ତରଭୁଜ, ପିଜୁଳି ଚାଷ କରିଛି ସ୍ବାବଲମ୍ବୀ

ରାୟଗଡା ଅଫିସ,୩ା୪: ଚାଷ କରି ଲାଭବାନ ହେଲା ବେଳେ ଖୁସି ହୁଏ, ପୁଣି କେବେ କ୍ଷତି ସହିଲେ ଏଥିରେ ଅବଶୋଷ ନ ଥାଏ ବୋଲି କହିଛନ୍ତି ରାୟଗଡ଼ାର ଜଣେ ଚାଷୀ। ଚାଷ କରି ସଫଳ ହେବା ସହ ଅନ୍ୟକୁ ରୋଜଗାର ଦେଇ ବେଶ୍‌ ଖୁସି ଅଛନ୍ତି କାଲା ପୋଷି ବାବୁ (୪୭)। ଫୁଲଗଛ ବ୍ୟବସାୟୀରୁ ସେ ଏବେ ଜଣେ ସଫଳ ଚାଷୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ରାଜ୍ୟସ୍ତରରେ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି।
କାଲା ପୋଷି ବାବୁ ରାୟଗଡା ସହର ଖଲିଗୁଡ଼ା ନିକଟରେ ୨ ହେକ୍ଟର ଜାଗାରେ ପିଜୁଳି ଏବଂ ୨ ହେକ୍ଟର ଜାଗାରେ ତରଭୁଜ ଚାଷ କରିଛନ୍ତି। ମୋଟ ୪ ହେକ୍ଟର ଜମିରେ ୧୫ ଲକ୍ଷ ବ୍ୟୟରେ ସେ ଚାଷ କରିଥିବା ବେଳେ ପ୍ରାୟ ୩ ଲକ୍ଷ ଟଙ୍କା ଲାଭ ହେଉଥିବା କାଲାପୋଷି ବାବୁ କହିଛନ୍ତି । ପିଲାବେଳେ ବାପାଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରୁଥିଲି। ତାଙ୍କଠାରୁ ଚାଷ କାର୍ଯ୍ୟ ଶିଖିଥିଲି। ରାୟଗଡା କୋର୍ଟ ସମୁଖରେ ଫୁଲଗଛ ଚାରା ବିକ୍ରି କରିବା ସମୟରେ ଚାଷ କରିବାର ଇଚ୍ଛା ହୋଇଥିଲା। ସେବେଠାରୁ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ ହେବ ଚାଷ କାର୍ଯ୍ୟ କରୁଛନ୍ତି ବୋଲି କାଲାପୋଷି ବାକୁ କହିଛନ୍ତି। ଉତ୍ପାଦନ ଦ୍ରବ୍ୟକୁ ପ୍ରଥମେ ରାୟଗଡା ବଜାରରେ ବିକ୍ରି କରୁଥିଲେ। ପରେ ରାୟଗଡାର ନିକଟବର୍ତ୍ତୀ ଅଞ୍ଚଳ ଏବଂ ବର୍ତ୍ତମାନ ଉତ୍ପାଦିତ ତରଭୁଜ ଆନ୍ଧ୍ରପ୍ରଦେଶକୁ ହୋଲ୍‌ସେଲ୍‌ରେ ପଠାଉଛନ୍ତି। ତରଭୁଜ କେଜି ୧୨ ଟଙ୍କା ଏବଂ ପିଜୁଳି କେଜି ପ୍ରତି ୨୫ ଟଙ୍କାରେ ବିକ୍ରି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ ଟନରୁ ଉର୍ଦ୍ଧ୍ୱ ଲେଖାଏ ପିଜୁଳି ଏବଂ ତରଭୁଜ ଉତ୍ପାଦନ ହେଉଛି। ଆଗକୁ ଆହୁରି ଉତ୍ପାଦନ କରିବାକୁ ସେ ଆଶା ରଖିଛନ୍ତି । କାଲାପୋଷି ବାବୁ ଜମି ଲିଜରେ ନେଇ ଚାଷ କରୁଛନ୍ତି। ପୂର୍ବରୁ ମରିଚ, ଟମାଟୋ ଋତୁ ଅନୁଯାୟୀ ଅନେକ ପରିବା ଚାଷ କରିଛନ୍ତି। ଚାଷ କରି ସେ ସ୍ବାବଲମ୍ବୀ ହେବା ସହ ଅନ୍ୟ ୨୦ ଜଣଙ୍କୁ ପ୍ରତିଦିନ ରୋଜଗାର ଦେଉଛନ୍ତି। ସରକାରୀ ସ୍ତରରେ ସୁବିଧା ମିଳିଲେ ଆଗକୁ ଆହୁରି ଚାଷ କରିବେ ବୋଲି କହିଛନ୍ତି । ବର୍ତ୍ତମାନ ଉଦ୍ୟାନ ବିଭଗ ପକ୍ଷରୁ ତାଙ୍କୁ ଡ୍ରିପିଙ୍ଗ ବ୍ୟବସ୍ଥା ପାଇଁ ସହଯୋଗ କରାଯାଇଛି। ମଞ୍ଜି, ସାର ସୁଲଭ ଦରରେ ମିଳିଲେ ଅଧିକ ସହାୟକ ହୋଇପାରନ୍ତା ବୋଲି ସେ କହିଛନ୍ତି। ଡ୍ରିପିଙ୍ଗ ବ୍ୟବସ୍ଥା ଦ୍ୱାରା ବର୍ଷା ଉପରେ ନିର୍ଭର ନ କରି ଚାଷ କରି ହେବ। ଏହାଦ୍ୱାରା ପାଣିର ଅପଚୟ ନ ହୋଇ ସିଧା ଗଛ ମୂଳରେ ମିଶୁଛି ବୋଲି କାଲାପୋଷୀ ବାବୁ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri