Posted inଜାତୀୟ

ନାଇଟ୍‌ କଲଚରକୁ ମଞ୍ଜୁରୀ ଦେଲେ ଉପରାଜ୍ୟପାଳ, ୨୪ ଘଣ୍ଟା ଖୋଲା ରହିବ ହୋଟେଲ-ରେଷ୍ଟୁରାଣ୍ଟ ସହିତ ୩୧୪ ପ୍ରତିଷ୍ଠାନ…

ନୂଆଦିଲ୍ଲୀ,୯।୧୦ : ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ରାଜଧାନୀରେ ନାଇଟ୍‌ କଲଚରକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅନୁସାରେ ହୋଟେଲ, ରେଷ୍ଟୁରାଣ୍ଟ ସହିତ ୩୧୪ ବ୍ୟବସାୟିକ ପ୍ରତିଷ୍ଠାନକୁ ୨୪ ଘଣ୍ଟା ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଏହା ଦ୍ୱାରା ଦିଲ୍ଲୀରେ ରାତ୍ରି ଜୀବନ ପୁଣି ଭଲ ହେବାକୁ ଯାଉଛି। ଉପରାଜ୍ୟପାଳଙ୍କ ସଚିବାଳୟ ଅନୁଯାୟୀ, ଏହି ଆବେଦନଗୁଡିକ ମଧ୍ୟରୁ କିଛି ୨୦୧୬ଠାରୁ ବିଚାରାଧୀନ ଥିଲା। ୭ ଦିନ ମଧ୍ୟରେ ଏଥିପାଇଁ ବିଜ୍ଞପ୍ତି ଜାରି କରାଯିବ ବୋଲି ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ହୋଟେଲ, ରେଷ୍ଟୁରାଣ୍ଟ, ଅନଲାଇନ ଖାଦ୍ୟ ବିତରଣ ଦୋକାନ, ଔଷଧ, ଲଜିଷ୍ଟିକ ଏବଂ ଅନ୍ୟାନ୍ୟ ସାଧାରଣ ଆବଶ୍ୟକତା, ଭ୍ରମଣ ଏବଂ ପରିବହନ ସେବା ଅନ୍ତର୍ଭୁକ୍ତ। ଏହା ସହିତ ଦିଲ୍ଲୀର ଶ୍ରମ ବିଭାଗ କାହିଁକି ଆବେଦନଗୁଡ଼ିକର ସମାଧାନ ପାଇଁ ଏତେ ସମୟ ନେଇଥିଲା ସେଥିପାଇଁ ଉପରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଲେଫ୍ଟନାଣ୍ଟ ରାଜ୍ୟପାଳଙ୍କ ସଚିବାଳୟ ଅନୁଯାୟୀ ମୋଟ ୩୪୬ ଟି ଆବେଦନ ବିଚାରାଧୀନ ଅଛି। ସେଥିମଧ୍ୟରୁ ୨୦୧୬ ପାଇଁ ୧୮ ଟି ଆବେଦନ, ୨୦୧୭ ବର୍ଷ ପାଇଁ ୨୬ ଟି ଆବେଦନ, ୨୦୧୮ ବର୍ଷ ପାଇଁ ୮୩ ଟି ଆବେଦନ, ୨୦୧୯ ବର୍ଷ ପାଇଁ ୨୫ ଟି ଆବେଦନ, ୨୦୨୦ର ୪ ଟି ଆବେଦନ ର୍‌, ୨୦୨୧ବର୍ଷ ପାଇଁ ୭୪ଟି ଆବେଦନ ଶ୍ରମ ବିଭାଗରୁ ଆସିଥିଲା। ଏହି ଆବେଦନକୁ କାହିଁକି ଆଗକୁ ନିଆଯାଇ ନଥିଲା ତାହାର କୌଣସି କାରଣ ନାହିଁ। ଶ୍ରମ ବିଭାଗ ଅନୁମୋଦନ ପାଇଁ କେବଳ ୨ ଟି ଆବେଦନ ପଠାଯାଇଥିଲା ଯେଉଁଥିରେ ୨୦୧୭ରେ ଗୋଟିଏ ଏବଂ ୨୦୨୧ ପାଇଁ ଗୋଟିଏ ଥିଲା। ଉପରାଜ୍ୟପାଳଙ୍କ ସଚିବାଳୟ ଅନୁଯାୟୀ, ଏସବୁ ଦୁର୍ନୀତିଗ୍ରସ୍ତ ପରମ୍ପରାକୁ ସୂଚାଉଛି।

ଉପରାଜ୍ୟପାଳ କଡା ନିର୍ଦ୍ଦେଶ ଦେଇଛନ୍ତି ଯେ ଏହିପରି ଆବେଦନଗୁଡିକ ନିର୍ଦ୍ଦିଷ୍ଟ ସମୟରେ ଶେଷ କରାଯିବା ଉଚିତ। ଯାହା ଦ୍ୱାରା ବ୍ୟବସାୟ ଏବଂ ନିବେଶକଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ଯେ ଶ୍ରମ ବିଭାଗ ନିଶ୍ଚିତ କରିବ ଯେ ଭବିଷ୍ୟତରେ ଏପରି ବିଳମ୍ବ ଯେପରି ପୁନରାବୃତ୍ତି ନହୁଏ ଏବଂ ଏକ ପ୍ରକ୍ରିୟା ପ୍ରସ୍ତୁତ କରାଯିବା ଉଚିତ ଯାହା ଦ୍ୱାରା ସମଗ୍ର ପ୍ରକ୍ରିୟା ସ୍ବଚ୍ଛ ଭାବେ କାର୍ଯ୍ୟକାରୀ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri