ସାମ୍ନାକୁ ଆସିଲା ମହା ଦୁର୍ନୀତି: ବଦଳେଇ ଦେଲେ ଜଳାଶୟ କିସମ

ଢେଙ୍କାନାଳ ଅଫିସ,୨୭।୮: ଢେଙ୍କାନାଳ ସଦର ତହସିଲରେ ବେଆଇନ ଭାବେ ବଦଳାଯାଇଛି ଜମି କିସମ। ଜମି ଦଲାଲମାନେ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତ କରି ଏକ ଜଳାଶୟକୁ ଶାରଦ କିସମରେ ପରିବର୍ତ୍ତନ କରି ବିକ୍ରି କରିବାକୁ ମସୁଧା ହୋଇଛି। ଗତବର୍ଷ ଏପ୍ରିଲ ୨୭ରୁ ଏହି ଦୁର୍ନୀତି ପଦାକୁ ଆସିଥିଲେ ମଧ୍ୟ ଏହାର ତଦନ୍ତକୁ ଚାପି ଦିଆଯାଇଥିଲା। ନୂତନ ତହସିଲଦାର ପୁରୁଣା କାଗଜପତ୍ର ଯାଞ୍ଚ କରିବା ପରେ ଏଭଳି ଏକ ବଡ଼ ଧରଣର ଦୁର୍ନୀତିର ଗୁମର ପଦାକୁ ଆସିଛି। ଏହା ପରେ ପ୍ରଶାସନ ପକ୍ଷରୁ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି।
ଢେଙ୍କାନାଳ ସହର ସାନଷାଠିଏବାଟିଆ ମୌଜାର ଖାତା ନଂ.୩୮୭/୧୮୯୬ର ପ୍ଲଟ୍‌ ନଂ. ୫୨୨ରେ ୦.୩୧୦ ଡେସିମିଲ ପରିମିତ ଜମି ଜଳାଶୟ-୨ କିସମର ଥିଲା। ଜମି ମାଫିଆମାନେ ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କୁ ହାତ କରି ବିନା ସରକାରୀ ନିର୍ଦ୍ଦେଶରେ ଏହାକୁ ଶାରଦ-୨ କିସମରେ ପରିଣତ କରିଦେଇଥିଲେ। ଘଟଣା ପଦାକୁ ଆସିବା ପରେ ତତ୍କାଳୀନ ଜିଲାପାଳ ୨୦୨୦ ମେ ୫ରେ ଚିଠି ନଂ. ୪୪୫୫ରେ ଏହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ତତ୍କାଳୀନ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୦ ସେପ୍ଟେମ୍ବର ୧୫ ସୁଦ୍ଧା ଏହାର ରିପୋର୍ଟ ଦେବାଲାଗି ଚିଠିରେ ଉଲ୍ଲେଖ କରିଥିଲେ। ଉତ୍ତର ନ ଆସିବାରୁ ୨୦୨୦ ସେପ୍ଟେମ୍ବର ୭ରେ ଚିଠି ନଂ. ୮୦/୨୪ରେ ଏକ ରିମାଇଣ୍ଡର ମଧ୍ୟ ଦେଇଥିଲେ। ହେଲେ ତତ୍କାଳୀନ ଉପଜିଲାପାଳ ଏହାର ତଦନ୍ତ କଲେ ନାହିଁ କି ରିପୋର୍ଟ ମଧ୍ୟ ଦେଲେନାହିଁ। ୨୦୨୧ ଜୁଲାଇ ୭ରେ ତହସିଲଦାରଙ୍କ କାର୍ଯ୍ୟାଳୟରୁ ଜିଲା ସବ୍‌ରେଜିଷ୍ଟ୍ରାରଙ୍କୁ ଏକ ପତ୍ର ଲେଖାଯାଇଥିଲା। ତଦନ୍ତ ନ ସରିବା ଯାଏ ପ୍ଲଟ ନଂ. ୫୨୨ର କୌଣସି ପ୍ରକାର ଜମି ବିକ୍ରି କିମ୍ବା ଏ ସଂକ୍ରାନ୍ତ ଅନ୍ୟାନ୍ୟ କାର୍ଯ୍ୟ ନ କରିବାକୁ ଏଥିରେ କୁହାଯାଇଥିଲା। ଏହାର ନକଲ ଜିଲାପାଳ ଏବଂ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଇସ୍ୟୁ କରାଯାଇଥିବା ଦିନ ଜିଲାପାଳ ଓ ଉପଜିଲାପାଳଙ୍କ ପାଖରେ ଚିଠି ପହଞ୍ଚତ୍ୟାଇଥିଲା। ହେଲେ ଜିଲା ସବ୍‌ରେଜିଷ୍ଟ୍ରାରଙ୍କ ପାଖକୁ ଯିବାକୁ ଥିବା ଚିଠିକୁ ଜୁଲାଇ ୨୭ ଯାଏ ଫାଇଲ ମଧ୍ୟରେ ଚାପି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ଜିଲା ସଦରରେ କୌଣସି ସରକାରୀ କାର୍ଯ୍ୟାଳୟରୁ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଚିଠିପତ୍ର ଯିବା ଲାଗି ଗୋଟିଏ ଦିନ ସମୟ ଲାଗିଥାଏ। କିନ୍ତୁ କେଉଁ କାରଣରୁ ଏବଂ କାହାର ପ୍ରରୋଚନାରେ ଚିଠିକୁ ୨୦ ଦିନ ଧରି ଚାପି ଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ। ଜମି କିସମ ପରିବର୍ତ୍ତନ ଦୁର୍ନୀତିର ଗନ୍ଧ ପ୍ରାୟ ବର୍ଷେ ହେଲା ଉଠିଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଢେଙ୍କାନାଳ ସଦର ତହସିଲରେ ବେଆଇନ ଭାବେ କିସମ ପରିବର୍ତ୍ତନ କରି ଅନେକ ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି। ଭିଜିଲାନ୍ସ ତଦନ୍ତ କରାଗଲେ ଦୋଷୀ ଧରାପଡ଼ିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ସଦର ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା କୁହନ୍ତି, ସାନଷାଠିଏବାଟିଆ ଅଞ୍ଚଳର ଖାତା ନଂ. ୩୮୭/୧୮୯୬, ପ୍ଲଟ ନଂ. ୫୨୨ରେ ଥିବା ଜଳାଶୟ କିସମ ଜମିକୁ ଶାରଦ କିସମରେ ପରିଣତ କରାଯାଇଛି। ଏହା ସରକାରୀ ନିୟମର ଖୋଲା ଉଲ୍ଲଂଘନ। ଦୁର୍ନୀତି ଜଣାପଡ଼ିବା ପରେ ତତ୍କାଳୀନ ଜିଲାପାଳ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ତତ୍କାଳୀନ ଉପଜିଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। କିନ୍ତୁ ଅଧିକାରୀ ଜଣକ କାହିଁକି ତଦନ୍ତ କରି ରିପୋର୍ଟ ପ୍ରଦାନ କଲେନାହିଁ, ତାହା କହିପାରିବି ନାହିଁ। କିସମ ପରିବର୍ତ୍ତନ ହୋଇଥିବାରୁ ଉକ୍ତ ଜାଗାକୁ ବିକ୍ରିବଟା ନ କରିବାକୁ ଜିଲା ସବ୍‌ ରେଜିଷ୍ଟ୍ରାରଙ୍କ ପାଖକୁ ପତ୍ର ପଠାଯାଇଥିଲା। ଇସ୍ୟୁ ରେଜିଷ୍ଟ୍ରରରେ ଯେଉଁଦିନ ପତ୍ର ଯାଇଛି, ତାହାର ତାରିଖ ଲେଖାଯାଇଛି। କିନ୍ତୁ ଉକ୍ତ ପତ୍ରକୁ ଜିଲା ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଦିଆଯିବା ବଦଳରେ ତହସିଲ ଅଫିସରେ ୨୦ଦିନ ଧରି ଫାଇଲ ଭିତରେ ରଖି ଦିଆଯାଇଥିଲା। ଗୁରୁବାର ଏ ସମ୍ପର୍କରେ ଜଣାପଡ଼ିଛି। ଏହାପରେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନର ଜିଲାପାଳଙ୍କୁ ସମସ୍ତ ବିଷୟରେ ଅବଗତ କରାଯିବ। ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀ ଏବଂ ଜମି ମାଲିକଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri