ସରକାରୀ କମ୍ପାନୀର ଜମି ବିକିବେ ସରକାର…

ନୂଆଦିଲ୍ଲୀ,୯।୩ : ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ (ସିପିଏସଏସ) କିମ୍ବା ସରକାରୀ ଏଜେନ୍ସି ହେଉ, ସରକାର ସେମାନଙ୍କ ଖାଲି ଜମି, କୋଠା କିମ୍ବା ସମ୍ପତ୍ତି ବିକ୍ରୟ କରି ପାଣ୍ଠି ସଂଗ୍ରହ କରିବାର ଯୋଜନା କରିଛନ୍ତି। ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ମଧ୍ୟ ଏକ କମ୍ପାନୀ ଗଠନ କରିଛନ୍ତି। ଏହି କମ୍ପାନୀର ନାମ ହେଉଛି ନ୍ୟାଶନାଲ ଲ୍ୟାଣ୍ଡ ମୋନେଟାଇଜେଶନ କର୍ପୋରେଶନ (ଏନ୍‌ଏଲ୍‌ଏମ୍‌ସି)।

ଏହି କମ୍ପାନୀ ସମ୍ପୂର୍ଣ୍ଣ ରୂପେ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟରେ ପ୍ରଥମ ଥର ଲାଗି ଏହି ଉପାୟରେ ସମ୍ପତ୍ତି ବିକ୍ରୟ ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। ଏବେ ସରକାର ଏନେଇ ଏକ କମ୍ପାନୀ ଗଠନ କରିଛନ୍ତି।

ଅର୍ଥନୈତିକ ସର୍ଭେରେ ଉଲ୍ଲେଖ ଅଛି ଯେ, ଚଳିତ ବର୍ଷ ସାଧାରଣ ବଜେଟର ଗୋଟିଏ ଦିନ ପୂର୍ବରୁ ଉପସ୍ଥାପିତ ହୋଇଥିବା ଅଥନୈତିକ ସର୍ଭେରେ ନ୍ୟାଶନାଲ ଲ୍ୟାଣ୍ଡ ମୋନେଟାଇଜେଶନ କର୍ପୋରେଶନ ଗଠନ ବିଷୟରେ ଉଲ୍ଲେଖ କରାଯାଇଛି।

ସର୍ବେକ୍ଷଣରେ ଏହା କୁହାଯାଇଛି ଯେ ୩,୪୦୦ ଏକର ଜମି ଏବଂ କେନ୍ଦ୍ରୀୟ ପିଏସୟୁର ଅନ୍ୟାନ୍ୟ ସମ୍ପତ୍ତି ବିକ୍ରୟ ପାଇଁ ପ୍ରସ୍ତାବ ଏନ୍‌ଏଲ୍‌ଏମ୍‌ସିକୁ ପଠାଯାଇଛି।

ସରକାରୀ କମ୍ପାନୀ ଯେପରିକି ଏମ୍‌ଟିଏନ୍‌ଏଲ୍‌, ବିଏସ୍‌ ଏନ୍‌ ଏଲ୍‌, ବିପିସିଏଲ୍‌, ବି ଆଣ୍ଡ୍‌ ଆର୍‌ , ବିଇଏମ୍‌ଏଲ୍‌, ଏଚ୍‌ଏମ୍‌ଟି ଲିମିଟେଡ ଏବଂ ଇନଷ୍ଟ୍ରୁମେଣ୍ଟେଶନ ଲିମିଟେଡ ଲ୍ୟାଣ୍ଡ ମୋନେଟାଇଜେଶନ କର୍ପୋରେଶନରେ ସେମାନଙ୍କର ସମ୍ପତ୍ତିର ବିବରଣୀ ଦାଖଲ କରିଛନ୍ତି।

ଅଥନୈତିକ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରୁ ୨୦୨୪-୨୫ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ସମ୍ପତ୍ତି ବିକ୍ରୟରୁ ୬ ଲକ୍ଷ କୋଟି ଟଙ୍କା ଆୟ ହେବାର ସମ୍ଭାବନା ରହିଛି। ଏଥିମଧ୍ୟରୁ ପ୍ରାୟ ୮୩ ପ୍ରତିଶତ ସମ୍ପତ୍ତି ସଡକ, ରେଳବାଇ, ବିଦ୍ୟୁତ, ତୈଳ ଏବଂ ଗ୍ୟାସ ପାଇପଲାଇନ ତଥା ଟେଲି ଯୋଗାଯୋଗ କମ୍ପାନୀର ରହିଛି। ଅନେକ ସରକାରୀ କମ୍ପାନୀ ମଧ୍ୟ ଅଛନ୍ତି, ଯେଉଁମାନଙ୍କର ପୁଞ୍ଜି ପ୍ରତ୍ୟାହାର ହୋଇଛି କିମ୍ବା ବନ୍ଦ ହୋଇଯାଇଛି।

ଏପରି କମ୍ପାନୀଗୁଡିକ ପାଇଁ ସରକାର ଗ୍ରହଣ କରିଥିବା ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନ୍ୟାଶନାଲ ଲ୍ୟାଣ୍ଡ ମୋନେଟାଇଜେଶନ କର୍ପୋରେଶନ ବୈଷୟିକ ପରାମର୍ଶ ଦେବା ସହିତ ସରକାରଙ୍କ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri