GST ହାର ହ୍ରାସର ଲାଭ ଜନସାଧାରଣ ନିକଟରେ ପହଞ୍ଚିବା ଜରୁରୀ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୫।୯: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୨ ସେପ୍ଟେମ୍ବରରେ ଜିଏସଟି ୨.୦ ଲାଗୁ ହେବା ପରେ ସରକାରଙ୍କର ପ୍ରମୁଖ ଅଗ୍ରାଧିକାର ହେଉଛି ଟିକସ ହାର ହ୍ରାସର ଲାଭ ଜନସାଧାରଣଙ୍କୁ ପହଞ୍ଚିବା ସୁନିଶ୍ଚିତ କରିବା। ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି ଯେ ବୀମା ସମେତ ବିଭିନ୍ନ କ୍ଷେତ୍ର ଏହି ରିହାତି ଜନସାଧାରଣଙ୍କୁ ପୂର୍ଣ୍ଣ ରୂପେ ମିଳୁଛି କି ନାହିଁ, ତାହା ଉପରେ କଡ଼ା ନଜର ରଖାଯିବ।

ସେ କହିଛନ୍ତି, “ଆମର ମୁଖ୍ୟ ଧ୍ୟାନ ହେଉଛି ହାର ହ୍ରାସର ଲାଭ ଜନତାଙ୍କୁ ମିଳିବା। ୨୨ ସେପ୍ଟେମ୍ବର ପରେ ଆମ ପାଇଁ ଏକ ବଡ଼ ନିରୀକ୍ଷଣ କାର୍ଯ୍ୟ ରହିଛି। ଆମେ ଆତ୍ମବିଶ୍ୱାସୀ ଯେ ଏହାର ଲାଭ ସାଧାରଣଙ୍କୁ ମିଳିବ।” ସେ ଆହୁରି କହିଛନ୍ତି ଯେ ସରକାରୀ ଓ ବେସରକାରୀ କମ୍ପାନୀ ତଥା ବୀମା କମ୍ପାନୀଗୁଡ଼ିକ ସମ୍ପୂର୍ଣ୍ଣ ଲାଭ ହସ୍ତାନ୍ତରର ଆଶ୍ୱାସନା ଦେଇଛନ୍ତି। “ଯଦି କୌଣସି କମ୍ପାନୀ ଏହା ବିପରୀତ କହେ, ଆମେ ସେମାନଙ୍କ ସହ କଥା ହେବୁ। ଏହା ଦ୍ୱାରା ଉପଭୋଗ ବଢ଼ିବ ଓ ଆୟ ମଧ୍ୟ ବୃଦ୍ଧି ପାଇବ,” ସେ କହିଛନ୍ତି।

ସୀତାରମଣ ଜୋର ଦେଇ କହିଛନ୍ତି ଯେ ଜିଏସଟି ୨.୦ ମଧ୍ୟବିତ୍ତଙ୍କୁ ମୂଳ ଲକ୍ଷ୍ୟ କରି ପ୍ରସ୍ତୁତ ହୋଇଛି। “ସାଧାରଣ ଓ ମଧ୍ୟବିତ୍ତଙ୍କର ମୌଳିକ ଆବଶ୍ୟକତା ଓ ଆକାଂକ୍ଷା ଜିଏସଟି ସଂସ୍କାରର ମୁଖ୍ୟ କେନ୍ଦ୍ର। ୯୯% ଜିନିଷ ଏବେ ୫% କିମ୍ବା ତା’ଠାରୁ କମ ଟିକସ ବର୍ଗରେ ରହିଛି। କେବଳ ୧% ଜିନିଷ ୪୦% ବର୍ଗକୁ ଗଲାଣି,” ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ଲଢୁ ଲଢୁ ବିତିଗଲାଣି ୧୭ ଦିନ, ହେଲେ କିଛି ବି କରିପାରିଲେ ନାହିଁ ଟ୍ରମ୍ପ, ବିଶେଷଜ୍ଞ କହିଲେ ଇରାନ ପାଖରେ ବି ରହିଛି ବାଜି….

ଓ୍ବାଶିଂଟନ,୧୭।୩: ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବାର ୧୭ ଦିନ ବିତିଗଲାଣି, ତଥାପି ଏକ ନର୍ଣ୍ଣାୟକ ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏବେ…

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏବେ ଏହି ଦେଶ: ନିଜେ କଲେ ଖୁଲାସା, ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ବିଷୟରେ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବରେ ଇଙ୍ଗିତ କରିଛନ୍ତି ଯେ ତାଙ୍କର…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri