Posted inଜାତୀୟ

ସରକାର ତୁମେ ମାନିନିଅ

ନୂଆଦିଲ୍ଲୀ,୧୦ା୧୨: ଯୁଦ୍ଧ ଜିତିବା ପରେ ହିଁ ଘରକୁ ଫେରିବ। ତା’ ପୂର୍ବରୁ କଦାପି ନୁହେଁ। ପୁଅର ଏହି କଥା ପଞ୍ଜାବର ୭୧ ବର୍ଷୀୟ କୃଷକ ଗୁର୍‌ଦେବ ସିଂଙ୍କ କାନରେ ବାରମ୍ବାର ଗୁଞ୍ଜରିତ ହେବାରେ ଲାଗିଛି। ନଭେମ୍ବର ୨୬ରେ ପୁଅ ହିଁ ସାହସ ଦେଇଥିଲା ଦିଲ୍ଲୀକୁ ଯାଇ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ସଂଗ୍ରାମ କରିବାକୁ। ନିକଟରେ ଆଣ୍ଠୁ ଅସ୍ତ୍ରେପଚାର କରାଇଥିବା ଗୁର୍‌ଦେବ ସେଥିଲାଗି କେନ୍ଦ୍ର ଉଦ୍ଦେଶ୍ୟରେ ସ୍ଲୋଗାନ ଦେଉଛନ୍ତି ‘ଆମର ଦାବି ପୂରଣ କର’…‘ସରକାର ତୁମେ ମାନିନିଅ’।
ପଞ୍ଜାବର ଜଳନ୍ଧର ଜିଲା ସିନୁପୁର ଗ୍ରାମର ସାହସୀ ସର୍ଦ୍ଦାର ଗୁର୍‌ଦେବ ହେଉଛନ୍ତି ସିଙ୍ଗୁର ସୀମାରେ ୧୪ ଦିନ ଧରି ଜିଦ୍‌ରେ ଅଟଳ ରହିଥିବା ଶତାଧିକ ବୟୋଜ୍ୟେଷ୍ଠ କୃଷକମାନଙ୍କ ମଧ୍ୟରୁ ଅନ୍ୟତମ। ଦିନକୁ ଦିନ ଶୀତ ବଢ଼ିବାରେ ଲାଗିଥିବାବେଳେ ଶହ ଶହ ମାଇଲ ଦୂରରେ ଥିବା ପଞ୍ଜାବ ଓ ହରିୟାଣାର ଅନ୍ନଦାତା ଦାବି ପୂରଣ ନ ହେବା ଯାଏ ଘରକୁ ଫେରିବେନି ବୋଲି ଭୀଷ୍ମ ପ୍ରତିଜ୍ଞା କରିଛନ୍ତି। ଗୁର୍‌ଦେବ କହିଛନ୍ତି, ମୋର ଯାହା ମନେପଡ଼ୁଛି ଆମ ପରିବାର ପିଢ଼ି ପିଢ଼ି ଧରି ଚାଷ ଉପରେ ନିର୍ଭରଶୀଳ। ମୁଁ ଏଠାକୁ ଆମ ପୂର୍ବପୁରୁଷଙ୍କ ସମ୍ମାନ ଓ ପିଲାଛୁଆଙ୍କ ଭବିଷ୍ୟତ ପାଇଁ ଲଢ଼େଇ କରିବାକୁ ଆସିଛି। ୪ ମାସ ତଳେ ଗୁର୍‌ଦେବଙ୍କ ଦୁଇ ଆଣ୍ଠୁ ଅସ୍ତ୍ରପୋଚାର କରାଯାଇଥିଲା। ସେ ବିନା କୌଣସି ସାହାରାରେ ଚାଲିପାରୁ ନ ଥିବା ସତ୍ତ୍ୱେ ଆନ୍ଦୋଳନ ପାଇଁ ଚଟ୍ଟାଣ ଭଳି ଛିଡ଼ା ହୋଇଛନ୍ତି। କହିଛନ୍ତି, ଆମେ ଯେଉଁ ପ୍ରସଙ୍ଗ ନେଇ ଲଢ଼େଇ କରୁଛୁ ତା’ ଆଗରେ ଏହି ଅସୁବିଧା କିଛି ନୁହେଁ। ମୋ ପୁଅ କହିଛି, ବାପା ଯୁଦ୍ଧ ଜିତିବା ପରେ ହିଁ ଫେରିବ। ଏକ ଟ୍ରାକ୍ଟର ଟ୍ରଲିରୁ ତଳକୁ ଓହ୍ଲାଇବା ପାଇଁ ତାଙ୍କୁ ଦୁଇଜଣ ବ୍ୟକ୍ତି ସହାୟତା ଦେଉଥିବାବେଳେ ‘ମୁଁ ମଧ୍ୟ ସେହି ଯୋଜନା କରିଛି’ ବୋଲି କହିଛନ୍ତି ଗୁର୍‌ଦେବ।
ଦୁଇଜଣ ବନ୍ଧୁ ନୁରପୁର ଗ୍ରାମର ସଜ୍ଜନ ସିଂ ଓ ପ୍ରିତମ ସିଂଙ୍କୁ ମଧ୍ୟ ୬୦ରୁ ଊର୍ଦ୍ଧ୍ୱ ବୟସ ହେଲାଣି। ସ୍ବାସ୍ଥ୍ୟ ଖରାପ ଥାଇ ବି ଦୁହେଁ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିଛନ୍ତି। ସଜ୍ଜନଙ୍କ ହାର୍ଟ ଓ କିଡ୍‌ନୀ ଅପରେଶନ କରାଯାଇଛି। ଇତିମଧ୍ୟରେ ତାଙ୍କ ବୋହୂ ଏକ ଝିଅକୁ ଜନ୍ମ ଦେଇଛନ୍ତି। ଏହାସତ୍ତ୍ୱେ ସରକାର ଆମ ଦାବି ନ ମାନିବା ଯାଏ ଘରକୁ ଫେରିବା ପ୍ରଶ୍ନ ଉଠୁନାହିଁ ବୋଲି ସଜ୍ଜନ କହିଛନ୍ତି। ସେହିପରି ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରିତମ ହାଇପରଟେନଶନ ରୋଗରେ ପୀଡ଼ିତ। ସେ ବି ଘରକୁ ଫେରିବାକୁ ନାରାଜ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri