Posted inଜାତୀୟ

ଗଣମାଧ୍ୟମ ଉପରେ ଲାଗୁ ହେଲା ପ୍ରସାରଣ କଟକଣା, ସୈନ୍ୟ ଗତିବିଧିର ସିଧା ପ୍ରସାରଣରୁ ଦୂରେଇ ରୁହ

ନୂଆଦିଲ୍ଲୀ,୨୭।୪: ଆତଙ୍କବାଦୀ ନିରୋଧୀ ଅଭିଯାନ, ଜାତୀୟ ସୁରକ୍ଷା ସ୍ବାର୍ଥରେ ସୁରକ୍ଷାବଳର ଗତିବିଧି ଆଦିର ସିଧା ପ୍ରସାରଣଠାରୁ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ଦୂରେଇ ରହିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଡଭାଇଜରି ଜାରି କରିଛି। ଜାତୀୟ ସ୍ବାର୍ଥର ସୁରକ୍ଷାରେ ଗଣମାଧ୍ୟମ, ଡିଜିଟାଲ ପ୍ଲାଟଫର୍ମ ଏବଂ ବ୍ୟକ୍ତିବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ପରାମର୍ଶ ଦିଆଯାଇଛି। ସାମରିକ ସଞ୍ଚାଳନ କିମ୍ବା ସୈନ୍ୟ ପ୍ରେରଣ ସମ୍ପର୍କିତ ସୂତ୍ର ଆଧାରିତ ରିପୋର୍ଟ ପ୍ରକାଶ ନ କରିବାକୁ ମନ୍ତ୍ରଣାଳୟ କହିଛି। ସମ୍ବେଦନଶୀଳ ତଥ୍ୟଗୁଡ଼ିକର ଆଗୁଆ ପ୍ରଘଟ ଶତ୍ରୁଙ୍କ ପାଇଁ ସହାୟକ ହୋଇପାରେ ଏବଂ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଏବଂ ସୁରକ୍ଷା ବଳର ନିରାପତ୍ତା ପ୍ରତି ବିପଦ ଆଣିପାରେ।

ପୂର୍ବରୁ କାର୍ଗିଲ ଯୁଦ୍ଧ, ୨୬/୧୧ ମୁମ୍ବାଇ ଆକ୍ରମଣ ଏବଂ କାନ୍ଦାହାର ବିମାନ ଅପହରଣ ଘଟଣାରେ କଟକଣାବିହୀନ ଖବର ପ୍ରସାରଣ ଯୋଗୁ ଜାତୀୟ ସ୍ବାର୍ଥ ଉପରେ ଉଦ୍ୟମହୀନ ପ୍ରତିକୂଳ ପ୍ରଭାବ ପଡ଼ିଥିଲା। ସୁରକ୍ଷା ବଳ ଦ୍ୱାରା କୌଣସି ଆତଙ୍କବାଦ ନିରୋଧୀ ଅଭିଯାନର ସିଧା ପ୍ରସାରଣ କେବୁଲ ସର୍ଭିସ ଜରିଆରେ କରାଯିବା ଉଚିତ ନୁହେଁ ବୋଲି କେବୁଲ ଟେଲିଭିଜନ ନେଟ୍‌ଓ୍ବର୍କ ସଂଶୋଧନ ନିୟମାବଳୀରେ ବ୍ୟବସ୍ଥା ରହିଛି। ତେଣୁ ଜାତୀୟ ସୁରକ୍ଷା ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ଗଣମାଧ୍ୟମ ପ୍ଲାଟ୍‌ଫର୍ମ, ନ୍ୟୁଜ୍‌ ଏଜେନ୍ସି ଏବଂ ସୋସିଆଲ ମିଡିଆ ୟୁଜରମାନଙ୍କୁ ପ୍ରତିରକ୍ଷା ବା ସୁରକ୍ଷା ଅଭିଯାନ ସମ୍ପର୍କିତ ବିଷୟ ଉପରେ ଅତ୍ୟନ୍ତ ଦାୟିତ୍ୱବାନ୍‌ ସହ କାର୍ଯ୍ୟ କରିବା ଏବଂ ପ୍ରଚଳିତ ଆଇନ ଓ ନିୟମାବଳୀକୁ କଡ଼ାକଡ଼ି ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri