ଶୁଭେଚ୍ଛା ଓ ଶୁଭକାମନା

ଆଜି ନୂଆବର୍ଷ ୨୦୨୪। ବିଶ୍ୱର ସବୁଠାରୁ ବୃହତ୍‌ ଜନସଂଖ୍ୟାବହୁଳ ରାଷ୍ଟ୍ର ଭାରତରେ ଏ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାର ଅଛି। ଏହାକୁ ନେଇ ଚାରିଆଡ଼େ ଗୋଟେ ‘ଘୋ’ ସୃଷ୍ଟି ହୋଇଗଲାଣି। କିନ୍ତୁ ଏହାବ୍ୟତୀତ ବହୁ ସମସ୍ୟା ଓ ପ୍ରସଙ୍ଗ ଜନସାଧାରଣଙ୍କ ଆଗରେ ରହିଛି, ଯାହାକୁ ସରକାରୀଠାରୁ ଆରମ୍ଭ କରି ବ୍ୟକ୍ତିଗତ ସ୍ତରରେ ଚିହ୍ନଟ କରାଯାଇ ସମାଧାନର ବାଟ ବାହାର କରାଯିବା ଦରକାର।
ଭାରତର ଜନସଂଖ୍ୟା ୧୪୦ କୋଟି ଉପରେ ରହିଛି। ସେମାନଙ୍କ ଆବଶ୍ୟକତା ପୂରଣ ଲାଗି କୃଷି, ଜଳ ଓ ଶକ୍ତି ଭଳି କ୍ଷେତ୍ରକୁ ସୁଦୃଢ଼ କରାଯିବା ଉଚିତ। ଦିନକୁ ଦିନ କୃଷିଜମି ସଙ୍କୁଚିତ ହେବାରେ ଲାଗିଲାଣି। ଶିଳ୍ପ ଓ ଭିତ୍ତିଭୂମି ବିକାଶ ନାମରେ ଚାଷ ଜମିକୁ ଧନିକମାନେ ମାଡ଼ି ବସୁଛନ୍ତି। ମଧୁର ଜଳର ଘୋର ଅଭାବ ଲୋକଙ୍କୁ ଅତିଷ୍ଠ କରିଦେଉଛି। ସେହିପରି ଶକ୍ତି ଚାହିଦାକୁ ପୂରଣ କରିବା ସକାଶେ ସବୁଜ ବିକଳ୍ପ ବ୍ୟବସ୍ଥା ଉପରେ ଜୋର୍‌ ଦିଆଯାଉଛି। ବିରୋଧାଭାସ ହେଉଛି ଯେ, ନୂଆ କୋଇଲା ପ୍ଲାଣ୍ଟ ସ୍ଥାପନ ଲାଗି ମଧ୍ୟ ଅନୁମତି ଦିଆଯିବାରେ ଲାଗିଛି। ଭୁବନେଶ୍ୱର ଭଳି ସହରକୁ ଉଦାହରଣ ଭାବେ ଦେଖାଯାଇପାରେ। ଗୋଟିଏ ପଟେ ଦୁର୍ଗନ୍ଧ, ଅଳିଆରେ ହନ୍ତସନ୍ତ ଏଠାକାର ଜନସାଧାରଣ ଓ ଅନ୍ୟପଟେ ଦେଖୁଛନ୍ତି ଚନ୍ଦକା-ଭରତପୁର ଭଳି ସୌନ୍ଦର୍ଯ୍ୟ ଏବଂ ସହର ଭିତରେ ଥିବା ଗ୍ରୀନ୍‌ ଲଙ୍ଗ୍ସ (ସବୁଜ ଫୁସ୍‌ଫୁସ୍‌)କୁ ବିଧିବଦ୍ଧ ଭାବେ ଧ୍ୱଂସ କରାଇ ସେଠାରେ ହାତୀ ଚଲାପଥକୁ ଘରୋଇ କମ୍ପାନୀକୁ ନିର୍ମାଣ ପାଇଁ ଦେଇଦିଆଯାଇଛି। ଏଥିରେ ଜନସାଧାରଣ ସମ୍ପୂର୍ଣ୍ଣ ନୀରବ ରହୁଥିବାରୁ ଭବିଷ୍ୟତରେ ଘଟିବାକୁ ଥିବା ପରିବେଶଜନିତ ସଙ୍କଟ ଦୃଶ୍ୟମାନ ହେଉଛି। ଏହିଭଳି ମନୁଷ୍ୟକୃତ କାର୍ଯ୍ୟ ଯୋଗୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ଏହି ବୈଶ୍ୱିକ ପରିବେଶୀୟ ସମସ୍ୟା ଦ୍ୱାରା ପ୍ରଭାବିତ। ହେଲେ ଅଧିକାଂଶ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ନିର୍ବାଚନ ବର୍ଷରେ ଆଶା କରାଯିବା ଦରକାର ଯେ ପ୍ରତିଟି ରାଜନୈତିକ ଦଳ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଏହି ପ୍ରସଙ୍ଗକୁ ସନ୍ନିବେଶିତ କରିବା ଦରକାର। ନିର୍ବାଚନରେ ବିଜୟ ହାସଲ ପାଇଁ ଅନେକ ପ୍ରାର୍ଥୀ ଯେଭଳି ଭୋଟରଙ୍କ ହାତରେ ଅର୍ଥ ଗୁଞ୍ଜି ଦେଉଛନ୍ତି ଓ ସେମାନେ କୃତକୃତ୍ୟ ହୋଇ ନିଜର ମୂଲ୍ୟବାନ ମତଦାନ ଦେଉଛନ୍ତି, ତାହାକୁ ନିରୁତ୍ସାହିତ କରାଯିବାର ସମୟ ଆସିଲାଣି। କାରଣ ଏକକାଳୀନ କିଛି ହଜାର ଟଙ୍କା ଘୁଷ୍‌ ବ୍ୟକ୍ତିର ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ ନାହିଁ। ବରଂ ଯେଉଁ ପ୍ରାର୍ଥୀ ଜଳବାୟୁ ପରିବର୍ତ୍ତନ ଭଳି ମଣିଷ ଜୀବନକୁ ପ୍ରଭାବିତ କରୁଥିବା ସମସ୍ୟା ଉପରେ କାର୍ଯ୍ୟ କରୁଥିବେ ବା ସଚେତନତା ସୃଷ୍ଟି କରୁଥିବେ, ତାଙ୍କୁ ଭୋଟର ବାଛିବା ଦରକାର। ଏକ ଅସ୍ବାସ୍ଥ୍ୟକର ପରିବେଶରେ ଚଳି କିଛି ମାଉଁସ ଖାଇଦେଇ ଭୋଟ ଦେଇଦେଉଥିବା ଭୋଟର ସଚେତନ ହେବା ସମୟର ଆହ୍ବାନ। ସେହିପରି ଉତ୍ତମ ଶିକ୍ଷା ଓ ତାଲିମ ପାଇଥିବା ବ୍ୟକ୍ତିଙ୍କୁ କର୍ମକ୍ଷେତ୍ର ଯୋଗାଇ ଦେବା କିମ୍ବା ଛୋଟିଆ ଉଦ୍ୟୋଗ ସ୍ଥାପନ କରି କେତେକଙ୍କୁ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇବାର ଦକ୍ଷତା ରଖୁଥିବା ଯୁବପିଢ଼ି ପ୍ରତି ବ୍ୟବସ୍ଥା ଅନୁକୂଳ ହେବା ବାଞ୍ଛନୀୟ।
ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକଙ୍କ ଶାରୀରିକ ନିରାପତ୍ତା ଓ ତାଙ୍କ ଆର୍ଥିକ ସୁରକ୍ଷା ଗୁରୁତ୍ୱ ବହନ କରିଥାଏ। କିନ୍ତୁ ଭାରତରେ ଏହି ଦୁଇଟି ମୌଳିକ ଗଣତାନ୍ତ୍ରିକ ଅଧିକାର ଏକପ୍ରକାର ସମାପ୍ତ ହେବାକୁ ଗଲାଣି। କିଏ ଜାଣେ କିଏ କହିବେ ୨୦୨୪ ନିର୍ବାଚନ ହୋଇପାରେ ଭାରତରେ ଗଣତନ୍ତ୍ରର ମୃତ୍ୟୁଘଣ୍ଟି। ସାମନ୍ତବାଦୀ ଚିନ୍ତାଧାରାରେ ବୁଡ଼ିରହିଥିବା ଭାରତୀୟ ଭୋଟରଙ୍କୁ ଅଳ୍ପରେ ସନ୍ତୁଷ୍ଟ କରିବା ସମ୍ଭବପର ହେଉଛି। କେଉଁଠି ଅର୍ଥ ପାଇଁ ତ ଅନ୍ୟ କେଉଁଠି ଧର୍ମର ପ୍ରହସନରେ ଲୋକଙ୍କ ଦୃଷ୍ଟିଭଙ୍ଗୀକୁ ଭାଙ୍ଗି ଦିଆଯାଇପାରୁଛି। ଯେବେ ଭାରତୀୟମାନେ ରାଜନୈତିକ କର୍ମୀ ଓ ନେତାଙ୍କ ପରିବର୍ତ୍ତେ ପ୍ରାର୍ଥୀର ବ୍ୟକ୍ତିତ୍ୱ ଏବଂ ବିଶ୍ୱାସକୁ ଅଧିକ ଗୁରୁତ୍ୱ ଦେବେ ସେତେବେଳେ, ସମ୍ଭବତଃ, ବାସ୍ତବ ପରିବର୍ତ୍ତନର ପବନ ବହିବା ଆରମ୍ଭ ହୋଇପାରେ। ସଚେତନ ଭାରତୀୟ ନାଗରିକଙ୍କ ପାଇଁ ଏହି ବର୍ଷ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବ। ସେଥିପାଇଁ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସହିତ ଉଚ୍ଚକୋଟୀର ଚିନ୍ତାଧାରା ନୂଆବର୍ଷ ଆଣିଦେଉ। ୨୦୨୪ ପାଇଁ ଏହା ଆମର ଶୁଭେଚ୍ଛା ଓ ଶୁଭକାମନା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri