ଇନ୍‌ଷ୍ଟା ଲୋନ୍‌ ପ୍ରଦାନରେ ଏଲ୍‌ଟିଏଫ୍‌ଏସ୍‌ର ଅଭିବୃଦ୍ଧି

ଭୁବନେଶ୍ୱର,୧୧।୨: ଗତ କିଛି ମାସ ହେବ ଇନ୍‌ଷ୍ଟା ଲୋନ୍‌ ପ୍ରଦାନ କ୍ଷେତ୍ରରେ ଏଲ୍‌ ଆଣ୍ଡ ଟି ଫାଇନାନସିଆଲ ସର୍ଭିସେସ୍‌ (ଏଲ୍‌ଟିଏଫ୍‌ଏସ୍‌)ର ଦମ୍‌ଦାର ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହା ଏକ ଗ୍ରାହକ କୈନ୍ଦ୍ରିକ ରିଟେଲ ଫାଇନାନ୍ସ କମ୍ପାନୀ ଭାବେ ଆକର୍ଷଣୀୟ ବୃଦ୍ଧି ଘଟାଇପାରିଛି। ଏପରିକି ୨୦୨୨ ସେପ୍ଟେମ୍ବରରେ ଏଲ୍‌ଟିଏଫ୍‌ଏସ୍‌ର ଉକ୍ତ ସେବା ଆରମ୍ଭ ହେବା ଦିନଠାରୁ ଲୋକପ୍ରିୟତା ହାସଲ କରିଛି। ସେହିଭଳି ଇନ୍‌ଷ୍ଟା ଲୋନ୍‌ ପ୍ରଦାନ କ୍ଷେତ୍ରରେ ମଜଭୁଦ ଅଭିବୃଦ୍ଧି ସହ ୨୦୨୩ ଜାନୁୟାରୀ ଶେଷସୁଦ୍ଧା ଏହା ୯୧.୪ କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହା ୨୦୨୨ ଅକ୍ଟୋବର ଶେଷ ସୁଦ୍ଧା ୨୨କୋଟି ଟଙ୍କା ଥିଲା। ଏହି ବର୍ଗରେ ଗ୍ରାହକ ଋଣ ଆବେଦନ କରିବାର ୭ମିନିଟ୍‌ ମଧ୍ୟରେ ସମସ୍ତ ପଦ୍ଧତିଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଥାଏ। ଏହାଦ୍ୱାରା ଉନ୍ନତର ଟର୍ନ ଆରାଉଣ୍ଡ ଟାଇମ (ଟିଏଟି) ସହଜ ଓ ସ୍ବାଚ୍ଛନ୍ଦ୍ୟପୂର୍ଣ୍ଣ ବ୍ୟବସ୍ଥା ଉପଲବ୍ଧ ହୋଇଥାଏ। ଏହା ଋଣ ଉପତ୍ାଦ ନିମନ୍ତେ ଏକ ଗ୍ରାହକଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିଥାଏ। ଏପରିକି ଗ୍ରାହକମାନେ ୫୦,୦୦୦ ଟଙ୍କାରୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ସେଥିପାଇଁ ପରିଶୋଧ ସମୟ ୧୨ରୁ ୪୮ ମାସ ରହିଛି।
ଏ ସମ୍ପର୍କରେ ଏଲ୍‌ଟିଏଫ୍‌ଏସ୍‌ର ଏମ୍‌ଡି ତଥା ସିଇଓ ଦୀନନାଥ ଦୁଭାଷୀ କହିଛନ୍ତି, ଆମେ ଗ୍ରାହକଙ୍କ ଆବଶ୍ୟକତା ଉପରେ ବର୍ଦ୍ଧିତ ଦୃଷ୍ଟି ନିବଦ୍ଧ କରିଥାଉ। ଏପରିକି ଉକ୍ତ ଶ୍ରେଣୀରେ ସର୍ବୋତ୍ତମ ଉପତ୍ାଦକୁ ନେଇ ଏବଂ ଗ୍ରାହକଙ୍କ ପାଇଁ ସେବା ଯୋଗାଣ ତଥା ଉନ୍ନତ ଟର୍ନ ଆରାଉଣ୍ଡ ଟାଇମ ନିମନ୍ତେ ଆମର ରିଟେଲ ପୋର୍ଟଫୋଲିଓକୁ ସମ୍ପ୍ରସାରିତ କରୁଛୁ। ଆମର ଗତ ତ୍ରୈମାସିକ ଆର୍ଥିକ ଫଳାଫଳରୁ ଏହା ସ୍ପଷ୍ଟ ଯେ ଆମେ ଆମର ଲକ୍ଷ୍ୟ ୨୦୨୬ ଦୂରଦୃଷ୍ଟି ହାସଲ ଦିଗରେ ଠିକ୍‌ ଦିଗରେ ଅଗ୍ରସର ହେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri