Posted inଜାତୀୟ

ଟ୍ରମ୍ପ ଟାରିଫ୍‌ ମଧ୍ୟରେ ଭାରତ ପାଇଁ ଆସିଲା ବଡ଼ ଖୁସି ଖବର: ୨୦୩୮ ମଧ୍ୟରେ ହୋଇଯିବ…

ନୂଆଦିଲ୍ଲୀ,୨୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ୍‌ ଭାରତୀୟଙ୍କ ଚିନ୍ତାକୁ ବୃଦ୍ଧି କରିଛି। ରପ୍ତାନିକାରୀଙ୍କଠାରୁ ଆରମ୍ଭ କରି ଉତ୍ପାଦକ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। ଏହି ସମୟରେ, ଏକ ଆଶ୍ୱସ୍ତିକର ଖବର ଆସିଛି। ଭାରତ ବିରୋଧରେ ଟ୍ରମ୍ପଙ୍କ ଟାରିଫ୍‌ ନୀତି ଅର୍ଥନୀତିକୁ ପ୍ରଭାବିତ କରିବ ନାହିଁ। ଏହି ଆକଳନ EY ଇଣ୍ଡିଆ ତାର ରିପୋର୍ଟରେ ପ୍ରକାଶ କରିଛି।

EY ଇଣ୍ଡିଆ କହିଛି,ଟାରିଫ୍‌ର ବୋଝ ଏବଂ ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ, ଭାରତ ୨୦୩୮ ସୁଦ୍ଧା ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହେବ। ମୋଟ ଘରୋଇ ଉତ୍ପାଦ (PPP) ୩୪.୨ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ତ୍ୱେ, ଭାରତ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି ଏବଂ ଏକ ଦୃଢ଼ ଆର୍ଥିକ ଭିତ୍ତିଭୂମି ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।

ରିପୋର୍ଟରେ କୁହାଯାଇଛି ଯେ, ୧୩ ବର୍ଷ ମଧ୍ୟରେ ଭାରତକୁ ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବାରେ ସାହାଯ୍ୟ କରୁଥିବା କାରଣଗୁଡ଼ିକ ମଧ୍ୟରେ ୨୦୨୫ରେ ହାରାହାରି ୨୮.୮ ବର୍ଷ ବୟସ, ଉଚ୍ଚ ସଞ୍ଚୟ ହାର ଏବଂ ସରକାରୀ ଋଣ GDP ଅନୁପାତ ଅନ୍ତର୍ଭୁକ୍ତ, ଯାହା ୨୦୩୦ ସୁଦ୍ଧା ୭୫.୮ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଏହା ୨୦୨୪ରେ ୮୧.୩ ପ୍ରତିଶତ ଥିଲା। ସରକାରୀ ଋଣ ହ୍ରାସ ପାଇବ। ସେପଟେ ଅର୍ଥନୀତିର ଶୀର୍ଷ ତାଲିକାରେ ଥିବା ଅନ୍ୟ ଦେଶଗୁଡ଼ିକର ଋଣ ନିରନ୍ତର ବୃଦ୍ଧି ପାଉଛି।

EYର ମୁଖ୍ୟ ନୀତି ପରାମର୍ଶଦାତା କହିଛନ୍ତି, ଭାରତର ଶକ୍ତି, ଯୁବ ଜନସଂଖ୍ୟା ଏବଂ ଦକ୍ଷ କର୍ମଚାରୀ, ସଞ୍ଚୟ, ନିବେଶ ହାର ଏକ ଅସ୍ଥିର ବିଶ୍ୱ ପରିବେଶରେ ମଧ୍ୟ ଉଚ୍ଚ ଅଭିବୃଦ୍ଧିରେ ସାହାଯ୍ୟ କରିବ। ବର୍ତ୍ତମାନ, ଭାରତ ୪.୧୯ ଟ୍ରିଲିୟନ ଡଲାରର ନାମମାତ୍ର GDP ସହିତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି।

EY ଇଣ୍ଡିଆ ରିପୋର୍ଟ ସୂଚାଇଛି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୩୦ ସୁଦ୍ଧା, ଭାରତୀୟ ଅର୍ଥନୀତି ୨୦.୭ ଟ୍ରିଲିୟନ ଡଲାର (PPP)ରେ ପହଞ୍ଚିପାରେ ଏବଂ ଚାଇନା ୪୨.୨ ଟ୍ରିଲିୟନ ଡଲାର GDP ସହିତ ଆଗରେ ରହିବ। ରିପୋର୍ଟ ଅନୁଯାୟୀ, ଆମେରିକା, ଚାଇନା, ଜର୍ମାନୀ ଏବଂ ଜାପାନ ତୁଳନାରେ ଭାରତର ସ୍ଥିତି ବହୁତ ଭଲ। ତଥାପି, ରିପୋର୍ଟରେ ଚାଇନାର ଅର୍ଥନୀତି ବିଷୟରେ ଏକ ଭଲ ଭବିଷ୍ୟବାଣୀ ମଧ୍ୟ କରାଯାଇଛି, କିନ୍ତୁ ଏହାର ବୟସ୍କ ଜନସଂଖ୍ୟା ଏବଂ ବୃଦ୍ଧି ପାଉଥିବା ଋଣ ଏହା ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ।

ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଏବଂ ଅନେକ ଥିଙ୍କ ଟ୍ୟାଙ୍କ ପୂର୍ବାନୁମାନ କରିଛନ୍ତି, ୨୦୨୮ ସୁଦ୍ଧା ଏହା ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ଆମେରିକାର ଟାରିଫ୍‌ ଭଳି ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର GDP ଉପରେ ବହୁତ କମ ପ୍ରଭାବ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?