତ୍ରୀଙ୍କ ବାପା କଲେଜକୁ ଆସି ଅଧ୍ୟାପିକାଙ୍କୁ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ କଲେଜରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେ ସଦର ଥାନାରେ ଗତ ତିନି ତାରିଖରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏସମ୍ପର୍କରେ ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ କରିଛନ୍ତିଯେ, ଅଭିଯାଗକୁ ଭିତ୍ତି କରି ଏକ ମାମଲା ( ନଂ- 608/26) ରୁଜୁ ସହ ତଦନ୍ତ ଚାଲିଛି ।
ଅପରପକ୍ଷରେ କଲେଜ ଅଧ୍ୟକ୍ଷା କହିଛନ୍ତିଯେ ଏନେଇ ଷ୍ଟାଫ ମିଟିଂ ଡାକି ଆଲୋଚନା ହୋଇଥିଲା। ସେହିପରି ଇଂଟରନାଲ କମ୍ପ୍ଲେନ କମିଟି ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଅଧ୍ୟାପିକା ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁନାହାନ୍ତି ।