ଡାକ କର୍ମଚାରୀଙ୍କୁ ଝୁଣି ଖାଇଗଲେ କୁକୁର ପଲ

ଓ୍ବାଶିଂଟନ,୨୫ା୮: କୁକୁରମାନଙ୍କୁ ସବୁଠାରୁ ସଚ୍ଚୋଟ ଏବଂ ବୁଦ୍ଧିମାନ ପ୍ରାଣୀ ଭାବରେ ବିବେଚନା କରାଯାଏ। କିନ୍ତୁ ବେଳେବେଳେ ଏହି କୁକୁର ଅନ୍ୟମାନଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥାନ୍ତି। ଆମେରିକାର ଜଣେ ମହିଳା ଏକାସାଙ୍ଗରେ ୫ କୁକୁରଙ୍କ ହାବୁଡ଼ରେ ପଡ଼ି ମୃତ୍ୟୁ ଘଟିଛି। ଏପରି ହୃଦୟ ବିଦାରକ ଘଟଣା ଫ୍ଲୋରିଡାରେ ଦେଖିବାକୁ ମିଳିଛି।

ସୂଚନାନୁସାରେ, ୫୧ ବର୍ଷୀୟା ପାମେଲା ଜୈନ ରକ୍‌ ଫ୍ଲୋରିଡାର ମେଲ୍ରୋଜରେ କାମ କରିବାକୁ ବାହାରିଥିଲେ। ପୁଟନାମ ଜିଲାର ଇଣ୍ଟରଲାଚେନ ଲେକ୍‌ ଇଷ୍ଟେଟ୍ସ ଅଞ୍ଚଳରେ ତାଙ୍କ ଗାଡ଼ି ଭାଙ୍ଗିଗଲା। ପରେ ୫ଟି କୁକୁର ତାଙ୍କୁ ଆକ୍ରମଣ କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି କୁକୁର ମାଲିକ ଏବଂ ଆଖପାଖର ଲୋକମାନେ ସାହାଯ୍ୟ କରିବାକୁ ଦୌଡ଼ିଗଲେ। ଜଣେ ବ୍ୟକ୍ତି ବନ୍ଧୁକ ଆଣିବା ପାଇଁ ସାହାଯ୍ୟ କରି କୁକୁରମାନଙ୍କୁ ମହିଳାଙ୍କଠାରୁ ଦୂରେଇ ରଖିବା ପାଇଁ ବାୟୁ ଏବଂ ଭୂମିରେ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ।

କିନ୍ତୁ କୁକୁରମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ବହୁ ଚେଷ୍ଟା ପରେ କୁକୁରମାନଙ୍କର ମାଲିକ ଏବଂ ଅନ୍ୟମାନେ ମହିଳାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ କୁକୁର ଆକ୍ରମଣ ହେତୁ ଗୁରୁତର ମହିଳାଙ୍କ ଶରୀରରୁ ବହୁ ରକ୍ତସ୍ରାବ ହୋଇଥିଲା। ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଥିଲା। ଅଧିକାରୀମାନେ ପହଞ୍ଚି ଡାକ କର୍ମଚାରୀଙ୍କୁ ପ୍ରଥମେ ସହାୟତା କରିଥିଲେ ଏବଂ ଆମ୍ବୁଲାନ୍ସ ପହଞ୍ଚିବା ପର୍ଯ୍ୟନ୍ତ ରକ୍ତସ୍ରାବ ବନ୍ଦ କରିବାକୁ ତିନୋଟି ଟୁର୍ନେକେଟ୍‌ ଲଗାଇଥିଲେ।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ପୁଟନାମ କମ୍ୟୁନିଟି ମେଡିକାଲକୁ ଯିବା ବାଟରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ପରେ ତାଙ୍କୁ ଜେନିସଭିଲର ୟୁଏଫ୍‌ ହେଲ୍‌ଥ ଶାଣ୍ଡ୍‌ସ୍‌ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଟନାମ କାଉଣ୍ଟି ଶରିଫ କାର୍ଯ୍ୟାଳୟର ମୁଖ୍ୟ ଡେପୁଟି ଚିଫ୍‌ କର୍ଣ୍ଣେଲ ଜୋସେଫ ଓ୍ବେଲ୍ସଙ୍କ ଅନୁଯାୟୀ,ଏହି ଘଟଣାର ତଦନ୍ତ ଚାଲିଛି। ଉକ୍ତ ମହିଳାଙ୍କ ଉପରେ ଆକ୍ରମଣ କରିଥିବା ୫ଟି କୁକୁରକୁ ଅଧିକାରୀମାନେ ଗିରଫ କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, କୁକୁରମାନେ ମାଲିକଙ୍କ ଘର ପ୍ରାଙ୍ଗଣରେ ଥିବା ବାଡ଼ ତଳେ ଥିବା ପଥରଗୁଡ଼ିକୁ ବାହାର କରି ମହିଳାଙ୍କୁ ଆକ୍ରମଣ କରିଥିଲେ। ବନ୍ଦୀ ଥିବା ସମସ୍ତ କୁକୁରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ।

ଉଲ୍ଲେଖନୀୟ କଥା ହେଉଛି, ଆମେରିକାରେ ଡାକ କର୍ମଚାରୀଙ୍କ ଉପରେ କୁକୁର ଆକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜୁନ୍‌ ମାସରେ ଆମେରିକାର ଡାକ ସେବା ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୧ରେ ଆମେରିକାରେ ୫,୪୦୦ରୁ ଅଧିକ ଡାକ କର୍ମଚାରୀ କୁକୁରମାନଙ୍କ ଆକ୍ରମଣର ଶିକାର ହୋଇଥିଲେ। ତଥ୍ୟରୁ ପ୍ରକାଶ, କୁକୁର କାମୁଡ଼ିବା ପାଇଁ ଫ୍ଲୋରିଡା ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରୁ ଗୋଟିଏ। ଗତ ବର୍ଷ ଏପରି ୨୦୧ଟି ଘଟଣା ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri