ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା ଅନୁଷ୍ଠିତ: ଏକର ପିଛା ଏତେ କୋଟି ଦାବି କଲେ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଯମୁନାପଶୀ ଓ ଚେମେଣା ପଞ୍ଚାୟତରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଶୁକ୍ରବାର ଯମୁନାପଶି ପଞ୍ଚାୟତ ଗୋଡି ପୋଖରୀ ଗ୍ରାମରେ ଶିବମନ୍ଦିର ପାଖ ପଡ଼ିଆ ଗ୍ରାମସଭା ଅନୁଷ୍ଠିତ ହେଉଛି। ଆୟୋଜିତ ଗ୍ରାମ ସଭାସ୍ଥାନୀୟ ସରପଞ୍ଚ ଶଶି ଭୂଷଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଅତିରିକ୍ତ ଜିଲାପାଳ ତଥା ସତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ୨ୱାର୍ଡ଼ ସଦସ୍ୟ,ପାଟଣା ତହସିଲଦାର ଅଶିନୀ କୁମାର ନାଏକ, ପାଟଣା ବିଡ଼ିଓ ମାନସ ରଞ୍ଜନ ଦଣ୍ଡପାଟ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣ କିଶୋର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଭାଷ୍ୟକାର ପାର୍ଥ ସାରଥୀ ବେଜ ସଂଯୋଜନା କରିଥିଲେ। ମୋଜାରର ମୋଟ ଏ ୧୪୫.୬୯ଜମି ଅଧିଗ୍ରହଣ ଉପରେ ଲୋକଙ୍କ ଠାରୁ ମତାମତ ଗ୍ରହଣ କରାଯାଇଥିଲା। ମୋଟ ୧୦ ଜଣ ଗ୍ରାମବାସୀ ସେମାନଙ୍କର ୫୧ଦଫା ଦାବି ସହ ଗ୍ରାମର କେତେକ ମୌଳିକ ସମସ୍ୟା ସମାଧନ ପାଇଁ ଦାବି କରିଥିଲେ। ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଏକର ପିଛା ୩୦କୋଟି ଟଙ୍କା, କାରଖାନା ଲାଭାଂଶର ୩୦ପ୍ରତିଶତ ସ୍ଥାନୀୟ ଲୋକ ଙ୍କପାଇଁ ଖର୍ଚ୍ଚ କରିବା, ଜମି ହରା ଥିବା ଲୋକଙ୍କୁ ସରକାରୀ ଜମିରେ ପଟ୍ଟା ଯୋଗାଇ ଦେବାର ଆଦି ଦାବି ଅନ୍ତର୍ଭୁକ୍ତ।

ସମ୍ଭାବ୍ୟ ଗଣ୍ଡଗୋଳକୁ ଆଖି ଆଗରେ ରଖି ସଭାସ୍ଥଳର ବିଭିନ୍ନ ପ୍ରବେଶ ପଥରେ ୨୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଆଇନଶୃଙ୍ଖଳା ପାଇଁ ୪ଅତିରିକ୍ତ ଏସ୍‌ପି ସ୍ନେହାଶିସ ସାହୁ, ଜ୍ୟୋର୍ତିମୟ ଭୁକ୍ତା, ପ୍ରତ୍ୟଶ ମହାପାତ୍ର, ପ୍ରଭାଦାସନ, ଏସପି ଓ ଚମ୍ପୁଆର ରଶ୍ମି ରଞ୍ଜନ ସାହୁ, ସଦରର ସୁଦର୍ଶନ ଗାଂଗୋଇ, ଘଟଗାଁର ବିଜୟକୃଷ୍ଣ ମହାପାତ୍ରଙ୍କ ସହ ଡିଏସପି ବିଜୟ କୁମାର ବରିହା, ହେଡକ୍ୱାଟର୍ସର ପ୍ରଶାନ୍ତ ବେହେରା, ଓ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଇନଶୃଙ୍ଖଳା ରକ୍ଷାକରିଥିଲେ।

Odisha’s No.1 Odia Daily

Share