ମହିଳାଙ୍କ ମହତ୍ କାମ : ଶିବିର ଆୟୋଜନ କରି …

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡିଶାର ବରଗଡ଼ ଜିଲାରେ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଯଥେଷ୍ଟ କମ୍ ରହିଛି।
୨୦୨୩ ବର୍ଷ ତଥ୍ୟ ଅନୁସାରେ ବରଗଡ଼ରେ ମୋଟ ୧୯୧୫୮ ଜଣ ରକ୍ତଦାତା ରକ୍ତଦାନ କରିଥିବା ବେଳେ ସେଥିରୁ କେବଳ ୯୭୭ ଜଣ ମହିଳା ଅର୍ଥାତ୍ ମୋଟ ରକ୍ତଦାତାଙ୍କର ୫.୨ ପ୍ରତିଶତ ମହିଳା ରକ୍ତଦାନ କରିଛନ୍ତି । ୨୦୨୪-୨୦୨୫ ମଧ୍ଯରେ କେବଳ ୩ ପ୍ରତିଶତ ବ୍ରୁଦ୍ଧି ପାଇଛି ଅର୍ଥାତ୍ ୮ ପ୍ରତିଶତ ମହିଳା ଅନ୍ତର୍ଭୁକ୍ତ ହୋଇଥିବା ସୂଚନା ମିଳିଛି।
ରାଜ୍ୟସ୍ତରରେ National AIDS Control Organisation ଓ National Blood Transfusion Council ଙ୍କ ୨୦୨୨–୨୦୨୩ ରିପୋର୍ଟ ଅନୁଯାୟୀ ଓଡିଶାରେ ପ୍ରତିବର୍ଷ ପ୍ରାୟ ୯ ରୁ ୧୦ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ହେଉଛି। ଏଥିରେ ମହିଳାଙ୍କ ଭାଗୀଦାରି ୮ ରୁ ୧୨ ପ୍ରତିଶତ ମଧ୍ୟରେ ସୀମିତ। ପୂର୍ବରୁ ବାର୍ଷିକ ସଂଗ୍ରହ ୬–୭ ଲକ୍ଷ ୟୁନିଟ୍ ଥିବାବେଳେ ମହିଳା ଭାଗୀଦାରି ୬–୮ ପ୍ରତିଶତ ଥିଲା। ଅର୍ଥାତ୍ ସଂଖ୍ୟା ବଢ଼ିଥିଲେ ମଧ୍ୟ ଅସମତା ଏପର୍ଯ୍ୟନ୍ତ ରହିଛି। ଏହି ପରିପ୍ରେକ୍ଷୀରେ ବରଗଡ଼ ନେହେରୁ ଏସୋସିଏସନ ମହିଳା ସମିତି ପକ୍ଷରୁ ଶନିବାର ଏକ ସଚେତନତାମୂଳକ ମହିଳା ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷୟତ୍ରୀ, ଛାତ୍ରୀ ଓ ମହିଳାମାନେ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଥିଲେ। ଅର୍ଥାତ୍ ମହିଳାଙ୍କ ଦ୍ବାରା ଆୟୋଜିତ ଏ଼ହି ଶିବିରରେ ୩୩ଜଣ ମହିଳା ରକ୍ତଦାନ କରିଥିଲେ। ସେମାନଙ୍କ ମଧ୍ଯରୁ ଅଧିକାଂଶ ପ୍ରଥମଥର ପାଇଁ ରକ୍ତଦାନ କରିଥିଲେ । ଶିବିରକୁ ବରଗଡ଼ ବିଧାୟକ ଅଶ୍ବିନୀ ଷଡଙ୍ଗୀ, ଜିଲା ପରିଷଦ ସଭାପତି ମାନିନୀ ଭୋଇ, ପୌରାଧ୍ୟକ୍ଷା କଳ୍ପନା ମାଝି, ଫର୍ ଅନୁଷ୍ଠାନର ଅଧ୍ଯକ୍ଷା ମିନାକ୍ଷୀ ମିଶ୍ର ଉଦଘାଟନ କରିଥିଲେ। ବିଧାୟକ ଅଶ୍ବିନୀ ଷଡଙ୍ଗୀ କହିଲେ, ଓଡ଼ିଶାରେ ପ୍ରଥମଥର ବରଗଡରେ ମହିଳା ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜନ ହେବା ଗର୍ବର ବିଷୟ। ଏହା ଏକ ଐତିହାସିକ ପଦକ୍ଷେପ। ସହଭାଗୀସଂଖ୍ୟା କିଛି ମାନେ ରଖେ ନାହିଁ, ରକ୍ତଦାନ ମାନବତାର ସର୍ବୋଚ୍ଚ ସେବା। ମହିଳାମାନେ ଯଦି ଆଗକୁ ଆସନ୍ତି, ଜିଲାର ସ୍ୱାସ୍ଥ୍ୟ ସୁରକ୍ଷା ଆହୁରି ମଜବୁତ ହେବ। ସେ ଅନିମିଆ ନିୟନ୍ତ୍ରଣ ଓ ପୋଷଣ ସଚେତନତାକୁ ଜୋରଦାର କରିବାକୁ ସେ ଆହ୍ୱାନ କରିଥିଲେ ।
ଜିଲା ପରିଷଦ ସଭାପତି ମାନିନୀ ଭୋଇ କହିଲେ, ମହିଳା ସଶକ୍ତିକରଣର ସଠିକ୍ ଅର୍ଥ ହେଉଛି ସ୍ୱାସ୍ଥ୍ୟରେ ସ୍ୱାଧୀନତା। ରକ୍ତଦାନରେ ସମାନ ଭାଗୀଦାରି ଆଣିବାକୁ ସମସ୍ତଙ୍କ ଯୁକ୍ତ ପ୍ରୟାସ ଆବଶ୍ୟକ । ପୌରାଧ୍ୟକ୍ଷା କଳ୍ପନା ମାଝି ମହିଳାଙ୍କୁ ଭ୍ରାନ୍ତିଧାରଣା ଛାଡ଼ି ସ୍ୱଇଚ୍ଛିକ ଭାବେ ରକ୍ତଦାନ ରେ ଯୋଗଦେବାକୁ ଅନୁରୋଧ କରିଥିଲେ । ସମିତି ସଭାପତି ଶ୍ରୀମତୀ ସୁଷମା ଭୋଇ କହିଥିଲେ, ବିଶେଷଜ୍ଞଙ୍କ ମତରେ ଏନିମିଆ, ପୋଷଣ ଅଭାବ ଓ ସାମାଜିକ ଭ୍ରାନ୍ତି ମହିଳାଙ୍କୁ ପଛକୁ ଟାଣୁଛି । ଗ୍ରାମୀଣସ୍ତରରୁ ହିମୋଗ୍ଲୋବିନ୍ ସଚେତନତା ବଢ଼ାଇଲେ ପରିବର୍ତ୍ତନ ସମ୍ଭବ । ଆହୁରି ସଚେତନତାର ଆବଶ୍ଯକତା ରହିଛି। ଏଭଳି ମହିଳା ରକ୍ତଦାନ ଶିବିର ଆୟୋଜନ କରି ମହିଳାଙ୍କୁ ପ୍ରେରିତ କରିବା ପ୍ରୟାସକୁ ଜାରି ରଖିବୁ।
ସମ୍ପାଦିକା ଅନୁପମା ମିଶ୍ର କହିଥିଲେ, ଜିଲାରେ ରକ୍ତଦାତାଙ୍କ ସଂଖ୍ୟା ବଢ଼ୁଛନ୍ତି, କିନ୍ତୁ ମହିଳାଙ୍କ ହାର ଅତ୍ୟନ୍ତ କମ୍। ଆଜିର ଏହି ଶିବିର ଏକ ସଚେତନ ବାର୍ତ୍ତା ଦେବ । ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଏ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ରକ୍ତ ସଂକଟକୁ ଦୂର କରିବା ପାଇଁ ଅନବରତ ରକ୍ତଦାନ ଶିବିର ଆୟୋଜନ କରୁଥିବା ନିଷ୍ଠା ପରିବାରର ସଦସ୍ୟ, ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରଓ୍ୱାଲ ତଥା ଅନ୍ୟ ସଦସ୍ୟମାନେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ହୋଇ ମହିଳା ରକ୍ତଦାନ ଶିବିର ଆୟୋଜକଙ୍କୁ ମାର୍ଗଦର୍ଶନ କରାଇଥିଲେ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଅଜିତ କୁମାର ଦର୍ଜୀ କହିଥିଲେ, ଏନିମିଆର ଅଭାବ, ପରିବାରିକ ଦାୟିତ୍ୱ ଓ କମ୍ ହିମୋଗ୍ଲୋବିନ୍ ସ୍ତର ମହିଳାଙ୍କୁ ଅଯୋଗ୍ୟ କରୁଛି। ତଥାପି ସରକାର, ଶିକ୍ଷାନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ପ୍ରୟାସରେ ସ୍ୱେଚ୍ଛାକ୍ରୁତ ରକ୍ତଦାନରେ ବୃଦ୍ଧି ଦେଖାଯାଉଛି। ବରଗଡ଼ରେ ଅଧିକ ମହିଳାଙ୍କ ସହଭାଗୀତା ଜିଲାର ସ୍ୱାସ୍ଥ୍ୟ ସୂଚକଙ୍କୁ ନୂତନ ଦିଗ ଦେଇପାରିବ ବୋଲି ମତ ପ୍ରକାଶ ପାଇଛି। ଶିବିର ଅନ୍ୟ ମହିଳା ମାନଙ୍କୁ ନିଶ୍ଚିତ ପ୍ରେରିତ କରିବ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୧୮ଜଣଙ୍କ ଜୀବନ, ୬ଜଣ ଗୁରୁତର

ଭେଟ୍‌ଲାପାଲେମ୍‌,୨୮ା୨: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରେ ଥିବା ଏକ ବାଣ କାରଖାନାରେ ଶନିବାର ଭୟଙ୍କର ବିସ୍ପୋରଣ ଘଟିଛି। ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଗୁରୁତର…

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

କ୍ୟାବିନ ପୋଡ଼ି, ଠେଲା ଭାଙ୍ଗିଦେଲେ

ରିଷିଡ଼ା,୨୮ା୨ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ୍‌ ରିଷିଡ଼ା ତେରେସିଂହା (ଫଟାମୁଣ୍ତା) ଛକରେ କାଠରେ ତିଆରି ଏକ କ୍ୟାବିନକୁ କେହି ଜଣେ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ…

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ଜଣେ ନିଖୋଜ, ୨ ଉଦ୍ଧାର

ଥୁଆମୂଳ ରାମପୁର, ୨୮ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ…

ବାଇକ ଧକ୍କାରେ ୬ ବର୍ଷର ଶିଶୁ ଗୁରୁତର

ମୋହନା,୨୮।୨( ମମ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁ ସ୍କୁଲ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର …

କେମିତି ରୋକାଯିବ ଘୋଡ଼ା ବେପାର: ନବୀନଙ୍କ ସହ କ’ଣ ଆଲୋଚନା ହୋଇଛି ସବୁ ଖୋଲି କହିଦେଲେ ଭକ୍ତ 

ଭୁବନେଶ୍ୱର, ୨୮।୨: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ନେଇ ସବୁ ଖୋଲି କହିଲେ ଭକ୍ତ ଦାସ। ଦତ୍ତେଶ୍ବର ହୋତାଙ୍କୁ ବିଜେଡି କମନ କ୍ୟାଣ୍ଡିଡେଟ କରିବା ନେଇ  ସେ ତାଙ୍କ…

କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ

ଫୁଲବାଣୀ, ୨୮ା୨(ରାକେଶ କୁମାର ରାଉତ): ଫୁଲବାଣୀ ସହରର ମଧ୍ୟଭାଗରେ ଥିବା ସାଇମନ୍ଦିର ନିକଟ ବିଚ୍‌ ରାସ୍ତାରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଜଣେ କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ଛୁରିରେ ଭୁସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri