ଜୁଲାଇରେ ଜିଏସଟି ସଂଗ୍ରହ ୧.୬୫ ଲକ୍ଷ କୋଟିରୁ ଅଧିକ, ପଞ୍ଚମ ଥର ପାଇଁ ୧.୬୦ ଲକ୍ଷ କୋଟି ଟପିଲା…

ନୂଆଦିଲ୍ଲୀ,୧।୮ : ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ଜୁଲାଇରେ ୧୧ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟିରୁ ଅଧିକ ହୋଇଛି। ପରୋକ୍ଷ ଟିକସ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ କ୍ରମାଗତ ପଞ୍ଚମ ମାସ ପାଇଁ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଅତିକ୍ରମ କରିଛି। ଗତ ମାସରେ ଏହା ୧,୬୫,୧୦୫ କୋଟି ଟଙ୍କା ରହିଥିଲା, ଯେଉଁଥିରେ ସିଜିଏସଟ ୨୯,୭୭୩ କୋଟି, ଏସଜିଏସଟି ୩୭,୬୨୩ କୋଟି, ଆଇଜିଏସଟି ୮୫,୯୩୦ କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ ୪୧,୨୩୯ କୋଟି ଟଙ୍କା) ଏବଂ ସେସ ୧୧,୭୭୯ କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ ୮୪୦ କୋଟି ଟଙ୍କା ଅନ୍ତର୍ଭୁକ୍ତ କରି) ଟଙ୍କା ଥିଲା।

ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଜୁଲାଇ ମାସରେ ଜିଏସଟି ରାଜସ୍ବ ଗତ ବର୍ଷ ସମାନ ମାସ ତୁଳନାରେ ୧୧ ପ୍ରତିଶତ ଅଧିକ ରହିଛି। ଜୁଲାଇ ମାସରେ ଘରୋଇ କାରବାରରୁ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ଆୟ ଗତ ବର୍ଷ ସମାନ ମାସରେ ଏହି ଉତ୍ସରୁ ଆୟଠାରୁ ୧୫ ପ୍ରତିଶତ ଅଧିକ ଥିଲା। ମନ୍ତ୍ରଣାଳୟ କହିଛି ଏହା ହେଉଛି ପଞ୍ଚମ ଥର ଯେତେବେଳେ ମୋଟ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ମାର୍କ ଅତିକ୍ରମ କରିଛି। ଜୁନ ମାସରେ ଜିଏସଟି ସଂଗ୍ରହ ୧,୬୧,୪୯୭ କୋଟି ଟଙ୍କା ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri