ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଗସ୍ତ: ଛାତ୍ରୀଛାତ୍ର ଅଧାରୁ ପାଠ ଛାଡିବା ଚିନ୍ତାଜନକ

ସୋନପୁର,୨୯।୧(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟପାଳ ରଘୁବର ଦାସ ସୋମବାର ଦିନିକିଆ ସୁବର୍ଣ୍ଣପୁର ଜିଲା ଗସ୍ତ କରିଥିଲେ। ବଲାଙ୍ଗୀର ଜିଲା ଗସ୍ତ ସାରି ପୂର୍ବାହ୍ନ ପ୍ରାୟ ୧୦ଟାରେ ରାଜ୍ୟପାଳ ସୋନପୁର ବ୍ଲକ ହରଡଖୋଲ ପଥପାର୍ଶ୍ୱ ସୁବିଧା କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ପରେ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା(ପିପିସି) ୨୦୨୪ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ସହ ସାମିଲ ହୋଇଥିଲେ।

ରାଜ୍ୟପାଳ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସହିତ ଏକାଠି ବସି ଭିଡିଓ କନ୍‌ଫେରେନ୍‌ସିଂ ଯୋଗେ କାର୍ଯ୍ୟକ୍ରମକୁ ଦେଖିଥିଲେ। ରାଜ୍ୟପାଳଙ୍କ ସହ କାର୍ଯ୍ୟକ୍ରମ ଦେଖି ଛାତ୍ରୀଛାତ୍ର ବେଶ ଖୁସି ଅନୁଭବ କରିଥିଲେ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ପରୀକ୍ଷା ସହ ଜଡିତ ଚାପକୁ ଦୂର କରିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ପରେ ସୋନପୁର ବ୍ଲକ ରୁଗୁଡିପାଲି ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିବା ସହ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୃକ୍ତ କର୍ମୀ ଓ ଶିଶୁଙ୍କ ମାତାପିତାଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ରେଙ୍ଗାଲି ପଞ୍ଚାୟତର ବାଙ୍କତେନ୍ତୁଳି ଗାଁକୁ ଯାଇ ଗ୍ରାମବାସୀ ଓ କୃଷକଙ୍କ ସହ ବିଭିନ୍ନ ପ୍ରସଙ୍ଗ ଏବଂ ସରକାରଙ୍କ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ମଧ୍ୟାହ୍ନରେ ରାଜ୍ୟପାଳ ବିନିକା ବ୍ଲକର କର୍ତ୍ତଙ୍ଗ ଗ୍ରାମରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ମହିଳା ସଶକ୍ତିକରଣ, କୃଷି ଓ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।
ପରେ କର୍ତ୍ତଙ୍ଗ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ମହତ୍ତ୍ୱ ସବୁଠାରୁ ଅଧିକ ବୋଲି କହିଥିଲେ। ଓଡ଼ିଶାରେ ୪୯ପ୍ରତିଶତ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡୁଛନ୍ତି। ଏହା ଚିନ୍ତାଜନକ ବିଷୟ। କେବଳ ସରକାର ଚାହିଁଲେ ହେବନି। ଜନସାଧାରଣ, ବୁଦ୍ଧିଜୀବୀ ଓ ଅଭିଭାବକ ଏଥିପାଇଁ ଆଗେଇ ଆସିବା ଉଚିତ। ଶିକ୍ଷାର ବିକାଶ ପାଇଁ ଜନଆନ୍ଦୋଳନ ସକାଶେ ରାଜ୍ୟପାଳ ଏହି ଅବସରରେ ଆହ୍ବାନ ଦେଇଥିଲେ। ସେହିପରି ନାରୀ ଶିକ୍ଷାର ପ୍ରସାର ଉପରେ ରାଜ୍ୟପାଳ ଗୁରୁତ୍ୱ ଦେବା ସହ ଝିଅ ଶିକ୍ଷିତା ହେଲେ ୨ ପରିବାର ଶିକ୍ଷିତ ଓ ସଂସ୍କାରୀ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ। ଶିକ୍ଷା ରୋଜଗାର ଆଧାରିତ ହେବା ଆବଶ୍ୟକ। ନୂଆ ଶିକ୍ଷାନୀତି ଏ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି ରାଜ୍ୟପାଳ ଆଶାପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟପାଳ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ପଚାରିଥିଲେ। ଶିକ୍ଷାବିତ୍‌ ମଧୁସୂଦନ ପତି ମୁଖ୍ୟବକ୍ତାଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଜୟନ୍ତୀ ପାଳନ କମିଟି ଅଧ୍ୟକ୍ଷ ରଘୁମଣି ଦେହୁରୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜିଲାପାଳ ବିମଳେନ୍ଦୁ ରାୟ, ପ୍ରେମାନନ୍ଦ ହୋତା ମଞ୍ଚାସୀନ ଥିଲେ। ଘାସିରାମ ପଣ୍ଡା ସଭା ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri