Categories: ବାଣିଜ୍ୟ

ଡୁରିଆନ୍‌ର ଗ୍ରାଣ୍ଡ୍‌ ଫେଷ୍ଟିଭ ଅଫର

ଭୁବନେଶ୍ୱର,୯।୧୦: ଦେଶର ପ୍ରମୁଖ ଫର୍ନିଚର ବ୍ରାଣ୍ଡ୍‌ ଡୁରିଆନ୍‌ର ବହୁ ପ୍ରତୀକ୍ଷିତ ‘ ଗ୍ରାଣ୍ଡ୍‌ ଫେଷ୍ଟିଭ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କେତେକ ସ୍ବତନ୍ତ୍ର ସାମଗ୍ରୀ ଉପରେ ଫ୍ଲାଟ୍‌ ୫୦%ର ରିହାତି ଅଫର ଦିଆଯାଉଛି। ଏହା ସବୁ ବର୍ଗର ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି ବ୍ରାଣ୍ଡ୍‌ (କମ୍ପାନୀ) ପକ୍ଷରୁ କୁହାଯାଇଛି। ଏପରିକି ଚଳିତ ବର୍ଷର ପାର୍ବଣ ପୂର୍ବରୁ ବ୍ରାଣ୍ଡ୍‌ର ମେଗା ସେଲ୍‌ ଉଭୟ ବ୍ରାଣ୍ଡ୍‌ ଓ ବ୍ୟବସାୟ ପାଇଁ ବେଶ୍‌ ଉତ୍ସାହଜନକ ରହିଥିଲା। ଏହି ପରିପ୍ରେକ୍ଷୀରେ ଗ୍ରାହକମାନେ ଡୁରିଆନ୍‌ର ସମସ୍ତ ଉତ୍ପାଦ ଉପରେ ଆକର୍ଷଣୀୟ ଅଫର ସହ ରିହାତି ସୁବିଧା ଓ ୫ବର୍ଷର ଓ୍ବାରେଣ୍ଟି ଭଳି ସୁବିଧା ପାଉଛନ୍ତି।

ସେହିଭଳି ଡୁରିଆନ୍‌ର ସମସ୍ତ ଉତ୍ପାଦ ମେଡ୍‌ ଇନ୍‌ ଇଣ୍ଡିଆ ହୋଇଥିବାବେଳେ ଗ୍ରାହକଙ୍କୁ ଗୁଣାତ୍ମକ ମାନର ପ୍ରିମିୟମ ପ୍ରଡକ୍ଟ ଯୋଗାଇ ଦିଆଯାଇଥାଏ। ଉଲ୍ଲେଖଯୋଗ୍ୟ, ଡରୁଆନ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ପଟିଆ ( ନନ୍ଦନକାନ ରୋଡ୍‌ ହରିୟାଣ ହ୍ୟାଣ୍ଡଲୁମ୍‌ ସମ୍ମୁଖ) ଏବଂ ସାମନ୍ତରାୟପୁର ଠାରେ ରହିଛି। ସୂଚନାଯୋଗ୍ୟ, ଏଠାରେ ଡୁରିଆନ୍‌ର ସୋଫା,ବେଡ୍‌, ଚେୟାର, ଟେବୁଲ ସହ ଲିଭିଂ ରୁମ୍‌, ବେଡ୍‌ ରୁମ୍‌ ଏବଂ ଅଫିସ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ଫର୍ନିଚର ଉପଲବ୍ଧ।

Share