ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଚାକିରିରେ ଯୋଗଦାନ ସମୟରୁ ଏହି ନିୟମିତ ମାନ୍ୟତା ଲାଗୁ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ୨୦୨୬ ଜାନୁଆରୀ ପହିଲାରୁ ପିଛିଲା ଭାବେ କର୍ମଚାରୀଙ୍କୁ ନିୟମିତ ମାନ୍ୟତା ମିଳିବ।
୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକ ନିୟମିତ ହେବେ। ଏହାଦ୍ୱାରା ୧୩ ହଜାରରୁ ଊଦ୍ଧର୍ବ ସ୍କିମାଟିକ ଶିକ୍ଷକ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

