Categories: ବାଣିଜ୍ୟ

ଜିଏସ୍‌ଟି ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ

ନୂଆଦିଲ୍ଲୀ,୯।୧୧: ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅର୍ଥନେତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ଚିନ୍ତା ପ୍ରକଟ କରିଛନ୍ତି। ବିଶେଷକରି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସଂଗ୍ରହ କରୁଥିବା ଟିକସ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସାରା ଦେଶରେ ଏକକ ଜିଏସ୍‌ଟି ହାର ଲାଗୁ କରିବାକୁ ହେବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଏହା ବ୍ୟତୀତ ବିଭିନ୍ନ ଉତ୍ପାଦ ଉପରେ ଯେଉଁ ଟିକସ ଛାଡ଼ ସୁବିଧା ଦିଆଯାଉଛି, ସେ ସବୁକୁ ମଧ୍ୟ ବନ୍ଦ କରିବାକୁ ହେବ ବୋଲି ବିବେକ ମତ ପ୍ରକାଶ କରିଛନ୍ତି। ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଟିକସ ହାର ୧୭% ଥିବା ବେଳେ ବର୍ତ୍ତମାନ ପ୍ରଚଳନ ହେଉଥିବା ୪ଥାକିଆ ଜିଏସ୍‌ଟିର ହାରାହାରି ହାର ତା’ଠାରୁ କମ୍‌ ଅର୍ଥାତ୍‌ ୧୧.୫% ରହିଛି।

Share