ସରକାରୀ କମ୍ପାନୀର ଜମି ବିକିବେ ସରକାର…

ନୂଆଦିଲ୍ଲୀ,୯।୩ : ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ (ସିପିଏସଏସ) କିମ୍ବା ସରକାରୀ ଏଜେନ୍ସି ହେଉ, ସରକାର ସେମାନଙ୍କ ଖାଲି ଜମି, କୋଠା କିମ୍ବା ସମ୍ପତ୍ତି ବିକ୍ରୟ କରି ପାଣ୍ଠି ସଂଗ୍ରହ କରିବାର ଯୋଜନା କରିଛନ୍ତି। ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ମଧ୍ୟ ଏକ କମ୍ପାନୀ ଗଠନ କରିଛନ୍ତି। ଏହି କମ୍ପାନୀର ନାମ ହେଉଛି ନ୍ୟାଶନାଲ ଲ୍ୟାଣ୍ଡ ମୋନେଟାଇଜେଶନ କର୍ପୋରେଶନ (ଏନ୍‌ଏଲ୍‌ଏମ୍‌ସି)।

ଏହି କମ୍ପାନୀ ସମ୍ପୂର୍ଣ୍ଣ ରୂପେ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟରେ ପ୍ରଥମ ଥର ଲାଗି ଏହି ଉପାୟରେ ସମ୍ପତ୍ତି ବିକ୍ରୟ ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। ଏବେ ସରକାର ଏନେଇ ଏକ କମ୍ପାନୀ ଗଠନ କରିଛନ୍ତି।

ଅର୍ଥନୈତିକ ସର୍ଭେରେ ଉଲ୍ଲେଖ ଅଛି ଯେ, ଚଳିତ ବର୍ଷ ସାଧାରଣ ବଜେଟର ଗୋଟିଏ ଦିନ ପୂର୍ବରୁ ଉପସ୍ଥାପିତ ହୋଇଥିବା ଅଥନୈତିକ ସର୍ଭେରେ ନ୍ୟାଶନାଲ ଲ୍ୟାଣ୍ଡ ମୋନେଟାଇଜେଶନ କର୍ପୋରେଶନ ଗଠନ ବିଷୟରେ ଉଲ୍ଲେଖ କରାଯାଇଛି।

ସର୍ବେକ୍ଷଣରେ ଏହା କୁହାଯାଇଛି ଯେ ୩,୪୦୦ ଏକର ଜମି ଏବଂ କେନ୍ଦ୍ରୀୟ ପିଏସୟୁର ଅନ୍ୟାନ୍ୟ ସମ୍ପତ୍ତି ବିକ୍ରୟ ପାଇଁ ପ୍ରସ୍ତାବ ଏନ୍‌ଏଲ୍‌ଏମ୍‌ସିକୁ ପଠାଯାଇଛି।

ସରକାରୀ କମ୍ପାନୀ ଯେପରିକି ଏମ୍‌ଟିଏନ୍‌ଏଲ୍‌, ବିଏସ୍‌ ଏନ୍‌ ଏଲ୍‌, ବିପିସିଏଲ୍‌, ବି ଆଣ୍ଡ୍‌ ଆର୍‌ , ବିଇଏମ୍‌ଏଲ୍‌, ଏଚ୍‌ଏମ୍‌ଟି ଲିମିଟେଡ ଏବଂ ଇନଷ୍ଟ୍ରୁମେଣ୍ଟେଶନ ଲିମିଟେଡ ଲ୍ୟାଣ୍ଡ ମୋନେଟାଇଜେଶନ କର୍ପୋରେଶନରେ ସେମାନଙ୍କର ସମ୍ପତ୍ତିର ବିବରଣୀ ଦାଖଲ କରିଛନ୍ତି।

ଅଥନୈତିକ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରୁ ୨୦୨୪-୨୫ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ସମ୍ପତ୍ତି ବିକ୍ରୟରୁ ୬ ଲକ୍ଷ କୋଟି ଟଙ୍କା ଆୟ ହେବାର ସମ୍ଭାବନା ରହିଛି। ଏଥିମଧ୍ୟରୁ ପ୍ରାୟ ୮୩ ପ୍ରତିଶତ ସମ୍ପତ୍ତି ସଡକ, ରେଳବାଇ, ବିଦ୍ୟୁତ, ତୈଳ ଏବଂ ଗ୍ୟାସ ପାଇପଲାଇନ ତଥା ଟେଲି ଯୋଗାଯୋଗ କମ୍ପାନୀର ରହିଛି। ଅନେକ ସରକାରୀ କମ୍ପାନୀ ମଧ୍ୟ ଅଛନ୍ତି, ଯେଉଁମାନଙ୍କର ପୁଞ୍ଜି ପ୍ରତ୍ୟାହାର ହୋଇଛି କିମ୍ବା ବନ୍ଦ ହୋଇଯାଇଛି।

ଏପରି କମ୍ପାନୀଗୁଡିକ ପାଇଁ ସରକାର ଗ୍ରହଣ କରିଥିବା ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନ୍ୟାଶନାଲ ଲ୍ୟାଣ୍ଡ ମୋନେଟାଇଜେଶନ କର୍ପୋରେଶନ ବୈଷୟିକ ପରାମର୍ଶ ଦେବା ସହିତ ସରକାରଙ୍କ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri