ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ୨୫ବର୍ଷ ପରେ ଜେଲରୁ ମୁକୁଳିଲେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ରମଙ୍କୁ ଜେଲରୁ ମୁକ୍ତି ମିଳିଛି। ମହେନ୍ଦ୍ର ହେମ୍ବ୍ରମଙ୍କୁ ଦୀର୍ଘ ୨୫ ବର୍ଷ ପରେ କେନ୍ଦୁଝର ଜେଲରୁ ମୁକ୍ତି ପାଇଛନ୍ତି।

ସୂଚନା ଅନୁସାରେ, ଜେଲ ଭିତରେ ମହେନ୍ଦ୍ରଙ୍କ ଉତ୍ତମ ଆଚରଣକୁ ଦୃଷ୍ଟିରେ ରଖି ତାଙ୍କୁ ମୁକ୍ତ କରାଯାଇଛି। ୧୯୯୯ ମସିହା ଜାନୁଆରୀ ୨୨-୨୩ ତାରିଖ ରାତିରେ କେନ୍ଦୁଝର ଜିଲାର ମନୋହରପୁର ଗାଁରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁତ୍ର ଫିଲିପ (୧୧) ଏବଂ ଟିମୋଥି (୮)ଙ୍କୁ ଏକ ଉତ୍ତେଜିତ ଜନତା ସେମାନଙ୍କ ଷ୍ଟେସନ ଓାଗନ ଭିତରେ ପୋଡ଼ି ହତ୍ୟା କରିଥିଲେ। ଏହି ଘଟଣାରେ ଦାରା ସିଂ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ମହେନ୍ଦ୍ର ହେମ୍ବ୍ରମଙ୍କୁ ତାଙ୍କ ସହଯୋଗୀ ଭାବେ ଗିରଫ କରାଯାଇଥିଲା। ୨୦୦୩ରେ ସିବିଆଇ କୋର୍ଟ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଏବଂ ମହେନ୍ଦ୍ରଙ୍କ ସମେତ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଦାରାଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଥିଲେ ଏବଂ ମହେନ୍ଦ୍ରଙ୍କ ଦଣ୍ଡକୁ ବଜାୟ ରଖିଥିଲେ। ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ ଏହି ରାୟକୁ ସମର୍ଥନ କରିଥିଲେ।

ଗ୍ରାହାମ ଷ୍ଟେନ୍ସ ଜଣେ ସାମାଜିକ କର୍ମୀ ଏବଂ ମିଶନାରୀ ସଦସ୍ୟ ଥିଲେ। ଯିଏ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯଥା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ, ୩୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଥିଲେ। ସେ କୁଷ୍ଠରୋଗୀଙ୍କ ସେବା ଏବଂ ଆଦିବାସୀ ସମୁଦାୟର ଶିକ୍ଷା ଓ ସ୍ୱାସ୍ଥ୍ୟ ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ। ତାଙ୍କ କାର୍ଯ୍ୟ ମୁଖ୍ୟତଃ ଖ୍ରୀଷ୍ଟିୟାନ ମିଶନାରୀ ସଂଗଠନ ସହ ଜଡ଼ିତ ଥିଲା, ଯାହା କିଛି ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ଧର୍ମାନ୍ତରଣ ଅଭିଯୋଗକୁ ନେଇ ବିବାଦ ସୃଷ୍ଟି କରିଥିଲା।
୧୯୯୯ ଜାନୁଆରୀ ୨୨-୨୩ ରାତିରେ, ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ପୁତ୍ର ଏକ ଗାଡ଼ି ଭିତରେ ଶୋଇଥିବା ବେଳେ ଏକ ଜନତା ସେମାନଙ୍କ ଗାଡ଼ିକୁ ଘେରି ନିଆଁ ଲଗାଇ ଦେଇଥିଲେ। ଏହି ନିର୍ମମ ହତ୍ୟା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା।

ଘଟଣା ପରେ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଥିଲେ। ଜଷ୍ଟିସ ଡି.ପି. ଓ୍ଵାଡିଆ କମିଶନ ଏହି ମାମଲାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ହତ୍ୟାରେ ଦାରା ସିଂହ (ରବୀନ୍ଦ୍ର ପାଲ ସିଂହ) ନାମକ ଜଣେ ବ୍ୟକ୍ତି ମୁଖ୍ୟ ଅଭିଯୁକ୍ତ ଥିଲେ, ଯିଏ ସ୍ଥାନୀୟ ହିନ୍ଦୁ ଉଗ୍ରବାଦୀ ଗୋଷ୍ଠୀ ସହ ଜଡ଼ିତ ଥିଲେ। ତାଙ୍କ ସହ ଅନ୍ୟ ୧୨ ଜଣଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା।

୨୦୦୩ ମସିହାରେ ଭୁବନେଶ୍ୱରର ଏକ ସିବିଆଇ ଅଦାଲତ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲା। ଅନ୍ୟ ୧୧ ଜଣଙ୍କୁ ମୁକ୍ତ କରାଯାଇଥିଲା। ୨୦୦୫ ମସିହାରେ ଓଡ଼ିଶା ହାଇକୋର୍ଟ ଦାରା ସିଂହଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲା। ୨୦୧୧ ମସିହାରେ ସୁପ୍ରିମ କୋର୍ଟ ମଧ୍ୟ ଏହି ଆଜୀବନ କାରାଦଣ୍ଡକୁ ବଜାୟ ରଖିଥିଲେ, କିନ୍ତୁ କିଛି ମନ୍ତବ୍ୟ (ଧର୍ମାନ୍ତରଣ ବିରୋଧୀ) ଦେଇଥିଲେ, ଯାହା ପରେ ବିବାଦୀୟ ହୋଇଥିଲା ଏବଂ ସେହି ମନ୍ତବ୍ୟଗୁଡ଼ିକୁ ପରେ ବାତିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri