ସବୁଜ ଉଦ୍‌ଜାନ ଚୁକ୍ତି ସ୍ବାକ୍ଷରିତ

ବର୍ଲିନ, ୩।୫: ୟୁକ୍ରେନ୍‌ ସଙ୍କଟ ଭିତରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ୟୁରୋପ ଗସ୍ତରେ ସୋମବାର ଜର୍ମାନୀରେ ପହଞ୍ଚିଛନ୍ତି। ବର୍ଲିନରେ ପହଞ୍ଚିବା ପରେ ତାଙ୍କୁ ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ ସ୍ବାଗତ କରିଥିଲେ। ଫେଡେରାଲ ଚାନ୍‌ସଲେରୀ ପରିସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ପରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ କାରବାର, ଆଞ୍ଚଳିକ ଏବଂ ବୈଶ୍ୱିକ ବ୍ୟାପାର ତଥା ଘଟଣାବଳୀ ଉପରେ ଆଲୋଚନା ହୋଇଛି। ପ୍ରତିନିଧିସ୍ତରୀୟ ବୈଠକରେ ଭାରତ ଓ ଜର୍ମାନୀ ମଧ୍ୟରେ ସବୁଜ ଶକ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି। ଉଭୟ ଦେଶ ମିଶି ଗ୍ରୀନ୍‌ ହାଇଡ୍ରୋଜେନ୍‌ ଟାକ୍ସ ଫୋର୍ସ ଗଠନ କରିବା ନିମନ୍ତେ ସହମତ ହୋଇଛନ୍ତି। ସ୍ବଚ୍ଛ ଏନର୍ଜୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ୨୦୩୦ ସୁଦ୍ଧା ୧୦.୫ ବିଲିୟନ ଡଲାର ପାଇବା ନିମନ୍ତେ ମଧ୍ୟ ଚୁକ୍ତି ସ୍ବାକ୍ଷର ହୋଇଛି।
ଗସ୍ତରେ ମୋଦି ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ନେଇ କ’ଣ ଆଭିମୁଖ୍ୟ ରଖିବେ ତାହା ଉପରେ ସମସ୍ତଙ୍କ ନଜର ଥିବାବେଳେ ସେ ପ୍ରତିନିଧିସ୍ତରୀୟ ବୈଠକ ପରେ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ମୋଦି କହିଥିଲେ, ଯୁଦ୍ଧ ଆରମ୍ଭରୁ ଭାରତ ତୁରନ୍ତ ଯୁଦ୍ଧବିରତି ପାଇଁ ଆହ୍ବାନ ଦେଇଛି। ବିବାଦର ସମାଧାନ ପାଇଁ କୂଟaନୈତିକ ରାସ୍ତାରେ ଆଲୋଚନା ଉପରେ ନୂଆଦିଲ୍ଲୀ ଗୁରୁତ୍ୱାରୋପ କରିଆସିଛି। ଏହି ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ ବରଂ ସବୁପକ୍ଷ କ୍ଷତି ସହିବେ। ତେଣୁ ଭାରତ ସର୍ବଦା ଶାନ୍ତି ସପକ୍ଷରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। କୋଭିଡ୍‌ ମହାମାରୀ ପରେ ଅନ୍ୟ ବଡ଼ ଅର୍ଥନୀତିର ଦେଶ ତୁଳନାରେ ଭାରତ ସବୁଠୁ ଦ୍ରୁତଗତିରେ ବିକାଶ କରୁଛି। ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ଚୁକ୍ତି କରିବା ନିମନ୍ତେ ନୂଆଦିଲ୍ଲୀ ପ୍ରତିବଦ୍ଧ ବୋଲି ମୋଦି କହିଛନ୍ତି। ୨୦୨୧ ଡିସେମ୍ବରରେ ସ୍କୋଲ୍‌ଜ ଶାସନକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହା ହେଉଛି ପ୍ରଥମ ବୈଠକ। ଏହା ପରେ ମୋଦି ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିବେ। ବର୍ଲିନରେ ମୋଦି ଏବଂ ସ୍କୋଲ୍‌ଜ ଭାରତ-ଜର୍ମାନୀ ଆନ୍ତଃ ସରକାରୀ ପରାମର୍ଶ (ଆଇଜିସି) ବୈଠକରେ ଯୋଗ ଦେଇଥିଲେ। ଏଥିରେ ଉଭୟ ପକ୍ଷର ଏକାଧିକ ମନ୍ତ୍ରୀ ସାମିଲ ହୋଇଥିଲେ। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ୟ ଉପସ୍ଥିତ ଥିଲେ। ଜୟଶଙ୍କର ତାଙ୍କ ଜର୍ମାନୀ ପ୍ରତିପକ୍ଷ ଏନାଲିନା ବେୟାରବକ୍‌ଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ଭାରତ-ଜର୍ମାନୀ ଡାଇରେକ୍ଟ ଏନ୍‌କ୍ରିପ୍ଟେଡ କନେକ୍ସନ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri