ଉପକୂଳ ଅଞ୍ଚଳ ବିପର୍ଯ୍ୟସ୍ତକୁ ରୋକିବ ସବୁଜ ବଳୟ

ମହାକାଳପଡ଼ା,୧୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟକୁ ରୋକିବା ପାଇଁ ବ୍ୟାପକ ଚାରାରୋପଣ କରି ଆଗେଇ ଆସିଛନ୍ତି ଜମ୍ବୁ ଅଞ୍ଚଳର ବନ୍ଧନ ମହିଳା ଗୋଷ୍ଠୀ ସଙ୍ଗଠନର ସଦସ୍ୟାମାନେ। ମହିଳାମାନଙ୍କ କହିବା କଥା, ସମୟ ଆସିବ ଶୁଦ୍ଧ ଅମ୍ଳଜାନ ମିଳିବ ନାହିଁ। ବଞ୍ଚତ୍ବା ପାଇଁ ଶୁଦ୍ଧ ବାୟୁ ପାଇବାକୁ ନିଜେ ସବୁଜ ବଳୟ ସୃଷ୍ଟି କରିବା ଆବଶ୍ୟକତା ରହିଛି। ସେଥିପାଇଁ ଗଛ ମା’ ହେଲା ଦ୍ୱିତୀୟ ଜନ୍ମଦାତ୍ରୀ। ଗଛ ମା’କୁ ସେବା କରିବା ସୁଯୋଗ ମିଳିଛି ବୋଲି ମହିଳାମାନେ ଆଗେଇ ଆସି ମା’ ପାଇଁ ଗଛଟିଏ ଲଗାଇ ଆଗାମୀ ଭବିଷ୍ୟତ ଦାୟାଦଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଶପଥ ନେଇଛନ୍ତି। ଏହି ଅବସରରେ ଜମ୍ବୁ ଗ୍ରାମର ମହିଳା ଗୋଷ୍ଠୀ ସଙ୍ଗଠିତ ହୋଇ ସଂଖ୍ୟାଧିକ ଚାରାରୋପଣ କରିଛନ୍ତି।
ବଙ୍ଗୋପସାଗର କୂଳରେ ଜମ୍ବୁ ଗ୍ରାମ ଅବସ୍ଥିତ ଥିବାରୁ ବହୁ ସମୟରେ ସାମୁଦ୍ରିକ ବାତ୍ୟା, ସୁନାମି ଆଶଙ୍କା ରହିଛି। ପ୍ରଚୁର ମାତ୍ରାରେ ବିଶେଷକରି ଲୁଣା ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବାକୁ ସେମାନେ ଆଗଭର ହେଉଛନ୍ତି। କାହିଁକି ନା ସାମୁଦ୍ରିକ ବିପର୍ଯ୍ୟୟକୁ ରୋକିବାକୁ ହେଲେ ହଜାର ହଜାର ସଂଖ୍ୟାରେ ଲୁଣା ହେନ୍ତାଳ ଜଙ୍ଗଲ ସୃଷ୍ଟି ଦରକାର। ଏହାହେଲେ ବିପର୍ଯ୍ୟୟ ଦାଉରୁ ଜନଜୀବନ ବଞ୍ଚତ୍ବ ବୋଲି ମହିଳାମାନେ କହିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଚାରାରୋପଣ କରିବାକୁ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ମା’ ପାଇଁ ଗଛଟିଏ ଲଗାଇଲେ ଏ ବିଶ୍ୱ ସମାଜର ଜୀବଜଗତ ବଞ୍ଚତ୍ବ। ବ୍ଲକ ଅଧୀନ ଜମ୍ବୁ-ଭାଟେଣି ସଂଲଗ୍ନ ଗୋବରୀ ନଦୀକୂଳରେ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ମହିଳା ଗୋଷ୍ଠୀ ଚାରାରୋପଣ କରିଛନ୍ତି। ଏହି ଅବସରରେ ପରିବେଶବିତ୍‌ ଗୌତମ ଗାୟନଙ୍କ ନେତୃତ୍ୱରେ ମହିଳାମାନେ ରବିବାର ଅପରାହ୍ନରେ ମିଳିତ ହୋଇ ପରିବେଶ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ଦକ୍ଷିଣ ଜମ୍ବୁ ମା’ ଗଙ୍ଗାମାତା ପଡ଼ିଆଠାରେ ସବୁଜ ବଳୟ ସୃଷ୍ଟି କରିବାକୁ ବିଭିନ୍ନ କିସମର ଲୁଣା ଜାତୀୟ, ଦେଶୀୟ ଚାରା, ଔଷଧୀୟ ଗୁଣ ଚାରା ଲଗାଇବା ସହ ସମାଜକୁ ନୂଆ ବାର୍ତ୍ତା ଦେଇଛନ୍ତି। ରବିବାର ୨୦୦ ଚାରା ରୋପଣ କରାଯାଇଛି। ଆଗାମୀଦିନରେ ଏହି ଉପକୂଳ ଅଞ୍ଚଳ ନଦୀକୂଳ, ବାଡ଼ି ବଗିଚା, ନଦୀବନ୍ଧ ପାର୍ଶ୍ୱରେ ୫ ହଜାରରୁ ଅଧିକ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯିବ ବୋଲି ପରିବେଶବିତ୍‌ ଗାୟନ ଓ ମହିଳାମାନେ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବନ୍ଧନ ମହିଳା ଗୋଷ୍ଠୀ ସମ୍ପାଦକ କନକଲତା ଗାୟନ, କାକଳୀ ବୈଦ, ଭବାନୀ ମଣ୍ଡଳ, ପିଙ୍କି ଦାସ, ସା ମାଝୀ, ଝୁମା ସିଂ, ନମିତା ସରକାର, ଚନ୍ଦନା ମଣ୍ଡଳ, ମୌସୁମୀ ମଣ୍ଡଳ ଓ ବୈଶାଖୀ ଜର୍ଦ୍ଦାରଙ୍କ ସମେତ ବହୁସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?