ଗ୍ରୋସେରି ଦୋକାନୀଙ୍କୁ ୧୪୧ କୋଟିର ଟିକସ ନୋଟିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବୁଲନ୍ଦସର,୨/୯:ଉତ୍ତର ପ୍ରଦେଶର ବୁଲନ୍ଦସରସ୍ଥିତ ନୟାଗଞ୍ଜ ଅଞ୍ଚଳରେ ଥିବା ଏକ ଛୋଟ ଗ୍ରୋସେରି ଦୋକାନର ମାଲିକ ସୁଧୀରଙ୍କୁ ଆୟକର ବିଭାଗ ୧୪୧ କୋଟି ଟଙ୍କାର ଟିକସ ନୋଟିସ ପଠାଇଛି। ନିଜ ଛୋଟ ଗ୍ରୋସେରି ଦୋକାନକୁ ଚଳାଇ ପରିବାରର ଭରଣ ପୋଷଣ କରୁଥିବା ସୁଧୀରଙ୍କୁ ଗତ ଜୁଲାଇ ୧୦ରେ ଏହି ନୋଟିସ ଆସିଛି। ସେ ସମୁଦାୟ ୧୪୧ କୋଟି ୩୮ ଲକ୍ଷ ୪୭ ହଜାର ୧୨୬ ଟଙ୍କାର ବ୍ରିକ୍ରୟ କରିଛନ୍ତି ବୋଲି ଆୟକର ବିଭାଗ ପକ୍ଷରୁ ତାଙ୍କୁ ଏକ ଟିକସ ନୋଟିସ ଆସିଥିଲା, ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସାଇବର ଅପରାଧୀମାନେ ତାଙ୍କ ପାନ୍‌ କାର୍ଡର ଦୁରୁପଯୋଗ କରି ଦିଲ୍ଲୀରେ ୬ କମ୍ପାନୀକୁ ସ୍ଥାପନ କରିଛନ୍ତି। ତେଣୁ ତାଙ୍କୁ ଏପରି ନୋଟିସ ଆସିଥିବା ସୁଧୀର କହିଛନ୍ତି। ଏହି କମ୍ପାନୀଗୁଡ଼ିକ ଦ୍ୱାରା ଅନେକ କୋଟି ଟଙ୍କାର ଠକେଇ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ୨୦୨୨ରେ ଏ ସଂକ୍ରାନ୍ତରେ ତାଙ୍କୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ଆସିଥିଲା, ଯାହାର ଉତ୍ତର ସେ ରଖିଥିଲେ। ତାଙ୍କ ପାନ୍‌ କାର୍ଡକୁ ବ୍ୟବହାର କରାଯାଇ ଖୋଲାଯାଇଥିବା କମ୍ପାନୀଗୁଡ଼ିକ ସହ ତାଙ୍କର କୌଣସି ସମ୍ପର୍କ ନ ଥିବା ନେଇ ସେତେବେଳେ ସେ ଆୟକର ବିଭାଗକୁ ଜଣାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଆୟକର ବିଭାଗ ତାଙ୍କୁ ୧୪୧ କୋଟି ଟଙ୍କାର ନୋଟିସ ପଠାଇଥିବା ସୁଧୀର କହିଛନ୍ତି। ଉକ୍ତ ନୋଟିସ ଆସିବା ପରେ ତାଙ୍କ ପାନ୍‌ କାର୍ଡର ଦୁରୁପଯୋଗ ହେଉଥିବା ନେଇ ସେ ସ୍ଥାନୀୟ ଖୁର୍ଜା ଥାନାରେ ଅଭିଯୋଗ କରିଛନ୍ତି। ସୁଧୀରଙ୍କ ପାନ୍‌ କାର୍ଡକୁ ବ୍ୟବହାର କରି ସ୍ଥାପନ ହୋଇଥିବା କମ୍ପାନୀଗୁଡ଼ିକ ବିରୋଧରେ ଠକେଇ ଏବଂ ଜାଲିଆତି ମାମଲା ରୁଜୁ କରାଯାଇଛି ବୋଲି ପୋଲିସ କହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ପାନ୍‌ କାର୍ଡ ଜାଲିଆତିରେ ଜଣେ ବ୍ୟକ୍ତି ବେଆଇନ ଭାବରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଶେଲ୍‌ କମ୍ପାନୀ ସ୍ଥାପନ କରିବା, ଋଣ ପାଇବା କିମ୍ବା ଟିକସ ଫାଙ୍କିବା ଆଦି ପାଇଁ ଅନ୍ୟ ଜଣଙ୍କର ପାନ୍‌ ବିବରଣୀକୁ ବ୍ୟବହାର କରିଥାନ୍ତି। ସାଧାରଣତଃ ଅପ୍ରତ୍ୟାଶିତ ଭାବେ ଟିକସ ନୋଟିସ ଆସିବା ପରେ ଯାଇ ପୀଡ଼ିତମାନେ ଏପରି ଠକେଇର ସମ୍ମୁଖୀନ ହୋଇଥିବା ନେଇ ଜାଣିପାରିଥାନ୍ତି। ଏପରି ବିପଦକୁ କମ୍‌ କରିବା ପାଇଁ ନିୟମିତ ଭାବେ କ୍ରେଡିଟ୍‌ ରିପୋର୍ଟକୁ ଯାଞ୍ଚ୍‌ କରିବା ଓ ଆଧାର ସହ ପାନ୍‌ କାର୍ଡକୁ ଲିଙ୍କ୍‌ କରିବା ନିତାନ୍ତ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଶାନ କିଷାନଙ୍କୁ ବଡ ଦାୟିତ୍ୱ ଦେଲା ସନରାଇଜର୍ସ ହାଇଦ୍ରାବାଦ, କମିନ୍ସଙ୍କ ଅନୁପସ୍ଥିତିରେ…

ହାଇଦ୍ରାବାଦ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜନ ଆରମ୍ଭ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ (SRH) ଏକ ବଡ଼ ଘୋଷଣା କରିଛି। ଦଳର ନିୟମିତ ଅଧିନାୟକ ପ୍ୟାଟ୍…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri