Categories: ବାଣିଜ୍ୟ

ଉଡାନ୍‌ରେ ୧୦୦୦ ରୁଟ୍‌ ଉପରେ ନଜର

ନୂଆଦିଲ୍ଲୀ: ଉଡାନ୍‌ ଯୋଜନାରେ ସେବା ଉପଲବ୍ଧ ହେଉ ନ ଥିବା ଦେଶର ୧୦୦ ବିମାନ ବନ୍ଦରକୁ ଯୋଡିବା ନେଇ ସରକାର ଯୋଜନା ରଖିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର କହିଛନ୍ତି। ଅନ୍ତତଃ ପକ୍ଷେ ୧ ହଜାର ରୁଟ୍‌ରେ ବିମାନ ସେବା ଯୋଗାଣ ନେଇ ଲକ୍ଷ୍ୟ ରଖାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ବିମାନ ଚଳାଚଳ କ୍ଷେତ୍ରରେ ଘରୋଇକରଣ ନେଇ ମଧ୍ୟ ସେ ମତ ରଖିଛନ୍ତି। ଆଞ୍ଚଳିକ ସଂଯୋଗୀକରଣ ଯୋଜନାରେ ଛତିଶଗଡର ବିଳାସପୁର ସହରରୁ ବିମାନ ସେବା ଆରମ୍ଭ କରାଯିବ। ଦେଶର ୫୬ ବିମାନ ବନ୍ଦରକୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ କରାଯାଇଛି। ଏଥିରେ ୭୦୦ ରୁଟ୍‌ ପ୍ରଦାନ କରାଯାଇଛି। ୩୧୧ ରୁଟରେ ବିମାନ ସେବା ଆରମ୍ଭ ହେଲାଣି। ୨୦୧୭ରେ ଆରମ୍ଭ କରାଯାଇଥିବା ଉଡାନ୍‌ ଯୋଜନାରେ କେନ୍ଦ୍ର ସରକାର ୪୫୦୦ କୋଟି ଟଙ୍କା ବ୍ୟବସ୍ଥା କରିଥିବା ପୁରୀ ସ୍ପଷ୍ଟ କରିଛନ୍ତି।

Share