ଭୂତଳ ଜଳକୁ ମିଳିବ ବଳ

ଭୁବନ, ୨୩।୭(ଡି.ଏନ୍‌.ଏ.) ସହରାଞ୍ଚଳରେ ଫିଟିବ କର୍ମନିୟୋଜନର ମାର୍ଗ। ବଢ଼ିବ ଶ୍ରମଜୀବୀଙ୍କ ରୋଜଗାର। ବସ୍ତିବାସିନ୍ଦାଙ୍କଠାରୁ ଆରମ୍ଭ କରି ମହିଳା, ସମସ୍ତଙ୍କ ଜୀବିକା ସୁନିଶ୍ଚିତ କରାଯିବ। ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଅଣାଯିବ। ନାରୀଶକ୍ତିକୁ ବ୍ୟବହାର କରାଯାଇ ସହରାଞ୍ଚଳ ବିକାଶ କାର୍ଯ୍ୟ ତ୍ୱରାନ୍ବିତ ହେବ। ଏଭଳି ମହତ୍‌ ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା)। ଏହି ଯୋଜନା ଆନୁକୂଲ୍ୟରେ ସହରାଞ୍ଚଳର ବିକାଶକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷୁଦ୍ର ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ କରି ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ଅଗ୍ରାଧିକାର ଦିଆଯାଉଛି। ତଦନୁଯାୟୀ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିକୁ ୩୦ ଲକ୍ଷ ଟଙ୍କା ଅନୁଦାନ ଆସିଥିବାବେଳେ ଏହି ଅର୍ଥରେ ୭୫ଟି ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅଦ୍ୟାବଧି ୫୫ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅବଶିଷ୍ଟ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଏନ୍‌ଏସି କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ଭୂତଳ ଜଳକୁ ବଳ ମିଳିବ ବୋଲି ଅଞ୍ଚଳବାସୀ ଆଶାବାଦୀ ହୋଇଉଠିଛନ୍ତି।
ଭୁବନ ଦେଇ ବହିଯାଇଛି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ। ଏକାଧିକ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏହା ସତ୍ତ୍ୱେ ଭୂତଳ ଜଳସ୍ତର ହ୍ରାସ ଯୋଗୁ ଖରାଦିନେ କୂଅ, ପୋଖରୀ ଶୁଖିଯାଉଛି। ଗଭୀର ନଳକୂପଗୁଡ଼ିକ ଅଚଳ ହୋଇପଡୁଛି। ପ୍ରତିବର୍ଷ ବଢ଼ିଚାଲିଥିବା ଜଳକଷ୍ଟ ସମସ୍ୟା ଏନ୍‌ଏସି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇ ଚାଲିଛି। ବର୍ଷାଜଳ ସଂରକ୍ଷଣ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧି କରାଯିବା ଲକ୍ଷ୍ୟରେ ଏନ୍‌ଏସିରେ ଆରମ୍ଭ ହୋଇଛି ବର୍ଷା ଜଳ ଅମଳ ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ପ୍ରତି ଓ୍ବାର୍ଡରେ ୫ଟି ହିସାବରେ ୧୫ ଓ୍ବାର୍ଡରେ ୭୫ଟି ପ୍ରକଳ୍ପ ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିଲା। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ ଲକ୍ଷ ଅନୁଦାନ ଆସିଥିଲା। ଉକ୍ତ ଅର୍ଥ ବିନିଯୋଗରେ ୫୫ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇସାରିଲାଣି। ସ୍ଥାନୀୟ ଅଞ୍ଚଳର ମିଶନ ଶକ୍ତି ସଦସ୍ୟଙ୍କୁ ଏଥିରେ ନିୟୋଜିତ କରାଯାଇଛି। ସମସ୍ତ କାର୍ଯ୍ୟ ତଦାରଖ କରିବା ଲାଗି ୩ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ସ୍ଥାନୀୟ ତହସିଲଦାର, ନିର୍ବାହୀ ଅଧିକାରୀ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସ୍ଥାନ ନିରୂପଣ କରିବା ପରେ କାର୍ଯ୍ୟ ଆରମ୍ଭ ହେଉଛି। ମିଶନ ଶକ୍ତି ସଦସ୍ୟଙ୍କ ଶ୍ରମ ବିନିଯୋଗରେ ସମସ୍ତ କାମ ହେଉଥିବାବେଳେ ସେମାନଙ୍କ କାନ୍ଧରେ ଏହାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ତେଣୁ ପ୍ରକଳ୍ପଗୁଡ଼ିକ ଦୀର୍ଘସ୍ଥାୟୀ ହୋଇପାରିବ ବୋଲି ଏନ୍‌ଏସି କର୍ତ୍ତୃପକ୍ଷ କହିଛନ୍ତି।

ପ୍ରଥମ ପର୍ଯ୍ୟାୟ ଅନୁଦାନ କେବଳ ବର୍ଷାଜଳ ଅମଳ ପ୍ରକଳ୍ପରେ ବିନିଯୋଗ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନରେ ସହର ବିକାଶ କାର୍ଯ୍ୟ ହେବ। ରାସ୍ତାପାର୍ଶ୍ୱରେ ଟାଇଲଯୁକ୍ତ ପାଦଚଲା ରାସ୍ତା, ଖୋଲା ବ୍ୟାୟାମଶାଳା (ଓପନ ଜିମ୍‌), ମିନିପାର୍କ, ଓସାରିଆ ରାସ୍ତାରେ ସ୍ମାର୍ଟରୋଡ୍‌, ଆଲୋକୀକରଣ ବ୍ୟବସ୍ଥା କରାଯିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ସମସ୍ତେ ସଚେତନ ହେଲେ ଲାଭ ମିଳିବ
କୁଶଳୀ ଶ୍ରମିକଙ୍କୁ କର୍ମନିୟୋଜନ ଯୋଗାଇବା, ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରାଜ୍ୟର ୧୧୪ ସହରାଞ୍ଚଳରେ ମୁକ୍ତା ଯୋଜନା କାର୍ଯ୍ୟକାରୀ ହେଉଛି। ବର୍ଷାଜଳ ଅମଳ ପ୍ରକଳ୍ପ ଦ୍ୱାରା ଭୂତଳ ଜଳସ୍ତର ବଢ଼ିବ। ସ୍ଥାନୀୟ ବାସିନ୍ଦା ସଚେତନ ହୋଇ ଏହାର ଗୁରୁତ୍ୱ ବୁଝିଲେ ଯୋଜନାର ଲାଭ ମିଳିବ।
-ଦୁର୍ଯ୍ୟୋଧନ ସାହୁ, ନିର୍ବାହୀ ଅଧିକାରୀ, ଭୁବନ ଏନ୍‌ଏସି

ଆଦର୍ଶ ସହର ଗଠନ ଲାଗି ସୋପାନ
‘ମୁକ୍ତା’ ଯୋଜନାରେ ଭୂତଳ ଜଳସ୍ତର ବଢ଼ାଇବା ଲକ୍ଷ୍ୟରେ ବର୍ଷା ଜଳ ଅମଳ ଲାଗି କ୍ଷୁଦ୍ର ପ୍ରକଳ୍ପ ନିର୍ମାଣ କରାଯାଉଛି। ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ ଏଥିରେ ସହଯୋଗ କରୁଛନ୍ତି। ବର୍ଷାଜଳ ସଂରକ୍ଷଣ ଦ୍ୱାରା ଖରାଦିନେ ଜଳକଷ୍ଟ ଦୂର ହୋଇପାରିବ। ଆଦର୍ଶ ସହର ଗଠନ ଲାଗି ଏହା ଏକ ସୋପାନ।
-ଅଶୋକ କୁମାର ରାଉଳ, କାର୍ଯ୍ୟକ୍ରମ ସଂଯୋଜକ

ଦୂର ହେବ ପାନୀୟ ଜଳ ସଙ୍କଟ
ଭୁବନ ଅଞ୍ଚଳରେ ଜଳସ୍ତର କମୁଥିବାରୁ ଖରାଦିନେ ଜଳସଙ୍କଟ ଉତ୍କଟ ହେଉଛି। ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ପାନୀୟ ଜଳକଷ୍ଟ ଦୂର କରିବାରେ ସହାୟକ ହେବ ବୋଲି ଆଶା ରହିଛି। ପ୍ରକଳ୍ପକୁ ମିଶନ ଶକ୍ତି ଜରିଆରେ ନିର୍ମାଣ କରାଯାଉଛି।
-ପୁଷ୍ପାଞ୍ଜଳି ପୋଥାଳ, ମିଶନ ଶକ୍ତି ସଦସ୍ୟା

ଏଭଳି ଯୋଜନାର ଆବଶ୍ୟକତା ରହିଛି
ସହରାଞ୍ଚଳରେ ଜଳସଙ୍କଟର ମୁକାବିଲା ଲାଗି ଏଭଳି ଯୋଜନାର ଆବଶ୍ୟକତା ରହିଛି। ସରକାର ସହର ବିକାଶରେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରୁଛନ୍ତି। ଲୋକମାନେ ପ୍ରକଳ୍ପର ସୁରକ୍ଷା କରିବା ଦିଗରେ ଆଗେଇ ଆସିବା ଜରୁରୀ। ଫଳରେ ବର୍ଷାଜଳ ଅମଳର ସୁଫଳ ମିଳିବା ସହ ଭୂତଳ ଜଳସ୍ତର ବୃଦ୍ଧି ପାଇବ।
-ଝୁନାରାଣୀ ସାହୁ, ମିଶନ ଶକ୍ତି ସମ୍ପାଦିକା


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri