ପାରିବାରିକ କଳହର କରୁଣ ପରିଣତି: ଜେଜେ ମା’ଙ୍କୁ ପିଟିପିଟି ହତ୍ୟା

କବିସୂର୍ଯ୍ୟନଗର/ଖଲ୍ଲିକୋଟ,୫ା୬(କୃପାସିନ୍ଧୁ ସ୍ବାଇଁ/ପ୍ରଶାନ୍ତ କୁମାର ମିଶ୍ର)): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ କୋଦଳା ଥାନା ଅନ୍ତର୍ଗତ ନାୟିକାଣିପଲ୍ଲୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ନାତି ଚିତ୍ରସେନ ସ୍ବାଇଁ ଜେଜେ ମା’ଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତକ ହେଲେ ଅନି ସ୍ବାଇଁ(୭୨)। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି। ଖବର ପାଇ କୋଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ଖବରରୁ ଜଣାପଡ଼ିଛି, ଅନିଙ୍କୁ ନେଇ ବିଭିନ୍ନ ସମୟରେ ପରିବାରରେ କଳହ ଲାଗି ରହିଥିଲା। ଏଥିରେ ଅତିଷ୍ଠ ହୋଇ ଚିତ୍ରସେନ ବୁଧବାର ବିଳମ୍ବିତ ରାତିରେ ଅନିଙ୍କୁ ଘରୁ ବାହାରକୁ ଘୋଷାଡ଼ି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଏହି ସମୟରେ ତାଙ୍କ ବଡ଼ବାପା ତଥା ଅନିଙ୍କ ବଡପୁଅ ଓ ବଡ଼ ମା’ ଛଡ଼ାଇବାକୁ ଯାଇଥିବା ବେଳେ ସେମାନେ ମଧ୍ୟ ଚିତ୍ରସେନଙ୍କ ଆକ୍ରୋଶର ଶିକାର ହୋଇଥିଲେ। ବଡ଼ବାପା ଓ ମା’ଙ୍କୁ ମଧ୍ୟ ସେ ମାଡ଼ମାରି ଲହୁ ଲୁହାଣ କରି ଦେଇଥିଲେ।

ପରେ ପରିବାର ଲୋକେ ଅନିଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଚିତ୍ରସେନଙ୍କ ବାପା ଦିବାନ ସ୍ବାଇଁ ଏନେଇ କୋଦଳା ଥାନାରେ ଏତଲା ଦେବା ପରେ ପୋଲିସ ଚିତ୍ରସେନଙ୍କୁ ଅଟକ ରଖି ପଚରାଉଚରା କରୁଛି। ବଡ଼ବାପା ଓ ବଡ଼ମା’ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri