ରେକର୍ଡ ସ୍ତରରେ ସବୁଜ ଗୃହ ବାଷ୍ପ ନିର୍ଗମନ

ଜେନେଭା, ୨୯।୧୦: ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ର ସ୍ତର ୨୦୨୩ରେ ଏକ ନୂତନ ରେକର୍ଡ ଛୁଇଁଛି। କେବଳ ଗତ ୨ ଦଶନ୍ଧି ମଧ୍ୟରେ ୧୦%ରୁ ଅଧିକ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ବୃଦ୍ଧି ପାଇଛି ବୋଲି ସୋମବାର ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି। ଡବ୍ଲ୍ୟୁଏମ୍‌ଓର ବାର୍ଷିକ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ବୁଲେଟିନ ଅନୁଯାୟୀ, ୨୦୨୩ରେ ଅଙ୍ଗାରକାମ୍ଳ ନିର୍ଗମନ ସର୍ବାଧିକ ସ୍ତରରେ ପହଞ୍ଚିଛି। ଖାସ୍‌କରି ଜଙ୍ଗଲ ଦ୍ୱାରା ଅଙ୍ଗାରକାମ୍ଳ ଅବଶୋଷଣରେ ହ୍ରାସ ଲକ୍ଷ୍ୟ କରାଯିବା ସହ ଶିଳ୍ପ କାର୍ଯ୍ୟକଳାପରେ ବୃଦ୍ଧି ଯୋଗୁ ଏପରି ଘଟିଥିବା ନେଇ ଡବ୍ଲ୍ୟୁଏମ୍‌ଓ ପକ୍ଷରୁ କୁହାଯାଇଛି। ୨୦୨୩ରେ ଅଙ୍ଗାରକାମ୍ଳର ବୈଶ୍ୱିକ ହାରାହାରି ଭୂପୃଷ୍ଠ ସାନ୍ଦ୍ରତା ୪୨୦ ପିପିଏମ୍‌(ପାଟର୍‌ସ ପର୍‌ ମିଲିୟନ୍‌), ମିଥେନର ୧୯୩୪ ପିପିବି(ପାଟର୍‌ସ ପର୍‌ ବିଲିୟନ୍‌) ଏବଂ ନାଇଟ୍ରୋଜେନ ଅକ୍ସାଇଡ୍‌ ୩୩୬.୯ ପିପିବି ରହିଛି। ଡବ୍ଲ୍ୟୁଏମ୍‌ଓ ସାଧାରଣ ସମ୍ପାଦକ ସେଲେଷ୍ଟେ ସାଓଲୋ କହିଛନ୍ତି, ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ପ୍ରତି ବର୍ଷ ନୂତନ ରେକର୍ଡକୁ ଛୁଇଁବାରେ ଲାଗିଛି। ବୈଶ୍ୱକ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲସିୟସ୍‌ ସ୍ତରରୁ କମ୍‌ ରଖିବା ପାଇଁ କରାଯାଇଥିବା ପ୍ୟାରିସ୍‌ ଚୁକ୍ତିନାମା ଏହାର ଲକ୍ଷ୍ୟ ପୂରଣଠାରୁ ବହୁ ଦୂରରେ ରହିଛି।
ସୋମବାର ଜଳବାୟୁ ପରିବର୍ତ୍ତନକୁ ଆକଳନ କରୁଥିବା ଜାତିସଂଘର ‘ଇଣ୍ଟର ଗଭର୍ମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଣ୍ଟ ଚେଞ୍ଜ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ବୈଶ୍ୱିକ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିବା ପାଇଁ ସମ୍ପ୍ରତି ବିଶ୍ୱର ବିଭିନ୍ନ ଦେଶ ପକ୍ଷରୁ ଲାଗୁ କରାଯାଇଥିବା ଜଳବାୟୁ ଯୋଜନାଗୁଡ଼ିକ ଯଥେଷ୍ଟ ନୁହେଁ। ବୈଶ୍ୱିକ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିବାକୁ ୨୦୩୦ ସୁଦ୍ଧା ବୈଶ୍ୱିକ ନିର୍ଗମନ(ଗ୍ଲୋବାଲ ଏମିଶନ)କୁ ୪୩% ଏବଂ ୨୦୩୫ ସୁଦ୍ଧା ୬୦% ପର୍ଯ୍ୟନ୍ତ ହ୍ରାସ କରିବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ବିଭିନ୍ନ ଦେଶର ଜାତୀୟ ଜଳବାୟୁ ଯୋଜନା ଦ୍ୱାରା ବୈଶ୍ୱିକ ନିର୍ଗମନ ୨୦୧୯ର ସ୍ତରଠାରୁ ମାତ୍ର ୨.୬% ହ୍ରାସ ପାଇଛି। ଜାତିସଂଘ ପକ୍ଷରୁ ଜାରି ଏହି ନୂଆ ରିପୋର୍ଟରେ, ପ୍ୟାରିସ୍‌ ଚୁକ୍ତିନାମାରେ ସହଭାଗୀଥିବା ୧୬୮ ଦେଶ ପକ୍ଷରୁ ଲାଗୁ କରାଯାଇଥିବା ୧୯୫ଟି ଜାତୀୟ ଜଳବାୟୁ ଯୋଜନାଗୁଡ଼ିକୁ ସୂଚିତ କରାଯାଇଛି। ସାମ୍ପ୍ରତିକ ବୈଶ୍ୱିକ ନିର୍ଗମନ ୧୯୯୦ ତୁଳନାରେ ୪୯.୮% ଅଧିକ, ୨୦୧୦ ତୁଳନାରେ ୮.୩% ପ୍ରତିଶତ ଅଧିକ, ୨୦୧୯ ତୁଳନାରେ ୨.୬% କମ୍‌ ଥିବା ନେଇ ଉକ୍ତ ରିପୋର୍ଟ କହିଛି। ସେହିପରି ସ୍ଥିତି ଏପରି ରହିଲେ ୨୦୩୦ ସୁଦ୍ଧା ବୈଶ୍ୱିକ ନିର୍ଗମନ ଚରମ ସୀମାରେ ପହଞ୍ଚିବ ବୋଲି ଉକ୍ତ ରିପୋର୍ଟରେ ଆଶଙ୍କା ପ୍ରକଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri