ସରକାରଙ୍କ ନୂଆ ଘୋଷଣା: ସହର ଛାଡ଼ି ଗାଁରେ ବିବାହ କର, ଅବିବାହିତା ଝିଅଙ୍କୁ ମିଳିବ ମୋଟା ଅଙ୍କର ଅର୍ଥ

ଟୋକିଓ,୩୦ା୮: ଜାପାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅବିବାହିତ ଝିଅମାନଙ୍କୁ ଟଙ୍କା ଦିଆଯିବା ସହ ସହର ଛାଡ଼ି ଗାଁକୁ ଯାଇ ବିବାହ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

ଗାଁରେ ମହିଳାଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି, ତେଣୁ ଜାପାନ ସରକାର ଅବିବାହିତା ଯୁବତୀଙ୍କୁ ବିବାହ ପାଇଁ ବିପୁଳ ପରିମାଣର ଅର୍ଥ ଦେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,ସରକାର ଏଭଳି ଯୁବତୀଙ୍କୁ ୭୦୦୦ ଡଲାର ପର୍ଯ୍ୟନ୍ତ ଦେଉଛନ୍ତି। ବାସ୍ତବରେ ଜାପାନର ଗ୍ରାମାଞ୍ଚଳରେ ମହିଳାଙ୍କ ସଂଖ୍ୟା କମ୍‌ ଅଟେ। ୨୦୨୦ ଜନଗଣନା ଅନୁଯାୟୀ, ଏଠାରେ ୯୧ ଲକ୍ଷ ଅବିବାହିତା ଯୁବତୀ ଥିବାବେଳେ ପୁରୁଷଙ୍କ ସଂଖ୍ୟା ହେଉଛି ୧.୧୧ କୋଟି। ସେହି ଅନୁଯାୟୀ, ମହିଳାଙ୍କ ସଂଖ୍ୟା ୨୦ ପ୍ରତିଶତ କମ୍‌ ଅଟେ। ଅନେକ କ୍ଷେତ୍ର ଅଛି ଯେଉଁଠାରେ ଏହି ପାର୍ଥକ୍ୟ ୩୦ ପ୍ରତିଶତରେ ପହଞ୍ଚିଛି।

ରିପୋର୍ଟରେ କୁହାଯାଇଛି, ଆଜିକାଲି ଝିଅମାନେ ଅଧ୍ୟୟନ ଶେଷ କରିବା ପରେ ସହରକୁ ଯାଉଛନ୍ତି, ଯେଉଁଥିପାଇଁ ଗାଁରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଇଛି। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ପ୍ରାୟ ୫.୮୭ ଲକ୍ଷ ଟଙ୍କା ଦେଉଛନ୍ତି। ଜାପାନର ଅଧିକାରୀମାନେ କହିଛନ୍ତି,ଗତ ବର୍ଷ ଏଠାରେ କେବଳ ୭୨୭,୨୭୭ଟି ଜନ୍ମ ରେକର୍ଡ କରାଯାଇଥିଲା ଏବଂ ପ୍ରଜନନ ହାର ୧.୨୦ ଥିଲା। ଏକ ଦେଶ କିମ୍ବା ଅଞ୍ଚଳର ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ଆବଶ୍ୟକ ଜନ୍ମ ହାର ହେଉଛି ୨.୧, ଅର୍ଥାତ୍‌ ପ୍ରତ୍ୟେକ ମହିଳା ହାରାହାରି ୨.୧ ସନ୍ତାନ ଜନ୍ମ କରିବା ଉଚିତ, ଏହା ସନ୍ତୁଳନ ବଜାୟ ରଖେ।

ଏହାପୂର୍ବରୁ ସ୍ବିଡେନ ମଧ୍ୟ ଏହାର ଗୋଟିଏ ନିଷ୍ପତ୍ତି ହେତୁ ଚର୍ଚ୍ଚାରେ ରହିଥିଲା। ଦେଶ ଛାଡ଼ିବାକୁ ନାଗରିକଙ୍କୁ ଟଙ୍କା ଦେବାକୁ ଏଠାରେ ସରକାର ଘୋଷଣା କରିଥିଲେ। ଶରଣାର୍ଥୀ ଏବଂ ପ୍ରବାସୀମାନେ ଦେଶ ଛାଡ଼ିବା ସମୟରେ ଭାରତୀୟ ମୁଦ୍ରାରେ ପ୍ରାୟ ୮୦ ହଜାର ଟଙ୍କା ପାଇଥାନ୍ତି। ଏହି ଟଙ୍କା ସମସ୍ତଙ୍କୁ ଥରେ ଦିଆଯାଏ । ବର୍ତ୍ତମାନ ଜାପାନରୁ ମଧ୍ୟ ଏହି ପ୍ରକାରର ଖବର ଆସୁଛି, ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri