Posted inଜାତୀୟ

ହାଇକୋର୍ଟ ବିଚାରପତି ନିଯୁକ୍ତିର ୨୦ ଫାଇଲ ଫେରାଇଲେ ସରକାର, ପୁନର୍ବିଚାର ପାଇଁ କହିଲେ…

ନୂଆଦିଲ୍ଲୀ,୨୯।୧୧ : କଲେଜିୟମ ପ୍ରସଙ୍ଗରେ ସରକାର ଏବଂ ସୁପ୍ରିମକୋର୍ଟ କଲେଜିୟମ ମଧ୍ୟରେ ବିବାଦ ଜାରି ରହିଛି। ସେପଟେ ସୁପ୍ରିମକୋର୍ଟ କଲେଜିୟମରୁ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ସହ ଜଡିତ ୨୦ ଟି ଫାଇଲ ସରକାର ଫେରସ୍ତ କରିଥିବା ଜଣାପଡିଛି। ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୂହାଯାଇଛି ଯେ କଲେଜିୟମ ଏଗୁଡିକର ପୁନର୍ବିଚାର କରିବା ଉଚିତ। ଏହି ଫାଇଲଗୁଡ଼ିକରେ ଆଡଭୋକେଟ ସୌରଭ ର୍କିପାଲଙ୍କ ନିଯୁକ୍ତି ଫାଇଲ ମଧ୍ୟ ଅନ୍ତର୍ଭୁକ୍ତ। ନିକଟରେ ସେ ନିଜେ ସମଲିଙ୍ଗୀ ହେବା ବିଷୟରେ ଖୋଲାଖୋଲି ଭାବେ କହିଥିଲେ।

ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ସରକାର ନଭେମ୍ବର ୨୫ ରେ ଫାଇଲଗୁଡ଼ିକୁ କଲେଜିୟମକୁ ପଠାଇ ଦେଇଛନ୍ତି। କେବଳ ଏତିକି ନୁହେଁ, ସୁପାରିଶ କରାଯାଇଥିବା ନାମଗୁଡ଼ିକ ଉପରେ ଦୃଢ଼ ଆପତ୍ତି ମଧ୍ୟ ପ୍ରକାଶ କରାଯାଇଥିଲା। ଏହି ୨୦ ଟି ଫାଇଲ ମଧ୍ୟରୁ ୧୧ ଟି ନୂଆ ଫାଇଲ ଏବଂ ୯ ଟି ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ପୁଣି ପଠାଯାଇଥିବା ଫାଇଲ ଥିଲା।

ବାସ୍ତବରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ହୋଇଥିବା କଲେଜିୟମ ଆଡଭୋକେଟ ସୌରଭ ର୍କିପାଲଙ୍କୁ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲା। ସୌରଭ ର୍କିପାଲ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ବି.ଏନ ର୍କିପାଲଙ୍କ ପୁଅ। ଅକ୍ଟୋବର ୨୦୧୭ରେ ଦିଲ୍ଲୀ ହାଇକୋର୍ଟ କଲେଜିୟମ ଦ୍ୱାରା ର୍କିପାଲଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମକୁ ପଠାଯାଇଥିଲା। କିନ୍ତୁ, ସୁପ୍ରିମକୋର୍ଟ କଲେଜିୟମ ର୍କିପାଲଙ୍କ ନାମ ବିଚାରକୁ ତିନିଥର ସ୍ଥଗିତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri