‘ଶେପ୍‌ ଅଫ୍‌ ୟୁ’ କପିରାଇଟ୍‌ ଜିତିଲେ ଶିରାନ

ଲଣ୍ଡନ,୬।୪: ବ୍ରିଟିଶ ଗାୟକ ତଥା ଲେଖକ ଏଡ୍‌ ଶିରାନ ବୁଧବାର ତାଙ୍କର ହିଟ୍‌ ଗୀତ ‘ଶେପ୍‌ ଅଫ୍‌ ୟୁ’ର କପିରାଇଟ୍‌ ମାମଲା ଲଣ୍ଡନ ହାଇକୋର୍ଟରେ ଜିତି ନେଇଛନ୍ତି। ଶିରାନ ଜାଣିଶୁଣି ବ୍ରିଟିଶ୍‌ ଗ୍ରାଇମ ଟ୍ରାକ୍‌ ‘ଓ ହ୍ବାଏ’ର ମ୍ୟୁଜିକାଲ ଟ୍ରାକ କପି କରି ନାହାନ୍ତି ବୋଲି ଜଜ୍‌ ଆଣ୍ଟୋନି ଜାକାରୋଲି କହିଛନ୍ତି।

୨୦୧୭ରେ ରିଲିଜ ହୋଇଥିବା ‘ଶେପ୍‌ ଅଫ୍‌ ୟୁ’ ଏବେ ବି ୟୁଟ୍ୟୁବରେ ସର୍ବାଧିକ ଷ୍ଟ୍ରିମିଂ ଗୀତ ହୋଇ ରହିଛି। ଗତ ୫ ବର୍ଷ ମଧ୍ୟରେ କେବଳ ୟୁଟ୍ୟୁବରେ ଏହାକୁ ୬.୫ ବିଲିୟନ (୫୬୦ କୋଟି)ଭ୍ୟୁଜ ମିଳିିଛି।

୩୧ ବର୍ଷୀୟ ଶିରାନ ନିକଟରେ ବେଷ୍ଟ ପପ୍‌ ସୋଲୋ ପରଫର୍ମାନ୍ସ ପାଇଁ ଗ୍ରେମୀ ପୁରସ୍କାର ପାଇଥିଲେ। ତାଙ୍କ ସହ ଅନ୍ୟ କିଛି ‘ଶେପ୍‌ ଅଫ୍‌ ୟୁ’ ଲେଖିବା ପାଇଁ ଶ୍ରେୟ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଲେଖକ ସାମି ଚୋକାରି ଏବଂ ରସ ଓ’ଡୋନୋଘୁଏ ‘ଓ ହ୍ବାଏ’ ସହିତ ‘ଶେପ୍‌ ଅଫ୍‌ ୟୁ’ର ମ୍ୟୁଜିକାଲ ସମାନତା ରହିଥିବା ଅଭିଯୋଗ କରିଥିଲେ। ୧୧ ଦିନ ଧରି ଚାଲିଥିବା ଶୁଣାଣିରେ ଶିରାନ କୋର୍ଟରେ ଉପସ୍ଥିତ ଥିଲେ।

Share