ଆଞ୍ଚଳିକ ବିକାଶରେ ନୂଆ ଗତି ସୃଷ୍ଟି କରିବ ଗ୍ରୀନ୍‌ ଫିଲ୍ଡ କରିଡର, ଓଡ଼ିଶା-ଆନ୍ଧ୍ରକୁ ଯୋଡ଼ି…

କୋରାପୁଟ,୧୧ା୨(ଅମିତାଭ ବେହେରା): ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ ଏହା ପୂର୍ବ ଭାରତର ଆର୍ଥିକ ମାନଚିତ୍ରକୁ ପୁନଃରୂପାୟିତ କରିବା ଆଶା ରଖାଯାଇଛି। ଭାରତମାଳା ପରିଯୋଜନା ଅନ୍ତର୍ଗତ ନିର୍ମାଣାଧୀନ ଏହି ଛଅ-ଲେନ୍‌ ଗ୍ରୀନ୍‌ଫିଲ୍ଡ କରିଡର ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ଯୋଡ଼ି ଆଞ୍ଚଳିକ ବିକାଶରେ ନୂତନ ଗତି ସୃଷ୍ଟି କରିବାର ସମ୍ଭାବନା ରଖେ। ପ୍ରାୟ ୪୬୫ କି.ମି. ଲମ୍ବା ଏହି କରିଡର ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମାଧ୍ୟମରେ ରାୟପୁର ନିକଟସ୍ଥ ଅଭନପୁରଠାରୁ ବିଶାଖାପଟନମ୍‌ ନିକଟସ୍ଥ ସବ୍ବାବରମ ପର୍ଯ୍ୟନ୍ତ ସଂଯୋଗ ସୃଷ୍ଟି କରିବ। ପ୍ରାୟ ୧୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଆଞ୍ଚଳିକ ଯାତାୟାତ ଓ ମାଲବାହନକୁ ଦ୍ରୁତ, ସହଜ ଓ କ୍ଷମତାଶୀଳ କରିବା। ପୂର୍ବଘାଟ ପର୍ବତମାଳା ପରି କଠିନ ଭୂପୃଷ୍ଠ ଅଞ୍ଚଳ ମାଧ୍ୟମରେ ଯାଉଥିବା ଏହି କରିଡରକୁ ସମତଳ ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କି.ମି. ଓ ପାହାଡ଼ିଆ ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କି.ମି. ଗତି ପାଇଁ ଡିଜାଇନ କରାଯାଇଛି, ଯାହା ସାର୍ବିକ ସଂଯୋଗତା ଓ ଆର୍ଥିକ କାର୍ଯ୍ୟକଳାପକୁ ଉନ୍ନତ କରିବ। ଏହି କରିଡର ଛତିଶଗଡ଼ର ରାୟପୁର, ଧମତରୀ ଓ କାଙ୍କେର, ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ ଓ ବିଶାଖାପାଟଣା ଜିଲା ଦେଇ ଯାଉଛି। ପ୍ରକଳ୍ପ ସମାପ୍ତି ପରେ ବର୍ତ୍ତମାନର ୫୯୪ କି.ମି. ରାୟପୁର-ବିଶାଖାପଟନମ ଯାତ୍ରା ଦୂରତା ପ୍ରାୟ ୭୦ କି.ମି. କମିବ ଏବଂ ଯାତ୍ରା ସମୟ ୧୪ ଘଣ୍ଟାରୁ କମି ୫୬ ଘଣ୍ଟା ହେବ, ଯାହା ଯାତ୍ରୀ ଓ ଭାରୀ ମାଲବାହୀ ଯାନ ପାଇଁ ବଡ଼ ସୁବିଧା ଆଣିବ। ଏହି ପ୍ରକଳ୍ପକୁ ହାଇବ୍ରିଡ୍‌ ଆନ୍ୟୁଇଟି ମଡେଲ ଅଧୀନରେ ୧୫ଟି ପ୍ୟାକେଜ ଭାଗରେ ନିର୍ମାଣ କରାଯାଉଛି , ତନ୍ମମଧ୍ୟରୁ ଛତିଶଗଡ଼ରେ ୩ଟି, ଓଡ଼ିଶାରେ ୮ଟି ଓ ଆନ୍ଧ୍ରପ୍ରଦେଶରେ ୪ଟି ପ୍ୟାକେଜ ରହିଛି। ଏହାସହିତ ମୋଟ୍‌ ୩ଟି ଟନେଲ (ଛତିଶଗଡ଼ରେ ୧ଟି ଓ ଓଡ଼ିଶାରେ ୨ଟି) ନିର୍ମାଣ ହେଉଛି। ସମସ୍ତ ପ୍ୟାକେଜର କାମ ଉନ୍ନତ ପର୍ଯ୍ୟାୟରେ ଅଛି ଏବଂ ଓଡ଼ିଶା ଅଂଶ ଜୁନ୍‌ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଛି। କୋରାପୁଟ ଜିଲାରେ ୭ଟି ଇଣ୍ଟରଚେଞ୍ଜ (ପ୍ରବେଶ/ପ୍ରସ୍ଥାନ ସ୍ଥାନ) ରହିଛି। ସ୍ଥାନୀୟ ସଂଯୋଗତାକୁ ସୁଦୃଢ଼ କରିବା ପାଇଁ କୋରାପୁଟ ଜିଲାର ୭ଟି ସ୍ଥାନରେ ୭ଟି ଇଣ୍ଟରଚେଞ୍ଜ ପ୍ରସ୍ତାବିତ ୧.କି.ମି.୨୪୭.୭ ନିକଟରେ, ବୋରିଗୁମ୍ମା ତହସିଲ ଅନ୍ତର୍ଗତ କାଳିଆଗୁରା ଗ୍ରାମ ଏନ୍‌ଏଚ୍‌୨୬ ସହିତ ସଂଯୋଗ  ୨.କି.ମି. ୨୬୦.୪ ନିକଟରେ, ବୋରିଗୁମ୍ମା ତହସିଲ ଅନ୍ତର୍ଗତ ବେନାସୁର ଗ୍ରାମ ମେଜର ଡିଷ୍ଟ୍ରିକ୍ଟ ରୋଡ୍‌ ସହିତ ସଂଯୋଗ ୩.କି.ମି. ୨୯୦.୨ ନିକଟରେ, କୋରାପୁଟ ତହସିଲ ଅନ୍ତର୍ଗତ ତାଳା ଗ୍ରାମ ଏନ୍‌ଏଚ୍‌ ୩୨୬ ସହିତ ସଂଯୋଗ ୪. କି.ମି.୩୧୦.୬ ନିକଟରେ, ସେମିଳିଗୁଡ଼ା ତହସିଲ ଅନ୍ତର୍ଗତ ନାଲକୋ ଛକ ନିକଟସ୍ଥ ଲୁଙ୍ଗୁରୀ ଗ୍ରାମ ଏନ୍‌ଏଚ୍‌ ୨୬ ସହିତ ସଂଯୋଗ ୫.କି.ମି.୩୧୯.୫ ନିକଟରେ, ସେମିଳିଗୁଡ଼ା ତହସିଲ ଅନ୍ତର୍ଗତ କୁଣ୍ଡୁଳି ଗ୍ରାମ ଏନ୍‌ଏଚ୍‌ ୨୬ ସହିତ ସଂଯୋଗ ୬. କି.ମି.୩୩୭.୧ ନିକଟରେ, ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ବରାଜା ଗ୍ରାମ ମେଜର ଡିଷ୍ଟ୍ରିକ ରୋଡ ସହିତ ସଂଯୋଗ ୭ କି.ମି. ୩୫୨.୮ ନିକଟରେ, ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ଆମ୍ପାବାଲି ନିକଟସ୍ଥ ତଳଗୋଲାର ଗ୍ରାମ ମେଜର ଡିଷ୍ଟ୍ରିକ ରୋଡ୍‌ ସହିତ ସଂଯୋଗଏହି ଇଣ୍ଟରଚେଞ୍ଜଗୁଡ଼ିକ ଦ୍ୱାରା ସ୍ଥାନୀୟ ଯାତାୟାତ ସୁଗମ ହେବ ଏବଂ ନିକଟସ୍ଥ ଗାଁ ଓ ସହର ସହିତ କରିଡୋରର ସଂଯୋଗ ଅଧିକ ମଜଭୁତ ହେବ। ବର୍ତ୍ତମାନ ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଯାତ୍ରା ଦୀର୍ଘ ଓ ସମୟସାପେକ୍ଷ।

ନୂଆ କରିଡର ଦୂରତା ଓ ସମୟ ଦୁହେଁ କମାଇ ମାଲବାହନ ଓ ଯାତ୍ରୀ ପରିବହନକୁ ଦ୍ରୁତ, ସୁବିଧାଜନକ ଓ କ୍ଷମତାଶୀଳ କରିବ। ବିଶେଷକରି ନବରଙ୍ଗପୁର ଓ କୋରାପୁଟ ପରି ଆଦିବାସୀ ପ୍ରଧାନ ଅଞ୍ଚଳ ପାଇଁ ଏହା ଏକ ଆର୍ଥିକ ଜୀବନରେଖା ସାବ୍ୟସ୍ତ ହେବାକୁ ପାରେ। କୃଷି ଉତ୍ପାଦ, ଜଙ୍ଗଲ ଜାତ ସାମଗ୍ରୀ ଓ ଖଣିଜ ସମ୍ପଦ ଶୀଘ୍ର ବଜାର ଓ ବନ୍ଦରକୁ ପହଞ୍ଚି ପାରିବ, ଯାହା ଉତ୍ପାଦକଙ୍କ ଆୟ ବୃଦ୍ଧିରେ ସହାୟକ ହେବ। ଏହା ସହିତ, ସଂଯୋଗତା ବୃଦ୍ଧି ପାଇଲେ ସ୍ବାସ୍ଥ୍ୟ, ଶିକ୍ଷା ଓ ପ୍ରଶାସନିକ ସେବା ଦୁର୍ଗମ ଅଞ୍ଚଳକୁ ଆହୁରି ସହଜରେ ପହଞ୍ଚିପାରିବ। ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ଏହା ନୂତନ ଦ୍ୱାର ଖୋଲିପାରେ, କାରଣ କୋରାପୁଟ ଓ ପୂର୍ବ ଘାଟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶ-ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ। ତଥାପି ଏପରି ବୃହତ୍‌ ପ୍ରକଳ୍ପ ସହ ଚ୍ୟାଲେଞ୍ଜ ମଧ୍ୟ ଜଡ଼ିତ ଥାଏ। ପୂର୍ବ ଘାଟ ପର୍ବତମାଳା ପରି ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ସମୟରେ ପରିବେଶ ସୁରକ୍ଷା ଓ ବନ୍ୟଜୀବ ସଂରକ୍ଷଣକୁ ସର୍ବୋଚ୍ଚ ପ୍ରାଥମ୍ୟ ଦେବା ଆବଶ୍ୟକ। ବନ୍ୟପ୍ରାଣୀ କ୍ରସିଂ, ମଙ୍କି କ୍ୟାନୋପି ଓ ନଏଜ୍‌ ବ୍ୟାରିଅର୍‌ ପରି ବ୍ୟବସ୍ଥା ସ୍ବାଗତଯୋଗ୍ୟ ହେଲେ ମଧ୍ୟ ତାହାର କାର୍ଯ୍ୟକାରିତା ନିର୍ବାହ ଓ ନିୟମିତ ନିରୀକ୍ଷଣ ଅତ୍ୟାବଶ୍ୟକ। ଏହା ସହ ଜମି ଅଧିଗ୍ରହଣ, ପୁନର୍ବାସନ ଓ ସ୍ଥାନୀୟ ଲୋକଙ୍କ ଜୀବିକା ସୁରକ୍ଷା ମଧ୍ୟ ସମାନ ଗୁରୁତ୍ୱ। ଉନ୍ନତିର ଫଳ ସ୍ଥାନୀୟ ଲୋକଙ୍କୁ ନ ମିଳିଲେ, ପ୍ରକଳ୍ପର ସାର୍ଥକତା ପ୍ରଶ୍ନର ସମ୍ମୁଖୀନ ହେବ। ସେହିପରି ରୋଜଗାର ସୃଷ୍ଟି ଓ ସ୍ଥାନୀୟ ଶିଳ୍ପକୁ ପ୍ରାଥମିକତା ଦେବା ଦ୍ୱାରା ଏହି କରିଡରକୁ ଏକ ସମାବେଶୀ ଉନ୍ନତିର ମଡେଲ କରାଯାଇପାରେ। ସର୍ବସାଧାରଣରେ ରାୟପୁର ବିଶାଖାପାଟଣା ଆର୍ଥିକ କରିଡର ଓଡ଼ିଶାର ଆଞ୍ଚଳିକ ଉନ୍ନତି ପାଇଁ ଏକ ଐତିହାସିକ ସୁଯୋଗ। କିନ୍ତୁ ଉନ୍ନତି ଓ ପରିବେଶ, ଗତି ଓ ସମତୁଲ ଏହି ଦୁଇର ମଧ୍ୟରେ ସଠିକ୍‌ ସମନ୍ବୟ ରହିଲେ ଏହା ଦୀର୍ଘକାଳୀନ ସମୃଦ୍ଧିର ପଥକୁ ସୁଗମ କରିପାରିବ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri