ପ୍ରୋଟିନ୍‌ଯୁକ୍ତ ଚାଉଳ ଯୋଗାଇବେ ସରକାର

ଭୁବନେଶ୍ୱର,୨୯ା୮(ବ୍ୟୁରୋ):ରାଜ୍ୟ ସରକାର ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌), ମଧ୍ୟାହ୍ନଭୋଜନ (ଏମ୍‌ଡିଏମ୍‌) ଏବଂ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ (ପିଡିଏସ୍‌)ରେ ପ୍ରୋଟିନଯୁକ୍ତ ଚାଉଳ ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ପ୍ରଥମେ ରାଜ୍ୟରେ ଆଇସିଡିଏସ୍‌ ଏବଂ ଏମ୍‌ଡିଏମ୍‌ ବ୍ୟବସ୍ଥାରେ ଏହା ଲାଗୁ ହେବ। ଏହାପରେ ପିଡିଏସ୍‌ରେ ମଧ୍ୟ ଏହାକୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଉଭୟ ଏନ୍‌ଏଫ୍‌ଏସ୍‌ଏ (ଜାତୀୟ ଖାଦ୍ୟ ସୁରକ୍ଷା ଆଇନ) ଏବଂ ଏସ୍‌ଏଫଏସ୍‌ଏ (ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ) ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ। ଗତବର୍ଷ କଳାହାଣ୍ଡିରୁ ଏହା ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଥିଲା। ଏବେ ରାଜ୍ୟର ୧୫ ଜିଲାରେ ଏହାକୁ ତୁରନ୍ତ ଲାଗୁ କରିବାକୁ କୁହାଯାଇଛି। ରାଜ୍ୟ ସରକାର ଏକ କୁଇଣ୍ଟାଲ ବସ୍ତାରେ ଏକ କେ.ଜି. ପ୍ରୋଟିନଯୁକ୍ତ ଚାଉଳ ମିଶାଇବେ। ଏନେଇ ଜିଲା ଯୋଗାଣ ଅଧିକାରୀମାନଙ୍କୁ ଚିଠି ଲେଖି ଓଡ଼ିଶା ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶୁଭମ୍‌ ସକ୍ସେନା ଜଣାଇଛନ୍ତି। ୧୫ ଜିଲାରେ ଏପ୍ରିଲ ୨୦୨୩ରୁ ମାର୍ଚ୍ଚ ୨୦୨୪ ସୁଦ୍ଧା ଲୋକଙ୍କୁ ପିଡିଏସ୍‌ରେ ପ୍ରୋଟିନ୍‌ଯୁକ୍ତ ଚାଉଳ ଦେବାକୁ କୁହାଯାଇଛି। ରାଜ୍ୟର ସମସ୍ତ ମିଲର୍‌ ଯେପରି ଏହାକୁ ଠିକ୍‌ ଭାବେ ପାଳନ କରିବେ ସେନେଇ କୁହାଯାଇଛି। ତେବେ ମିଲର୍‌ମାନଙ୍କ ଚିନ୍ତା ବର୍ତ୍ତମାନ ବଢିଯାଇଛି। କାରଣ ମିଲର୍‌ମାନେ ମେଶିନ୍‌ ଜରିଆରେ ଏକ କୁଇଣ୍ଟାଲ ବସ୍ତାରେ ୧ କେ.ଜି. ପ୍ରୋଟିନ୍‌ଯୁକ୍ତ ଚାଉଳକୁ ମିଶ୍ରଣ କରି ଖାଉଟିଙ୍କ ପାଇଁ ଯୋଗାଇବେ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ଉକ୍ତ ମେଶିନ ଲାଗି ସେମାନଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ହେଲେ ମିଲରମାନେ ସେଥିରେ କେତେ ପ୍ରୋଟିନ୍‌ଯୁକ୍ତ ଚାଉଳ ମିଶାଇଲେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୯୯ କେ.ଜି. ଚାଉଳରେ ୧ କେ.ଜି. ପ୍ରୋଟିନ୍‌ଯୁକ୍ତ ଚାଉଳ ମିଶାଇବାରେ ଯଦି ହେରଫେର ହୁଏ, ତେବେ ସରକାର ତାହା କିପରି ଧରିବେ ବୋଲି ପ୍ରଶ୍ନ ଉଠୁଛି।
କେନ୍ଦ୍ର ସରକାର ବାଛିଥିବା ରାଜ୍ୟର ୧୦ ଆକାଂକ୍ଷା ଏବଂ ୫ ଅଧିକ ଚାପଯୁକ୍ତ ଜିଲା ଯଥା ଢେଙ୍କାନାଳ, ଗଜପତି, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ମୟୂରଭଞ୍ଜ ଏବଂ ସମ୍ବଲପୁରର ସମସ୍ତ ମିଲର ଯେପରି ବ୍ଲେଣ୍ଡିଂ ମେଶିନ ଲଗାଇବେ ସେଥିଲାଗି ସିଏସ୍‌ଓମାନଙ୍କୁ କୁହାଯାଇଛି।
ସରକାରଙ୍କ ସୂଚନା ମୁତାବକ, ଆସନ୍ତାବର୍ଷ ଏପ୍ରିଲ ୨୩ରୁ ପ୍ରୋଟିନଯୁକ୍ତ ଚାଉଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ କହିଛନ୍ତି, ଏହା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଯୋଜନା। କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ବାଛିଥିବା ଆକାଂକ୍ଷା ଜିଲାରେ ଏହା ପ୍ରଥମେ ଲାଗୁ କରୁଛନ୍ତି। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାକୁ ଅନ୍ୟ ଜିଲାଗୁଡ଼ିକରେ ଲାଗୁ କରିବେ। ତେବେ ରାଜ୍ୟ ସରକାର ଜିଲା ଭିତରୁ ବିଭିନ୍ନ ସ୍ବୀକୃତିପ୍ରାପ୍ତ ସଂସ୍ଥାଠାରୁ ଉକ୍ତ ପ୍ରୋଟିନ୍‌ଯୁକ୍ତ ଚାଉଳ ଉଠାଇ ମିଲର୍‌ମାନଙ୍କୁ ଯୋଗାଇ ଦେବେ। ତା’ପରେ ମିଲର୍‌ମାନେ ମିଶ୍ରଣ କରି ପ୍ରଦାନ କରିବେ। ରାଜ୍ୟର ୮ ଆକାଂକ୍ଷା ଜିଲାରେ ଆଇସିଡିଏସ୍‌ ଏବଂ ଏମ୍‌ଡିଏମ୍‌ରେ ଚଳିତ ମାସ ଶେଷ ସୁଦ୍ଧା ଏହି ପ୍ରୋଟିନ୍‌ଯୁକ୍ତ ଚାଉଳ ଦିଆଯିବ। ମିଲରମାନେ ଜାତୀୟ ପରୀକ୍ଷଣ ଏବଂ ଅନୁସନ୍ଧାନ ପ୍ରୟୋଗଶାଳା ସ୍ବୀକୃତି ବୋର୍ଡ (ଏନ୍‌ଏବିଏଲ୍‌)ରୁ ଟେଷ୍ଟିଂ କରି ତାହା ରାଜ୍ୟ ସରକାରଙ୍କୁ ଯୋଗାଇବେ ବୋଲି ମନ୍ତ୍ରୀ କହିଛନ୍ତି।
ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ରାଜ୍ୟରେ ବହୁ ସ୍ଥାନରେ ଭିଟାମିନ ଯୁକ୍ତ ଚାଉଳ ଉତ୍ପାଦନ ହୋଇଥାଏ। ରାଜ୍ୟ ସରକାର ତାହାର ପ୍ରଚାର କରିବା ପରିବର୍ତ୍ତେ କାହିଁକି କୃତ୍ରିମ ଭିଟାମିନ୍‌ ଉପରେ ଭରସା କରୁଛନ୍ତି ବୁଝିହେଉନାହିଁ। କେନ୍ଦ୍ର ସରକାର ଯାହା କହିବେ ଯଦି ରାଜ୍ୟଗୁଡିକ ତାହା ମାନିନେବେ, ତା’ହେଲେ ସେମାନେ ଭାବିବେ ରାଜ୍ୟମାନେ ସେମାନଙ୍କ ଅଧସ୍ତନ। ତେଣୁ ରାଜ୍ୟ ସରକାର ଭିଟାମିନ୍‌ଯୁକ୍ତ ଚାଉଳ ଉପରେ କାହିଁକି ଭରସା ନ କରି କେନ୍ଦ୍ର କଥାକୁ ଆଖି ବନ୍ଦ କରି ମାନିନେଲେ ତାହା ବିଚାରବିମର୍ଶ ହେବା ଦରକାର। ଏନେଇ ବିଶେଷଜ୍ଞମାନଙ୍କ ମତାମତ ମଧ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri