ଯାଜପୁର,୩୦।୮: ଗୋଟିଏ ଜୁଇରେ ଜଳିଲେ ନାତୁଣୀ, ଜେଜେ। ନାତୁଣୀଙ୍କ ମୃତ୍ୟୁ ଖବର ଶୁଣି ଜେଜେବାପାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଚନ୍ଦ୍ରପୁର ଥାନା ଗୋବଣ୍ଟିଆ ଗାଁରେ। ସାପ କାମୁଡ଼ାରେ ୧୫ ବର୍ଷୀୟା ନାତୁଣୀଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ଶୁଣୁଶୁଣୁ ଘର ପିଣ୍ଡାରେ ବସିଥିବା ଜେଜେଙ୍କୁ ହୃଦଘାତ ହୋଇଥିଲା।ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


