ଔଷଧୀୟ ବୃକ୍ଷ ଚାଷ ପାଇଁ ବଢୁଛି ଆଗ୍ରହ: ଏକାଧିକ ରୋଗକୁ ଆରୋଗ୍ୟ କରେ ଏହି ବୃକ୍ଷ

ଦାରିଙ୍ଗବାଡି, ୨୧।୮ (ଅରୁଣ ସାହୁ): ଗ୍ରାମାଞ୍ଚଳରେ ଔଷଧୀୟ ଚାଷକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଦୁର୍ଗମ ଗାଁ ଓ ଉଜୁଡିଯାଇଥିବା ଜଙ୍ଗଲରେ ଏହି ଔଷଧୀୟ ବୃକ୍ଷ ଚାଷ କରାଯାଉଛି ଏଥିପାଇଁ ସରକାରୀ ହେଉ କି ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଗାଁ ରେ ଲୋକଙ୍କୁ ସଚେତନ କରାଯାଉଛି। ଔଷଧୀୟ ବୃକ୍ଷ ଏବେ ଚାହିଦା ବୃଦ୍ଧି କାରଣରୁ ଅର୍ଥ ରୋଜଗାର କରିବାର ବାଟ ଫିଟିଛି। ଜୀବନଜୀବିକାର ରାହା ପାଲଟିଛି। ଏବେ ଅର୍ଥକାରୀ ଫସଲ ଭାବେ ନିଆଯାଇପାରୁଛି। ଏହି ଅବସରରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଔଷଧୀୟ ବୃକ୍ଷ ରୋପଣ ବୋର୍ଡ଼ ସଭାଗିତାରେ ଜାଗ୍ରତ ଓଡିଶା ପକ୍ଷରୁ ବୁଧବାର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡିର ଶିବମନ୍ଦିର ସାହି ସଭାଗୃହ ପରିସର ମଧ୍ୟରେ ଔଷଧୀୟ ବୃକ୍ଷ ଅଶଗନ୍ଧା ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଏହାକୁ ଜାଗ୍ରତ ଓଡିଶାର ସମ୍ପାଦକ ଉମେଶ ଚନ୍ଦ୍ର ବରାଳ ପରିଚାଳନା କରିଥିବା ବେକେ ରିସର୍ସ ପର୍ସନ ଭାବେ ଆୟୁର୍ବେଦିକ କବିରାଜ ତଥା ପରିବେଶବିତ ଜେଠୁ ଭୋଇ ଲୋକଙ୍କୁ ତାଲିମ ପ୍ରଦାନ କରିଥିଲେ।ଏଥିରେ ଜାଗ୍ରତ ଓଡିଶାର ଉପଦେଷ୍ଟା ଐଶ୍ୱରୀୟା ବରାଳ ଏବଂ ସତ୍ୟଜିତ ସାମଲ ପରିଚାଳନା କରିଥିଲେ। ଗ୍ରାମର ଯୁବ ଚାଷୀ ପରମେ ପ୍ରଧାନ, ସାନ୍ଦୁରା ପ୍ରଧାନ, ଅମରେନ୍ଦ୍ର ପ୍ରଧାନ, ନଟବର ପ୍ରଧାନ, ମନୋଜ ପ୍ରଧାନ,କେ. ମନବୋଧ ନାୟକ,ଉଠାଣ ସିଂ, ରାଜେଶ ସାହୁ, ଅଶୋକ ବେହେରାଙ୍କ ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ। ତେବେ ଔଷଧୀୟ ବୃକ୍ଷ ମଧ୍ୟରେ ଅଶଗନ୍ଧା ର ଫାଇଦା ଓ ମାନବ ର ରୋଗ କୁ ଆରୋଗ୍ୟ କରିପାରୁଥିବା ଏହି ଅଶଗନ୍ଧା ର କି ଗୁଣ ଓ ସେଥିରେ ରହିଥିବା ଉପାଦାନ ସମ୍ପର୍କରେ କୁହାଯାଇଥିଲା। ସେହିପରି ଉକ୍ତ ବୃକ୍ଷ କୁ କିଭଳି ଜାଣିପାରିବ ଓ ଚାଷ ପ୍ରଣାଳୀ ଓ ସରକାରଙ୍କ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ଆଜିର ଦିନରେ ବିଭିନ୍ନ ରୋଗର କାରଣ ଓ ଏହାର ନିରାକରଣ ସହ ଆୟୁର୍ବେଦିକ ର ଫାଇଦା ସମ୍ପର୍କରେ କୁହାଯାଇଥିଲା।
ଏହି ଚାଷ ପାଇଁ ଚାଷୀଙ୍କୁ ସରକାରଙ୍କ ଔଷଧୀୟ ବୃକ୍ଷ ରୋପଣ ବୋର୍ଡ ପକ୍ଷରୁ ରହିଥିବା ସମସ୍ତ ସୁବିଧା ସମ୍ପର୍କରେ କୁହାଯିବା ସହ ଏଥିରୁ କିଭଳି ଅଧିକା ରୋଜଗାର ହୋଇପାରିବ ଓ ଅଶଗନ୍ଧାର ଚେର, ମୂଳ, ପତ୍ରରେ ରହିଥିବା ଔଷଧୀୟ ଗୁଣ ତଥା ଥାଇରଡ଼, ଆଞ୍ଜାଇଟ୍ସ, କୋଲଷ୍ଟ୍ରୋଲ ନିୟନ୍ତ୍ରଣ, ଅନିଦ୍ରା ଦୂର, ରକ୍ତଚାପ ନିୟନ୍ତ୍ରଣ, ରୋଗପ୍ରତିଷେଧକ ବୃଦ୍ଧି ଆଦି ବହୁ ରୋଗର ନିରାକରଣ ହୋଇପାରିବ ବୋଲି ପରାମର୍ଶ ଦିଆଯାଇଥିଲା ଏବେ ଅଶ୍ୱଗନ୍ଧାର ବଜାରରେ ପ୍ରଚୁର ମାତ୍ରାରେ ଚାହିଦା ରହିଥିବାରୁ ଚାଷୀ ଏଥିରୁ ଆର୍ଥିକ ଫାଇଦା ପାଇପାରିବେ ବୋଲି ପରାମର୍ଶ ଦିଆଯାଇଥିଲା।ଏଥିସହ ଜାଗ୍ରତ ଓଡିଶା ପକ୍ଷରୁ ଅଶ୍ୱଗନ୍ଧାର କିଛି ଚାରା ମଧ୍ୟ ବଣ୍ଟନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri