Posted inଜାତୀୟ

ଗଣମାଧ୍ୟମ ଉପରେ ଲାଗୁ ହେଲା ପ୍ରସାରଣ କଟକଣା, ସୈନ୍ୟ ଗତିବିଧିର ସିଧା ପ୍ରସାରଣରୁ ଦୂରେଇ ରୁହ

ନୂଆଦିଲ୍ଲୀ,୨୭।୪: ଆତଙ୍କବାଦୀ ନିରୋଧୀ ଅଭିଯାନ, ଜାତୀୟ ସୁରକ୍ଷା ସ୍ବାର୍ଥରେ ସୁରକ୍ଷାବଳର ଗତିବିଧି ଆଦିର ସିଧା ପ୍ରସାରଣଠାରୁ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ଦୂରେଇ ରହିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଡଭାଇଜରି ଜାରି କରିଛି। ଜାତୀୟ ସ୍ବାର୍ଥର ସୁରକ୍ଷାରେ ଗଣମାଧ୍ୟମ, ଡିଜିଟାଲ ପ୍ଲାଟଫର୍ମ ଏବଂ ବ୍ୟକ୍ତିବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ପରାମର୍ଶ ଦିଆଯାଇଛି। ସାମରିକ ସଞ୍ଚାଳନ କିମ୍ବା ସୈନ୍ୟ ପ୍ରେରଣ ସମ୍ପର୍କିତ ସୂତ୍ର ଆଧାରିତ ରିପୋର୍ଟ ପ୍ରକାଶ ନ କରିବାକୁ ମନ୍ତ୍ରଣାଳୟ କହିଛି। ସମ୍ବେଦନଶୀଳ ତଥ୍ୟଗୁଡ଼ିକର ଆଗୁଆ ପ୍ରଘଟ ଶତ୍ରୁଙ୍କ ପାଇଁ ସହାୟକ ହୋଇପାରେ ଏବଂ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଏବଂ ସୁରକ୍ଷା ବଳର ନିରାପତ୍ତା ପ୍ରତି ବିପଦ ଆଣିପାରେ।

ପୂର୍ବରୁ କାର୍ଗିଲ ଯୁଦ୍ଧ, ୨୬/୧୧ ମୁମ୍ବାଇ ଆକ୍ରମଣ ଏବଂ କାନ୍ଦାହାର ବିମାନ ଅପହରଣ ଘଟଣାରେ କଟକଣାବିହୀନ ଖବର ପ୍ରସାରଣ ଯୋଗୁ ଜାତୀୟ ସ୍ବାର୍ଥ ଉପରେ ଉଦ୍ୟମହୀନ ପ୍ରତିକୂଳ ପ୍ରଭାବ ପଡ଼ିଥିଲା। ସୁରକ୍ଷା ବଳ ଦ୍ୱାରା କୌଣସି ଆତଙ୍କବାଦ ନିରୋଧୀ ଅଭିଯାନର ସିଧା ପ୍ରସାରଣ କେବୁଲ ସର୍ଭିସ ଜରିଆରେ କରାଯିବା ଉଚିତ ନୁହେଁ ବୋଲି କେବୁଲ ଟେଲିଭିଜନ ନେଟ୍‌ଓ୍ବର୍କ ସଂଶୋଧନ ନିୟମାବଳୀରେ ବ୍ୟବସ୍ଥା ରହିଛି। ତେଣୁ ଜାତୀୟ ସୁରକ୍ଷା ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ଗଣମାଧ୍ୟମ ପ୍ଲାଟ୍‌ଫର୍ମ, ନ୍ୟୁଜ୍‌ ଏଜେନ୍ସି ଏବଂ ସୋସିଆଲ ମିଡିଆ ୟୁଜରମାନଙ୍କୁ ପ୍ରତିରକ୍ଷା ବା ସୁରକ୍ଷା ଅଭିଯାନ ସମ୍ପର୍କିତ ବିଷୟ ଉପରେ ଅତ୍ୟନ୍ତ ଦାୟିତ୍ୱବାନ୍‌ ସହ କାର୍ଯ୍ୟ କରିବା ଏବଂ ପ୍ରଚଳିତ ଆଇନ ଓ ନିୟମାବଳୀକୁ କଡ଼ାକଡ଼ି ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri