ବଜାରରେ ଜିଟି ଟେକ୍ସା ଇ-ମୋଟରସାଇକେଲ

ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଦୁଇଚକିଆ ଇଲେକ୍ଟ୍ରିକ୍‌ ଭେଇକିଲ(ଇଭି) ନିର୍ମାତା ଜିଟି ଫୋର୍ସର ବହୁ ପ୍ରତୀକ୍ଷିତ ଇ- ମୋଟରସାଇକେଲ (ଇଲେକ୍ଟ୍ରିକ ମୋଟରସାଇକେଲ) ‘ଜିଟି ଟେକ୍ସା’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏପରିକି ସହରାଞ୍ଚଳ ଚାଳକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିର୍ମିତ ଏହି ଅତ୍ୟାଧୁନିକ ଇଭି ବାଇକ୍‌ରେ ଆଡ୍‌ଭାନ୍ସଡ ଟେକ୍ନୋଲୋଜି, ଅତୁଳନୀୟ କାର୍ଯ୍ୟଦକ୍ଷତା ଓ ପରିବେଶ-ଅନୁକୂଳ ଯାତାୟାତକୁ ଏକତ୍ରିତ କରିଛି। ବିଶେଷକରି ଏହାର ହାଲୁକା ଡିଜାଇନ ଓ ବୈପ୍ଳବିକ ଫିଚରଗୁଡିକ ସହିତ ଜିଟି ଟେକ୍ସାରେ ଏକ ଇନ୍‌ସୁଲେଟେଡ୍‌ ବିଏଲ୍‌ଡିସି ମୋଟର ରହିଛି, ଯାହା ୮୦କେଏମ୍‌ପିଏଚ୍‌ର ଟପ୍‌ ସ୍ପିଡ୍‌ ପ୍ରଦାନ କରୁଛି।

ଏହାର ୩.୫ କେଡବ୍ଲ୍ୟୁଏଚ୍‌ ଲିଥିୟମ-ଆୟନ ବ୍ୟାଟେରୀ ଏକ ସିଙ୍ଗଲ ଚାର୍ଜରେ ୧୨୦-୧୩୦ କି.ମି.ର ରେଞ୍ଜ ଦେଉଛି। ଅଟୋ- କଟ ସହ ମାଇକ୍ରୋ-ଚାର୍ଜର ସହ ସୁସଜ୍ଜିତ ଏହି ମୋଟରସାଇକେଲକୁ କେବଳ ୪ରୁ୫ ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ କରାଯାଇପାରିବ। ୧୮୦ କି.ଗ୍ରା.ର ଲୋଡ୍‌ କ୍ଷମତା ଓ ୧୮ଡିଗ୍ରୀର ଗ୍ରେଡ୍‌ ଆବିଲିଟି ସହ ଜିଟି ଟେକ୍ସାକୁ ସହରୀ ଭୂଭାଗରେ ବିଜୟ ଲାଭ କରିବା ପାଇଁ ଡିଜାଇନ କରାଯାଇଛି। ଅପରପକ୍ଷରେ ଏହାର ବଜାର ମୂଲ୍ୟ (ଏକ୍ସ-ଶୋ’ରୁମ ମୂଲ୍ୟ) ୧,୧୯,୫୫୫ ଟଙ୍କା ରହିଛି।

ଏ ସମ୍ପର୍କରେ ଜିଟି ଫୋର୍ସର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ତନେଜା କହିଛନ୍ତି, ଆମେ ସହରୀ ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଟି ଟେକ୍ସାକୁ ଯତ୍ନର ସହ ଡିଜାଇନ ଓ ନିର୍ମାଣ କରିଛୁ, ଯାହା ସେମାନଙ୍କୁ ସୁରକ୍ଷା କିମ୍ବା କାର୍ଯ୍ୟଦକ୍ଷତାରେ ସାଲିସ୍‌ ବିନା ଉନ୍ନତ ଚାଳନା ଅନୁଭୂତି ଦେବ। ଆମେ ବହୁସଂଖ୍ୟକ ବୁକିଂ ହାସଲ କରିବୁ ବୋଲି ନିଶ୍ଚିତ ରହିଛୁ ଏବଂ ଧାର୍ଯ୍ୟ ସମୟରେ ଚାହିଦାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ, ଜିଟି ଟେକ୍ସାର ସ୍ବତନ୍ତ୍ର ବିକ୍ରି ପ୍ରସ୍ତାବ ଏହାର ନିର୍ମାଣ ପ୍ରବୃତିରେ ଅନ୍ତର୍ନିହିତ ରହିଛି,ଯାହା ପାରମ୍ପରିକ ଆଇସିଇ ମୋଟରସାଇକେଲ ତୁଳନାରେ ଉନ୍ନତ ଅଟେ। ସେହିଭଳି ୨ଟି ଆକର୍ଷଣୀୟ ରଙ୍ଗ ବ୍ଲାକ୍‌ ଓ ରେଡ୍‌ରେ ଏହା ଉପଲବ୍ଧ ହେଉଥିଲାବେଳେ ଏଥିରେ ଟ୍ୟୁବ୍‌ଲେସ ଟାୟାର, ୮୦-୧୦୦/୧୮ର ଫ୍ରଣ୍ଟ ସାଇଜ, ୧୨୦-୮୦/୧୭ର ରିୟର ଟାୟାର ସାଇଜ ରହିଛି, ଯାହା ସୁଗମ ଓ ଆରାମଦାୟକ ଚାଳନାକୁ ନିଶ୍ଚିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri