Categories: ବାଣିଜ୍ୟ

ପ୍ରଥମ ତ୍ରୈମାସ ଅଭିବୃଦ୍ଧି ୧୧.୫% ରହିପାରେ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କବର୍ଷ ପ୍ରଥମ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୧୧.୫% ରହିପାରେ। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୮.୪%ରୁ ୧୦.୧% ରହିପାରେ ବୋଲି ନ୍ୟାଶନାଲ କାଉନ୍‌ସିଲ ଅଫ ଆପ୍ଲାଏଡ୍‌ ଇକୋନୋମିକ ରିସର୍ଚ୍ଚ(ଏନ୍‌ସିଏଇଆର୍‌) ପକ୍ଷରୁ ରବିବାର ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୨୦-୨୧ରେ ଜିଡିପି ୧୪୬ ଲକ୍ଷ କୋଟି ରହିବ ବୋଲି ଆକଳନ କରାଯାଇଛି। ଏହା ୨୦୧୯-୨୦ରେ ସମାନ ରହିଥିଲା। ଗତ ବର୍ଷ କରୋନା ଯୋଗୁ ଜିଡିପି -୭.୩% ଖସିଛି। ଏହାକୁ ଭରଣା କରିବାକୁ ବଜାରକୁ କିଛି ସମୟ ଲାଗିବ। ଦ୍ୱିତୀୟ ଲହର ବଜାରକୁ ପ୍ରଭାବିତ କରିଥିବା ବେଳେ ଅନେକ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। ଚଳିତବର୍ଷ ଏପ୍ରିଲ ଏବଂ ମେ ମାସରେ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଗଭୀର ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ଅନ୍‌ଲକ୍‌ ଜାରି ହୋଇଥିବାରୁ ଆର୍ଥତ୍କ କାର୍ଯ୍ୟକଳାପରେ ସୁଧାର ପରିଲକ୍ଷିତ ହେଉଥିବା ଜଣାପଡିଛି। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେବ ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖାରା ମତବ୍ୟକ୍ତ କରିଛନ୍ତି। କରୋନା ଦ୍ୱିତୀୟ ଘରୋଇ ବଜାର ଏବଂ ଆର୍ଥତ୍କ କାର୍ଯ୍ୟକଳାପକୁ ସ୍ଥିର କରିଦେଇଥିବା ବେଳେ ବଜାର ପୁଣି ଥରେ କ୍ରିୟାଶୀଳ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।

Share