ବଢୁଛି କିଙ୍ଗ୍‌ ଖାନ୍‌ଙ୍କ ଅଢୁଆ; ଫିଲ୍ମ କରିବାକୁ ରାଜି ହୋଉନାହାନ୍ତି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ଅଢୁଆ ବଢିବାରେ ଲାଗିଛି। ଏବେ ତାଙ୍କ ସହ ଫିଲ୍ମ କରିବାକୁ କୌଣସି ଅଭିନେତ୍ରୀ ରାଜି ହେଉନାହାନ୍ତ। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଫିଲ୍ମ ନିର୍ଦ୍ଦେଶକ। କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଗିରଫ ହୋଇଥିବା ଘଟଣାକୁ ନେଇ ତାଙ୍କ ସହ ଫିଲ୍ମ କରିବାକୁ କେହି ଇଚ୍ଛା ପ୍ରକାଶ କରୁନାହାନ୍ତି।

ତେଣୁ ବର୍ତ୍ତମାନ ସମୟରେ ଶାହାରୁଖ୍‌ଙ୍କ ଫିଲ୍ମ ଶୁଟିଂ ହୋଇପାରୁ ନ ଥିବା ଜଣାପଡିଛି। ଏମିତିକି ବଲିଉଡ୍‌ରେ ସବୁବେଳେ ଚର୍ଚ୍ଚାରେ ଥିବା କଙ୍ଗନା ରାଣାୱାତ୍‌ ମଧ୍ୟ ତାଙ୍କ ସହ ଫିଲ୍ମ କରିବା ପାଇଁ ରାଜି ହେଉନଥିବା କୁହାଯାଉଛି। ବଲିଉଡ୍‌ରେ ଶାହାରୁଖ୍‌ଙ୍କର ବ୍ରାଣ୍ଡଭ୍ୟାଲୁ କମୁଥିବା କୁହାଯାଇଛି। ଫିଲ୍ମ ଜିରୋରେ ମଧ୍ୟ କଙ୍ଗନା କାମ କରିବାକୁ ମନା କରିଦେଇଥିଲେ। କେବଳ ଏତିକି ନୁହେଁ ଶାହାରୁଖ୍‌ଙ୍କର ବିଜ୍ଞାପନ ମଧ୍ୟ ବହୁତ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି।

Share