କ୍ଷୁଦ୍ରଦାନା ଶସ୍ୟରେ ପ୍ରସ୍ତୁତି ଖାଦ୍ୟର ବଢୁଛି ଚାହିଦା, ହଜି ଯାଉଥିବା ପାରମ୍ପରିକ ଚାଷକୁ…

ଦାରିଙ୍ଗବାଡ଼ି,୩୦ା୧୦(ଅରୁଣ ସାହୁ): ବଢୁଛି ପାରମ୍ପରିକ ଖାଦ୍ୟର ଚାହିଦା। ହଜିଯାଇଥିବା ଖାଦ୍ୟର ପୁନରୁଦ୍ଧାର ସହ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନରେ ବ୍ୟାପକ ଜନସଚେତନ କାର୍ଯ୍ୟ କରାଯାଉଛି। ପାରମ୍ପରିକ ଶସ୍ୟରେ ବିଭିନ୍ନ ଖାଦ୍ୟ ତଥା କାଙ୍ଗୁ ଖିରି, ମାଣ୍ଡିଆ ସୁପ୍‌, ଲଡ଼ୁ, ଲବଙ୍ଗଳତା, କାକେରା, ଆରିସା, ଜିଲାବି, ଖଜା, ବାରମଜା, ଦାନ୍ତକିଲି, ଆଳୁଚପ୍‌, ବରା,ସିଙ୍ଗଡ଼ା,ଚାଓମିନ ଭଳି ଭଳିକି ଭଳି ଖାଦ୍ୟ କରାଯାଉଛି।

ବୁଧବାର ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରଙ୍କ ସହ ସହଭାଗିତାରେ ଶ୍ରୀ ଅନ୍ନ ଅଭିଯାନର ଦାୟିତ୍ୱରେ କାର୍ଯ୍ୟ କରୁଥିବା ଜାଗୃତି ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଠ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଓଡ଼ିଶା ଜୀବିକା ମିଶନର ବିପିଏମ୍‌ ପିଣ୍ଟୁ ନାୟକ, କୃଷି ଅଧିଦର୍ଶକ ପ୍ରଭାତ ବେହେରା,ନୀଳାଦ୍ରିନାଥ ସାବତ, ମହିଳା ଫେଡେରେଶନର ସଭାନେତ୍ରୀ ରଶ୍ମିଦେବୀ ନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ପାରମ୍ପରିକ ଚାଷକୁ ଗୁରୁତ୍ୱ ଦେବା ସହ ହଜିଯାଉଥିବା ପାରମ୍ପରିକ ଖାଦ୍ୟକୁ ପୁଣି ପୁନରୁଦ୍ଧାର କରି ଖାଦ୍ୟ ଭାବେ ଗ୍ରହଣ କରିବାକୁ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା।

ଏବେ ଅଧିକାଂଶ ଫାଷ୍ଟ ଫୁଡ୍‌ ଖାଦ୍ୟକୁ ପ୍ରାଧାନ୍ୟ ଦେଉଛନ୍ତି। ଫଳରେ ବିଭିନ୍ନ ଭୟଙ୍କର ରୋଗର ଶିକାର ହେଉଛନ୍ତି। ତେଣୁ ମାଣ୍ଡିଆ, କୁଇରୀ, କାଙ୍ଗୁ, ବାଜରା, ଯଅ, ଜହ୍ନା ଭଳି ଶସ୍ୟକୁ ଖାଦ୍ୟ ଭାବେ ଗ୍ରହଣ କରିବା ଓ ଏହାର ବହୁଳ ଭାବେ ଚାଷ କରିବା ରାସାୟନିକ ପ୍ରୟୋଗ ଖାଦ୍ୟଠାରୁ ଦୂରରେ ରହିବା ଆଦି ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦ଟି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପାରମ୍ପରିକ ଫଳ, ପନିପରିବା, ଶସ୍ୟ ଓ ଶସ୍ୟରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ଜାଗୃତିର ପ୍ରକଳ୍ପ ସଂଯୋଜକ ଦେବାନନ୍ଦ ଦାସ, ସିଆରପି ପ୍ରଫୁଲ ମହାପାତ୍ର, ଧ୍ରୁବ ଚରଣ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri