ଛୁଟିରେ ଥିବା ଡାକ୍ତରଙ୍କୁ ଚେତାବନୀ ଦେଲେ ସରକାର, କାର୍ଯ୍ୟରେ ଯୋଗ ନ ଦେଲେ…

ଭୁବନେଶ୍ୱର,୩ା୧୨(ଅନିଲ ଦାସ):ଦୀର୍ଘଦିନ ଧରି ଛୁଟିରେ ଥିବା ୧୯୬ ଡାକ୍ତରଙ୍କୁ ସରକାର ଚେତାବନୀ ଦେଇଛନ୍ତି। ତୁରନ୍ତ କାର୍ଯ୍ୟରେ ଯୋଗ ନ ଦେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ କ୍ୟାଡରର ୧୯୬ ଡାକ୍ତର ଭିନ୍ନ ଭିନ୍ନ କାରଣ ଦର୍ଶାଇ ଛୁଟିରେ ରହିଛନ୍ତି। ଛୁଟିର କାରଣ ଯଥାର୍ଥ ନ ଥିଲେ ସେମାନଙ୍କ ବିରୋଧରେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାଜପା ସଭ୍ୟ ଟଙ୍କଧର ତ୍ରିପାଠୀଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଏଥିସହିତ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସମେତ ୫ ହଜାର ୧୪ ଡାକ୍ତର ପଦବୀ ଖାଲିପଡ଼ିଛି। ଗଞ୍ଜାମରେ ସର୍ବାଧିକ ୪୫୦ ଡାକ୍ତର ଏବଂ ମୟୂରଭଞ୍ଜରେ ୩୦୯ ଡାକ୍ତର ପଦବୀ ଖାଲିପଡ଼ିଛି। ସେହିପରି ସ୍ପେଶାଲିଟି ଡାକ୍ତର ପଦବୀ ମଧ୍ୟରୁ ସର୍ବାଧିକ ମୟୂରଭଞ୍ଜରେ ୮୭, ଗଞ୍ଜାମରେ ୮୭, ଖୋର୍ଦ୍ଧାରେ ୨୯, କଟକରେ ୪୩ ଖାଲି ରହିଛି।
ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଞ୍ଜୁରିପ୍ରାପ୍ତ ବିଶେଷଜ୍ଞ, ଡାକ୍ତର, ଅନ୍ୟାନ୍ୟ ବର୍ଗର ପାରାମେଡିକାଲ କର୍ମଚାରୀ ପଦବୀରୁ କେତେକ ଖାଲି ରହିଛି। ଏହି ପଦବୀ ପୂରଣ ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି ବୋଲି ବିଜେଡି ସଭ୍ୟ ପ୍ରଶାନ୍ତ ବେହେରା ସୋମବାର ବିଧାନସଭାରେ ଏକ ଲିଖିତ ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହିତ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ପଡ଼ିଛି।
ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୩୦ ଜିଲାରେ ୩୭୫ଟି ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ୭୮୦୬ଟି ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ଏବେ ମାତ୍ର ୨୭୯୨ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ବାକି ୫୦୧୪ଟି ଡାକ୍ତର ପଦବୀ ଖାଲିପଡ଼ିଛି। ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୋଟ ୧୫୦୦ ମଞ୍ଜୁରିପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀ ରହିଥିବାବେଳେ ଏବେ ମାତ୍ର ୩୮୬ ଜଣ କାର୍ଯ୍ୟ କରୁଛନ୍ତି। ୧୧୧୪ଟି ବିଶେଷଜ୍ଞ ଡାକ୍ତର ପଦ ଖାଲିପଡ଼ିଛି।
ଗଞ୍ଜାମ ଜିଲାରେ ଥିବା ୨୮ ସିଏଚ୍‌ସିରେ ୫୮୧ଟି ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବୀ ରହିଛି। ସେଥିରେ ୧୩୧ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୪୫୦ ପଦ ଖାଲିପଡ଼ିଛି। ସେହିପରି ମୟୂରଭଞ୍ଜ ଜିଲାରେ ୨୮ଟି ସିଏଚ୍‌ସିରେ ୫୬୭ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୨୫୮ ଜଣ ଅଛନ୍ତି । ୩୦୯ ପଦବୀ ଖାଲିପଡ଼ିଛି। ଅନୁଗୋଳ ଜିଲାର ୯ ସିଏଚ୍‌ସିରେ ୧୮୯ଟି ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ୯୩ ଜଣ କାର୍ଯ୍ୟ କରୁଛନ୍ତି ଓ ୯୬ଟି ଖାଲି ପଡ଼ିଛି। ବାଲେଶ୍ୱରରେ ୩୫୨ ଜଣ ଡାକ୍ତରଙ୍କ ସ୍ଥାନରେ ୧୨୦ ଜଣ, ବଲାଙ୍ଗୀର ଜିଲାରେ ୩୧୪ଟି ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବୀରୁ ୧୪୧, ବରଗଡ଼ ଜିଲାରେ ୩୫୨ଟି ଡାକ୍ତର ପଦବୀରୁ ୯୮ ଡାକ୍ତର କାର୍ଯ୍ୟ କରୁଛନ୍ତି। ସେହିପରି ଅନ୍ୟାନ୍ୟ ଜିଲାରେ ମଧ୍ୟ ଡାକ୍ତର ପଦବୀ ଖାଲି ରହିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri