ସରକାରଙ୍କ ନୂଆ ଘୋଷଣା: ସହର ଛାଡ଼ି ଗାଁରେ ବିବାହ କର, ଅବିବାହିତା ଝିଅଙ୍କୁ ମିଳିବ ମୋଟା ଅଙ୍କର ଅର୍ଥ

ଟୋକିଓ,୩୦ା୮: ଜାପାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅବିବାହିତ ଝିଅମାନଙ୍କୁ ଟଙ୍କା ଦିଆଯିବା ସହ ସହର ଛାଡ଼ି ଗାଁକୁ ଯାଇ ବିବାହ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

ଗାଁରେ ମହିଳାଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି, ତେଣୁ ଜାପାନ ସରକାର ଅବିବାହିତା ଯୁବତୀଙ୍କୁ ବିବାହ ପାଇଁ ବିପୁଳ ପରିମାଣର ଅର୍ଥ ଦେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,ସରକାର ଏଭଳି ଯୁବତୀଙ୍କୁ ୭୦୦୦ ଡଲାର ପର୍ଯ୍ୟନ୍ତ ଦେଉଛନ୍ତି। ବାସ୍ତବରେ ଜାପାନର ଗ୍ରାମାଞ୍ଚଳରେ ମହିଳାଙ୍କ ସଂଖ୍ୟା କମ୍‌ ଅଟେ। ୨୦୨୦ ଜନଗଣନା ଅନୁଯାୟୀ, ଏଠାରେ ୯୧ ଲକ୍ଷ ଅବିବାହିତା ଯୁବତୀ ଥିବାବେଳେ ପୁରୁଷଙ୍କ ସଂଖ୍ୟା ହେଉଛି ୧.୧୧ କୋଟି। ସେହି ଅନୁଯାୟୀ, ମହିଳାଙ୍କ ସଂଖ୍ୟା ୨୦ ପ୍ରତିଶତ କମ୍‌ ଅଟେ। ଅନେକ କ୍ଷେତ୍ର ଅଛି ଯେଉଁଠାରେ ଏହି ପାର୍ଥକ୍ୟ ୩୦ ପ୍ରତିଶତରେ ପହଞ୍ଚିଛି।

ରିପୋର୍ଟରେ କୁହାଯାଇଛି, ଆଜିକାଲି ଝିଅମାନେ ଅଧ୍ୟୟନ ଶେଷ କରିବା ପରେ ସହରକୁ ଯାଉଛନ୍ତି, ଯେଉଁଥିପାଇଁ ଗାଁରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଇଛି। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ପ୍ରାୟ ୫.୮୭ ଲକ୍ଷ ଟଙ୍କା ଦେଉଛନ୍ତି। ଜାପାନର ଅଧିକାରୀମାନେ କହିଛନ୍ତି,ଗତ ବର୍ଷ ଏଠାରେ କେବଳ ୭୨୭,୨୭୭ଟି ଜନ୍ମ ରେକର୍ଡ କରାଯାଇଥିଲା ଏବଂ ପ୍ରଜନନ ହାର ୧.୨୦ ଥିଲା। ଏକ ଦେଶ କିମ୍ବା ଅଞ୍ଚଳର ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ଆବଶ୍ୟକ ଜନ୍ମ ହାର ହେଉଛି ୨.୧, ଅର୍ଥାତ୍‌ ପ୍ରତ୍ୟେକ ମହିଳା ହାରାହାରି ୨.୧ ସନ୍ତାନ ଜନ୍ମ କରିବା ଉଚିତ, ଏହା ସନ୍ତୁଳନ ବଜାୟ ରଖେ।

ଏହାପୂର୍ବରୁ ସ୍ବିଡେନ ମଧ୍ୟ ଏହାର ଗୋଟିଏ ନିଷ୍ପତ୍ତି ହେତୁ ଚର୍ଚ୍ଚାରେ ରହିଥିଲା। ଦେଶ ଛାଡ଼ିବାକୁ ନାଗରିକଙ୍କୁ ଟଙ୍କା ଦେବାକୁ ଏଠାରେ ସରକାର ଘୋଷଣା କରିଥିଲେ। ଶରଣାର୍ଥୀ ଏବଂ ପ୍ରବାସୀମାନେ ଦେଶ ଛାଡ଼ିବା ସମୟରେ ଭାରତୀୟ ମୁଦ୍ରାରେ ପ୍ରାୟ ୮୦ ହଜାର ଟଙ୍କା ପାଇଥାନ୍ତି। ଏହି ଟଙ୍କା ସମସ୍ତଙ୍କୁ ଥରେ ଦିଆଯାଏ । ବର୍ତ୍ତମାନ ଜାପାନରୁ ମଧ୍ୟ ଏହି ପ୍ରକାରର ଖବର ଆସୁଛି, ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri