ରେକର୍ଡ ସ୍ତରରେ ସବୁଜ ଗୃହ ବାଷ୍ପ ନିର୍ଗମନ

ଜେନେଭା, ୨୯।୧୦: ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ର ସ୍ତର ୨୦୨୩ରେ ଏକ ନୂତନ ରେକର୍ଡ ଛୁଇଁଛି। କେବଳ ଗତ ୨ ଦଶନ୍ଧି ମଧ୍ୟରେ ୧୦%ରୁ ଅଧିକ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ବୃଦ୍ଧି ପାଇଛି ବୋଲି ସୋମବାର ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି। ଡବ୍ଲ୍ୟୁଏମ୍‌ଓର ବାର୍ଷିକ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ବୁଲେଟିନ ଅନୁଯାୟୀ, ୨୦୨୩ରେ ଅଙ୍ଗାରକାମ୍ଳ ନିର୍ଗମନ ସର୍ବାଧିକ ସ୍ତରରେ ପହଞ୍ଚିଛି। ଖାସ୍‌କରି ଜଙ୍ଗଲ ଦ୍ୱାରା ଅଙ୍ଗାରକାମ୍ଳ ଅବଶୋଷଣରେ ହ୍ରାସ ଲକ୍ଷ୍ୟ କରାଯିବା ସହ ଶିଳ୍ପ କାର୍ଯ୍ୟକଳାପରେ ବୃଦ୍ଧି ଯୋଗୁ ଏପରି ଘଟିଥିବା ନେଇ ଡବ୍ଲ୍ୟୁଏମ୍‌ଓ ପକ୍ଷରୁ କୁହାଯାଇଛି। ୨୦୨୩ରେ ଅଙ୍ଗାରକାମ୍ଳର ବୈଶ୍ୱିକ ହାରାହାରି ଭୂପୃଷ୍ଠ ସାନ୍ଦ୍ରତା ୪୨୦ ପିପିଏମ୍‌(ପାଟର୍‌ସ ପର୍‌ ମିଲିୟନ୍‌), ମିଥେନର ୧୯୩୪ ପିପିବି(ପାଟର୍‌ସ ପର୍‌ ବିଲିୟନ୍‌) ଏବଂ ନାଇଟ୍ରୋଜେନ ଅକ୍ସାଇଡ୍‌ ୩୩୬.୯ ପିପିବି ରହିଛି। ଡବ୍ଲ୍ୟୁଏମ୍‌ଓ ସାଧାରଣ ସମ୍ପାଦକ ସେଲେଷ୍ଟେ ସାଓଲୋ କହିଛନ୍ତି, ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ପ୍ରତି ବର୍ଷ ନୂତନ ରେକର୍ଡକୁ ଛୁଇଁବାରେ ଲାଗିଛି। ବୈଶ୍ୱକ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲସିୟସ୍‌ ସ୍ତରରୁ କମ୍‌ ରଖିବା ପାଇଁ କରାଯାଇଥିବା ପ୍ୟାରିସ୍‌ ଚୁକ୍ତିନାମା ଏହାର ଲକ୍ଷ୍ୟ ପୂରଣଠାରୁ ବହୁ ଦୂରରେ ରହିଛି।
ସୋମବାର ଜଳବାୟୁ ପରିବର୍ତ୍ତନକୁ ଆକଳନ କରୁଥିବା ଜାତିସଂଘର ‘ଇଣ୍ଟର ଗଭର୍ମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଣ୍ଟ ଚେଞ୍ଜ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ବୈଶ୍ୱିକ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିବା ପାଇଁ ସମ୍ପ୍ରତି ବିଶ୍ୱର ବିଭିନ୍ନ ଦେଶ ପକ୍ଷରୁ ଲାଗୁ କରାଯାଇଥିବା ଜଳବାୟୁ ଯୋଜନାଗୁଡ଼ିକ ଯଥେଷ୍ଟ ନୁହେଁ। ବୈଶ୍ୱିକ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିବାକୁ ୨୦୩୦ ସୁଦ୍ଧା ବୈଶ୍ୱିକ ନିର୍ଗମନ(ଗ୍ଲୋବାଲ ଏମିଶନ)କୁ ୪୩% ଏବଂ ୨୦୩୫ ସୁଦ୍ଧା ୬୦% ପର୍ଯ୍ୟନ୍ତ ହ୍ରାସ କରିବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ବିଭିନ୍ନ ଦେଶର ଜାତୀୟ ଜଳବାୟୁ ଯୋଜନା ଦ୍ୱାରା ବୈଶ୍ୱିକ ନିର୍ଗମନ ୨୦୧୯ର ସ୍ତରଠାରୁ ମାତ୍ର ୨.୬% ହ୍ରାସ ପାଇଛି। ଜାତିସଂଘ ପକ୍ଷରୁ ଜାରି ଏହି ନୂଆ ରିପୋର୍ଟରେ, ପ୍ୟାରିସ୍‌ ଚୁକ୍ତିନାମାରେ ସହଭାଗୀଥିବା ୧୬୮ ଦେଶ ପକ୍ଷରୁ ଲାଗୁ କରାଯାଇଥିବା ୧୯୫ଟି ଜାତୀୟ ଜଳବାୟୁ ଯୋଜନାଗୁଡ଼ିକୁ ସୂଚିତ କରାଯାଇଛି। ସାମ୍ପ୍ରତିକ ବୈଶ୍ୱିକ ନିର୍ଗମନ ୧୯୯୦ ତୁଳନାରେ ୪୯.୮% ଅଧିକ, ୨୦୧୦ ତୁଳନାରେ ୮.୩% ପ୍ରତିଶତ ଅଧିକ, ୨୦୧୯ ତୁଳନାରେ ୨.୬% କମ୍‌ ଥିବା ନେଇ ଉକ୍ତ ରିପୋର୍ଟ କହିଛି। ସେହିପରି ସ୍ଥିତି ଏପରି ରହିଲେ ୨୦୩୦ ସୁଦ୍ଧା ବୈଶ୍ୱିକ ନିର୍ଗମନ ଚରମ ସୀମାରେ ପହଞ୍ଚିବ ବୋଲି ଉକ୍ତ ରିପୋର୍ଟରେ ଆଶଙ୍କା ପ୍ରକଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri