ଗ୍ରୋସେରି ଦୋକାନୀଙ୍କୁ ୧୪୧ କୋଟିର ଟିକସ ନୋଟିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବୁଲନ୍ଦସର,୨/୯:ଉତ୍ତର ପ୍ରଦେଶର ବୁଲନ୍ଦସରସ୍ଥିତ ନୟାଗଞ୍ଜ ଅଞ୍ଚଳରେ ଥିବା ଏକ ଛୋଟ ଗ୍ରୋସେରି ଦୋକାନର ମାଲିକ ସୁଧୀରଙ୍କୁ ଆୟକର ବିଭାଗ ୧୪୧ କୋଟି ଟଙ୍କାର ଟିକସ ନୋଟିସ ପଠାଇଛି। ନିଜ ଛୋଟ ଗ୍ରୋସେରି ଦୋକାନକୁ ଚଳାଇ ପରିବାରର ଭରଣ ପୋଷଣ କରୁଥିବା ସୁଧୀରଙ୍କୁ ଗତ ଜୁଲାଇ ୧୦ରେ ଏହି ନୋଟିସ ଆସିଛି। ସେ ସମୁଦାୟ ୧୪୧ କୋଟି ୩୮ ଲକ୍ଷ ୪୭ ହଜାର ୧୨୬ ଟଙ୍କାର ବ୍ରିକ୍ରୟ କରିଛନ୍ତି ବୋଲି ଆୟକର ବିଭାଗ ପକ୍ଷରୁ ତାଙ୍କୁ ଏକ ଟିକସ ନୋଟିସ ଆସିଥିଲା, ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସାଇବର ଅପରାଧୀମାନେ ତାଙ୍କ ପାନ୍‌ କାର୍ଡର ଦୁରୁପଯୋଗ କରି ଦିଲ୍ଲୀରେ ୬ କମ୍ପାନୀକୁ ସ୍ଥାପନ କରିଛନ୍ତି। ତେଣୁ ତାଙ୍କୁ ଏପରି ନୋଟିସ ଆସିଥିବା ସୁଧୀର କହିଛନ୍ତି। ଏହି କମ୍ପାନୀଗୁଡ଼ିକ ଦ୍ୱାରା ଅନେକ କୋଟି ଟଙ୍କାର ଠକେଇ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ୨୦୨୨ରେ ଏ ସଂକ୍ରାନ୍ତରେ ତାଙ୍କୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ଆସିଥିଲା, ଯାହାର ଉତ୍ତର ସେ ରଖିଥିଲେ। ତାଙ୍କ ପାନ୍‌ କାର୍ଡକୁ ବ୍ୟବହାର କରାଯାଇ ଖୋଲାଯାଇଥିବା କମ୍ପାନୀଗୁଡ଼ିକ ସହ ତାଙ୍କର କୌଣସି ସମ୍ପର୍କ ନ ଥିବା ନେଇ ସେତେବେଳେ ସେ ଆୟକର ବିଭାଗକୁ ଜଣାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଆୟକର ବିଭାଗ ତାଙ୍କୁ ୧୪୧ କୋଟି ଟଙ୍କାର ନୋଟିସ ପଠାଇଥିବା ସୁଧୀର କହିଛନ୍ତି। ଉକ୍ତ ନୋଟିସ ଆସିବା ପରେ ତାଙ୍କ ପାନ୍‌ କାର୍ଡର ଦୁରୁପଯୋଗ ହେଉଥିବା ନେଇ ସେ ସ୍ଥାନୀୟ ଖୁର୍ଜା ଥାନାରେ ଅଭିଯୋଗ କରିଛନ୍ତି। ସୁଧୀରଙ୍କ ପାନ୍‌ କାର୍ଡକୁ ବ୍ୟବହାର କରି ସ୍ଥାପନ ହୋଇଥିବା କମ୍ପାନୀଗୁଡ଼ିକ ବିରୋଧରେ ଠକେଇ ଏବଂ ଜାଲିଆତି ମାମଲା ରୁଜୁ କରାଯାଇଛି ବୋଲି ପୋଲିସ କହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ପାନ୍‌ କାର୍ଡ ଜାଲିଆତିରେ ଜଣେ ବ୍ୟକ୍ତି ବେଆଇନ ଭାବରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଶେଲ୍‌ କମ୍ପାନୀ ସ୍ଥାପନ କରିବା, ଋଣ ପାଇବା କିମ୍ବା ଟିକସ ଫାଙ୍କିବା ଆଦି ପାଇଁ ଅନ୍ୟ ଜଣଙ୍କର ପାନ୍‌ ବିବରଣୀକୁ ବ୍ୟବହାର କରିଥାନ୍ତି। ସାଧାରଣତଃ ଅପ୍ରତ୍ୟାଶିତ ଭାବେ ଟିକସ ନୋଟିସ ଆସିବା ପରେ ଯାଇ ପୀଡ଼ିତମାନେ ଏପରି ଠକେଇର ସମ୍ମୁଖୀନ ହୋଇଥିବା ନେଇ ଜାଣିପାରିଥାନ୍ତି। ଏପରି ବିପଦକୁ କମ୍‌ କରିବା ପାଇଁ ନିୟମିତ ଭାବେ କ୍ରେଡିଟ୍‌ ରିପୋର୍ଟକୁ ଯାଞ୍ଚ୍‌ କରିବା ଓ ଆଧାର ସହ ପାନ୍‌ କାର୍ଡକୁ ଲିଙ୍କ୍‌ କରିବା ନିତାନ୍ତ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri