ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଡିଜିପିି

ଚିତ୍ରକୋଣ୍ଡା,୧୨।୧୨(ଡି.ଏନ୍‌.ଏ.): ଆନ୍ଧ୍ରଓଡ଼ିଶା ସୀମାନ୍ତ ମାଲକାନଗିରି ସ୍ବାଭିମାନ ଅଞ୍ଚଳ ଲାଲଗଡ ଘନବେଢ଼ା ବିଏସଏଫ୍‌ କ୍ୟାମ୍ପରେ ରବିବାର ପୋଲିସ ମହାନିର୍ଦ୍ଦେଶକ ପହଞ୍ଚିଛନ୍ତି। ମାଓବାଦୀ ଦମନ ତଥା ଉକ୍ତ ଅଞ୍ଚଳକୁ ମାଓବାଦୀଙ୍କ କବଳରୁ ମୁକ୍ତ କରିବା ନେଇ ସେ ସେଠାରେ ପହଞ୍ଚିଥିବା ସୂଚନା ମିଳିଛି। ତାଙ୍କ ସହିତ ଆଇଜିପି ଅପରେଶନ ଅମିତାଭ ଠାକୁର, ଆଡିଶନାଲ ଇଣ୍ଟିଲଜେନସ ଲଳିତ ଦାସ, ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂ ଓ ମାଲକାନଗିରି ଏସ୍‌ପି ପ୍ରହଲ୍ଲାଦ ସହାୟି ମିନା ପହଞ୍ଚିଛନ୍ତି। ସେମାନେ ମାଓବାଦୀଗଡ଼ ସ୍ଥିତି ସମୀକ୍ଷା କରିଛନ୍ତି। ସେମାନଙ୍କ ଗତିବିଧି ଉପରେ ନଜର ରଖିଥିବା କହିଛନ୍ତି।