ବନ୍ୟପ୍ରାଣୀ ବେପାରକୁ ସବୁଜ ସଙ୍କେତ

ଭୁବନେଶ୍ୱର, ୨୨।୧(ଅସମାପିକା ସାହୁ): ଆଇନଗତ ଉପାୟରେ ଏଣିକି ଭାରତୀୟ ବନ୍ୟପ୍ରାଣୀଙ୍କୁ କିଣାବିକା କରି ହେବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗତ ୧୮ ତାରିଖରେ ଜାରି କରାଯାଇଥିବା ଗେଜେଟ ନଂ. ୪୦ରେ ଏଥିପାଇଁ ଲାଇସେନ୍ସ ପ୍ରଦାନ କରାଯିବା ନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ଏଥିସହ ନୂତନ ୱାଇଲ୍ଡ ଲାଇଫ(ପ୍ରୋଟେକ୍ସନ) ଲାଇସେନ୍ସିଂ (ଆଡିଶନାଲ ମ୍ୟାଟର୍ସ ଫର୍‌ କନ୍ସିଡିରେଶନ) ରୁଲ୍‌ସ ୨୦୨୪କୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ତେବେ ଏଥିରୁ ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ପ୍ରାଣୀଙ୍କୁ ବାଦ୍‌ ଦିଆଯାଇଥିବାବେଳେ ଅନ୍ୟସବୁ ପ୍ରାଣୀଙ୍କୁ ଟ୍ରେଡିଂ କରିବା ପାଇଁ ଲାଇସେନ୍ସ ମିଳିବାକୁ ନେଇ ଗ୍ରୀନ୍‌ ସିଗ୍‌ନାଲ ଦିଆଯାଇଛି। ଏହି ଗେଜେଟ ପ୍ରକାଶ ପାଇବା ପରେ ପୂର୍ବରୁ ପ୍ରଚଳିତ ଥିବା ୧୯୮୩ ମସିହାର ନିୟମ ଅକାମୀ ହୋଇଯାଇଛି। ଉକ୍ତ ନିୟମ ଅନୁସାରେ, ସିଡ୍ୟୁଲ-୧ କିମ୍ବା ସିଡ୍ୟୁଲ-୨ର ପାର୍ଟ ୨ ପ୍ରାଣୀମାନଙ୍କ ଟ୍ରେଡିଂ ପାଇଁ ଲାଇସେନ୍ସ ଦିଆଯାଉ ନ ଥିଲା। ତେବେ ନୂଆ ନିୟମରେ ବନ୍ୟଜୀବ (ସଂରକ୍ଷଣ) ଆଇନ – ୧୯୭୨ର ସେକ୍ସନ ୪୪, କ୍ଲଜ(ବି) ସବ-ସେକ୍ସନ(୪) ଅଧୀନରେ ଲାଇସେନ୍ସ ଦେବା ପାଇଁ ପ୍ରାବଧାନ ସହ କିଛି ସର୍ତ୍ତାବଳୀ ରଖାଯାଇଛି। ରାଜ୍ୟର ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକ କିମ୍ବା ତାଙ୍କ ଅଧିକୃତ ଅଧିକାରୀ ଏହି ଲାଇସେନ୍ସ ପ୍ରଦାନ କରିପାରିପାରିବେ ବୋଲି ନିୟମ ଲାଗୁ କରାଯାଇଛି।
ଏହି ନୂଆ ନିୟମକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ଗତବର୍ଷ ଏପ୍ରିଲ ୧ରେ ଦେଶରେ ସଂଶୋଧିତ ବନ୍ୟଜୀବ (ସଂରକ୍ଷଣ) ଆଇନ ୧୯୭୨କୁ ଲାଗୁ କରାଯାଇଥିଲା। ଏଥିରେ ବନ୍ୟପ୍ରାଣୀ, ଉଦ୍ଭିଦ ଓ ବିଦେଶୀ(Exotic) ପ୍ରାଣୀଙ୍କ ପାଇଁ ବ୍ୟାପକ ସଂଶୋଧନ କରାଯାଇଥିଲା। ବିଦେଶୀ(Exotic) ପ୍ରାଣୀଙ୍କୁ ସିଡ୍ୟୁଲ-୪ ତାଲିକାରେ ସ୍ଥାନ ଦିଆଯାଇଥିଲା। ସେହିପରି ଦଣ୍ଡବିଧାନ ବା ଜରିମାନା ପରିମାଣ ୨୫ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହ ସମସ୍ତ ବନ୍ୟପ୍ରାଣୀଙ୍କୁ ସିଡ୍ୟୁଲ-୧ ଏବଂ ସିଡ୍ୟୁଲ-୨ରେ ରଖାଯାଇଥିଲା। ଯଦିଓ ସିଡ୍ୟୁଲ-୧ ପ୍ରାଣୀଙ୍କ ଟ୍ରେଡିଂକୁ ଲାଇସେନ୍ସ ପ୍ରକ୍ରିୟାରୁ ବାହାରେ ରଖାଯାଇଛି, କିନ୍ତୁ ସିଡ୍ୟୁଲ-୨ରେ ସର୍ବାଧିକ ପ୍ରାଣୀ ଅଛନ୍ତି। ସିଡ୍ୟୁଲ-୨ ପ୍ରାଣୀ ଭିତରେ ନୀଳଗାଈ, ବାଦୁଡ଼ି, ଚିତ୍ରା ହରିଣ, ଜଙ୍ଗଲି ଠେକୁଆ, ବାର୍‌ହା, ହନୁ ମାଙ୍କଡ଼ ଇତ୍ୟାଦି ସ୍ତନ୍ୟପାୟୀ, ବାର୍‌ବେଟ(Barbets), ବି ଇଟର(Bee-eater), ବିଟର୍ନ (Bittern), ହେରୋନ (Heron), ଇଗ୍ରେଟ (Egret), ବୁଲ୍‌ବୁଲ୍‌ (Bulbul), କୋଇଲି (Cuckoos), ଅନେକ ପ୍ରଜାତିର ବତକଙ୍କ ସମେତ ମୋଟ ୧,୧୩୪ ଟି ପ୍ରଜାତିର ପକ୍ଷୀ, ୩୦୦ରୁ ଊର୍ଦ୍ଧ୍ୱ ସାପ, ଅନେକ ପ୍ରଜାତିର ବେଙ୍ଗ ଆଦି ଅନ୍ତର୍ଭୁକ୍ତ। ଏବେ ଏସବୁ ପ୍ରାଣୀଙ୍କ ପାଇଁ ଟ୍ରେଡିଂ ଲାଇସେନ୍ସ ଦିଆଯିବା ଦ୍ୱାରା କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଭାବରେ ବେପାର ଓ ପରୋକ୍ଷ ଭାବରେ ଶିକାର ପାଇଁ ରାସ୍ତା ଫିଟାଇଦେଲେ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଲେଣି।
ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ସିଡ୍ୟୁଲ-୨ ପ୍ରାଣୀଙ୍କ ପାଇଁ ଟ୍ରେଡିଂ ଲାଇସେନ୍ସ ନିଶ୍ଚୟ ଏକ ଚିନ୍ତାର ବିଷୟ। ଗତ ୪୦ବର୍ଷ ପରେ କେନ୍ଦ୍ର ସରକାର ଏଭଳି ପରିବର୍ତ୍ତନ ଆଣିଛନ୍ତି। ଯେଉଁମାନଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ଚିନ୍ତା କରାଯାଉଥିଲା ଏବେ ସେମାନଙ୍କୁ ଟ୍ରେଡିଂ ପାଇଁ ଅନୁମତି ମିଳିଲା। ପରୋକ୍ଷରେ ଏହାର ଶିକାର ପାଇଁ ସୁଯୋଗ ମିଳିଯିବ। ଏମାନଙ୍କ ଶିକାର ବଢ଼ିଲେ ଆଗକୁ ଏସବୁ ପ୍ରାଣୀ ଲୋପ ପାଇଯିବାର ମଧ୍ୟ ଆଶଙ୍କା ରହୁଛି। ଖୋର୍ଦ୍ଧା ଜିଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଟ୍ରେଡିଂର ଅର୍ଥ ବେପାର। ହେଲେ ଘରେ ପୋଷିବା ପାଇଁ ଟ୍ରେଡିଂ ହେବ କି ମାଂସ ଖାଇବା ପାଇଁ ଟ୍ରେଡ଼ିଂ ହେବ ସେଇଟା କିଏ କହିବ। ଲାଇସେନ୍ସ ପାଇବା ପରେ ଯାହାର ଯାହା ଇଚ୍ଛା ହେଲା ସିଏ କରିବ। ବନ୍ୟପ୍ରାଣୀଙ୍କୁ ଚୋରା ଶିକାର ଓ ବେପାରରୁ ରକ୍ଷା କରିବା ପାଇଁ ସେମାନଙ୍କୁ ସଂରକ୍ଷଣ ଦେଇ ସିଡ୍ୟୁଲ୍‌-୨ ତାଲିକାରେ ରଖିବାର ବର୍ଷେ ନ ପୂରୁଣୁ କେନ୍ଦ୍ର ସରକାରଙ୍କର ଏବେ ଟ୍ରେଡିଂ ଲାଇସେନ୍ସ ଦେବାର କ’ଣ ଦରକାର ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ସେପଟେ ବିଦେଶୀ ପ୍ରାଣୀଙ୍କ ବେପାର କରୁଥିବା ପେଟ୍‌ ସପ୍‌ ମାଲିକମାନେ ନୂତନ ନିୟମକୁ ସ୍ବାଗତ କରିଛନ୍ତି। ଏ ଲାଇସେନ୍ସ ବ୍ୟବସ୍ଥା ଦ୍ୱାରା ବିଦେଶରୁ ବନ୍ୟପ୍ରାଣୀ ଆମଦାନୀ କରିବାର ବାଟ ଫିଟିଯିବ। ଭୁବନେଶ୍ୱରର ଏକ ପେଟ୍‌ସପ୍‌ର ମାଲିକ ସତ୍ୟ ଶଙ୍କର ବିଶ୍ୱାଳ କହିଛନ୍ତି, ସିଡ୍ୟୁଲ-୨ରେ ଥିବା ଭାରତୀୟ ବନ୍ୟପ୍ରାଣୀଙ୍କୁ ଟ୍ରେଡିଂ ଲାଇସେନ୍ସ ଭଲ ହେଲା। ସିଡ୍ୟୁଲ-୪ ପ୍ରାଣୀଙ୍କ ପାଇଁ ଲାଇସେନ୍ସ ମିଳିଲେ ଆମକୁ ବିଦେଶରୁ ଭଲ ପ୍ରଜାତିର ଏକଜୋଟିକ ପ୍ରାଣୀ ଆମଦାନୀ କରିବା ପାଇଁ ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

୧୧ କ୍ରସ୍‌ ଭୋଟିଂରେ ଦିଲୀପ ଜିତିଲେ

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ସୋମବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କଂଗ୍ରେସର…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri