Green Heroes Summit 2025: ଧନ୍ୟବାଦ ଜଣାଇଲେ ସିଇଓ ଆଦ୍ୟାଶା ସତପଥୀ

ଭୁବନେଶ୍ୱର,୨୩।୧୧: ଆରମ୍ଭ ହୋଇଯାଇଛି ଧରିତ୍ରୀ ୟୁଥ କନକ୍ଲେଭ ୨୦୨୫। ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିନ ଭୁବନେଶ୍ୱରର ପ୍ରେସ କ୍ଲବରେ ଅନୁଷ୍ଠିତ ହୋଇଛି। ୟୁଥ କନକ୍ଲେଭର ପ୍ରଥମ ଅଧିବେଶନ ଗ୍ରୀନ ହିରୋଜ ସମିଟରେ ଜଳବାୟୁ ପରିବର୍ତ୍ତନ ଉପରେ ନିଜ ଅଭିଭାଷଣ ରଖି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ।

ଏଥିସହ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ଗ୍ରୀନ ହିରୋସ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ ପରିବେଶବିତ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଜଳବାୟୁ ଯୋଦ୍ଧାମାନଙ୍କ ଆଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଧରିତ୍ରୀ ଟିମ୍‌ ସହିତ ପରିବାର ପରି ମିଶୁଥିବାର ଦେଖି ଆନନ୍ଦ ପ୍ରକାଶ କରିଥିଲେ।

 

ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତଙ୍କୁ ଧନ୍ୟବାଦ। ବର୍ଷ ବର୍ଷ ଧରି ପରିବେଶକୁ ନେଇ ଯୋଡି ହୋଇଆସିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତେ ଗୋଟିଏ ପରିବାର ଭଳି ଯୋଡି ହୋଇ ଅଛନ୍ତି। ସମସ୍ତଙ୍କର ପରିବେଶ ପାଇଁ କାମ କରିବାର ଉତ୍ସାହ ଅଛି, ଯାହାକି ସମାଜ ପାଇଁ ଶୁଭଙ୍କର ଅଟେ। ସମସ୍ତେ ପରସ୍ପରକୁ ଜାଣନ୍ତୁ, ବୁଝନ୍ତୁ ଓ ମିଶିକି କାର୍ଯ୍ୟ କରନ୍ତୁ। ମୋର ଆଶା ପରସ୍ପରକୁ ସାହାଯ୍ୟ କରିବେ। ଆଜି ନେଟୱର୍କରୁ net worth ବଢିବାର ଦିନ। ସମସ୍ତେ ନିଜ ନିଜ ଭିତରେ ପରିଚୟ ହୁଅନ୍ତୁ। ଯେଉଁମାନେ ନିଜ ଅଭିଜ୍ଞତା ବଢ଼ାଉଛନ୍ତି ଅନ୍ୟକୁ ଶିଖାଇବା ନିହାତି ଆବଶ୍ୟକ। ଆପଣଙ୍କ ଭିତରେ compitaion ବଢାଇବା ପାଇଁ ଏହି ଗ୍ରାଣ୍ଟ ଉଦ୍ଦେଶ୍ୟ ନୁହେଁ, ପରିବେଶ ପାଇଁ ମିଳିମିଶି କାର୍ଯ୍ୟ କରିବା ଆମର ଲକ୍ଷ୍ୟ। କିଛି ଚାକିରି କରି କିି ପରିବେଶ ପାଇଁ କାମ କରୁଛନ୍ତି। ଯାହାକି ଭଲ କଥା।
ଆମେ ପରିବେଶ ପାଇଁ କାମ କରି ପର ପିଢିକୁ ସାହାଯ୍ୟ କରିପାରିବା ବୋଲି ଆଦ୍ୟାଶା ସତପଥୀ କହିଛନ୍ତି।

ଗ୍ରୀନ ହିରୋ ସମିଟ କାର୍ଯ୍ୟକ୍ରମରେ ପୂର୍ବତନ ପିସିସିଏଫ ଏବଂ ଓଡ଼ିଶାର ଲୋକାୟୁକ୍ତର ସଦସ୍ୟ ଡକ୍ଟର ଦେବବ୍ରତ ସ୍ବାଇଁ, କୋଷ୍ଟାଲ କନଜରଭେଶନାଲିଷ୍ଟ ସୌମ୍ୟରଞ୍ଜନ ବିଶ୍ୱାଳ, ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ସାମିଲ ଅଛନ୍ତି। ଏଥିସହ ପରିବେଶବିତ୍ ତଥା ଭାରତୀୟ ପରିବେଶବିତ ଫାଉଣ୍ଡେସନର ପ୍ରତିଷ୍ଠାତା ଅରୁଣ କ୍ରିଷ୍ଣମୂର୍ତ୍ତି ମଧ୍ୟ ଯୋଗ ଦେଇଛନ୍ତି। ଡକ୍ଟର ଦେବବ୍ରତ ସୱାଇଁ ସମସ୍ତ ଧରିତ୍ରୀ ଗ୍ରୀନ ହିରୋ ସମିଟ ଆବେଦନକାରୀଙ୍କୁ ପରିବେଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ “Green Catalysts” ବୋଲି କହିଥିଲେ। ସେ Dharitri Climate Grant ଜୁରୀ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଏବଂ ସିଇଓ ଆଦ୍ୟାଶା ସତପଥୀଙ୍କୁ ସବୁଜ ପରିବେଶକୁ ପ୍ରୋତ୍ସାହିତ କରିବାରେ ସେମାନଙ୍କର ଉତ୍ସର୍ଗୀକୃତ ପ୍ରୟାସ ପାଇଁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ପ୍ରତାପ ଜେନାଙ୍କ ଘର ଉପରେ ଆକ୍ରମଣ ନେଇ ତାତିଲା ବିଜେଡି: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ…

ଭୁବନେଶ୍ୱର,୨୧।୩(ସୁନିତ ମିଶ୍ର): ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ତାଙ୍କ ବାସଭବନରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri