ଅଧିକାରୀଙ୍କ ଭୁଲ୍‌ ପାଇଁ ସରକାର ଗଣିବେ ୨୦ କୋଟିର ତଣ୍ଡ

ଭୁବନେଶ୍ୱର,୧୯।୫(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍‌ଏସ୍‌) ଅର୍ଥ କିଭଳି ଖର୍ଚ୍ଚ କରାଯିବ, ସେନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଛି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ଏହାସହିତ ମୁଖ୍ୟ ଶାସନ ସଚିବ ଓ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସି ସବୁ ବିଭାଗର ଅର୍ଥ ପରାମର୍ଶଦାତାଙ୍କୁ ସଚେତନ କରାଯାଉଛି। ହେଲେ ବାସ୍ତବ କ୍ଷେତ୍ରରେ ଅର୍ଥ ପରାମର୍ଶଦାତାମାନେ ତାଙ୍କର ଦାୟିତ୍ୱ ଠିକଣା ଭାବେ ନିର୍ବାହ କରୁ ନ ଥିବାରୁ ଏବେ ରାଜ୍ୟ ସରକାରଙ୍କୁ ପ୍ରାୟ ୨୦କୋଟି ଟଙ୍କାର ସୁଧ ଗଣିବାକୁ ପଡ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟଶାସନ ସଚିବଙ୍କୁ ଅବଗତ କରାଯିବା ପରେ ଅର୍ଥ ବିଭାଗ ପକ୍ଷରୁ ଚଳିତମାସ ୧୬ ତାରିଖରେ ପୃଥକ୍‌ ଭାବେ ବିଭାଗସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ କେନ୍ଦ୍ରୀୟ ଅର୍ଥ କିଭଳି ଠିକଣା ଭାବେ ପରିଚାଳନା ହେବ ସେନେଇ ଗୁରୁତ୍ୱ ଦିଆଯାଇଛି।
ବୈଠକର ସୂଚନା ଅନୁଯାୟୀ, କେତେକ ବିଭାଗ ବର୍ଷ ବର୍ଷ ଧରି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥକୁ ଖର୍ଚ୍ଚ କରିପାରୁ ନାହାନ୍ତି। ମାର୍ଗଦର୍ଶିକା ଅନୁଯାୟୀ ଯଦି କୌଣସି ବିଭାଗ ଠିକଣା ସମୟରେ ଖର୍ଚ୍ଚ ନ କରିବ, ତେବେ ସିଙ୍ଗିଲ ନୋଡାଲ ଆକାଉଣ୍ଟ(ଏସ୍‌ଏନ୍‌ଏ)କୁ ବଳକା ଅର୍ଥ ଫେରାଇବାକୁ ବାଧ୍ୟ। ହେଲେ ୧୫ଟି ବିଭାଗର ଅର୍ଥ ପରାମର୍ଶଦାତା ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି। ଫଳରେ ଯେତିକି ଦିନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଫେରାଇବାରେ ବିଳମ୍ବ ହୋଇଛି, ତା’ର ୭ ପ୍ରତିଶତ ସୁଧ ବାବଦକୁ ୧୫ଟି ବିଭାଗକୁ ୧୯କୋଟି ୫୮ଲକ୍ଷ ୯୪ହଜାର ୮୫୩ ଟଙ୍କାର ସୁଧ ଗଣିବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ତଥ୍ୟ ଅନୁଯାୟୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ କେନ୍ଦ୍ର ପକ୍ଷରୁ ଯେଉଁ ରାଜ୍ୟ ଭିତରେ ଖାଦ୍ୟଶସ୍ୟ ବଣ୍ଟନ ତଥା ସାଧାରଣ ସାମଗ୍ରୀ ବଣ୍ଟନ ପାଇଁ ଅର୍ଥ ଯୋଗାଣ ହୋଇଥିଲା, ତା’ର ପରିଚାଳନା ଅଭାବ ପାଇଁ ଦୁଇଟି ପର୍ଯ୍ୟାୟରେ ସୁଧ ବାବଦକୁ ୨କୋଟି ୯୬ଲକ୍ଷ ୨୦ହଜାର ୧୯୫ ଟଙ୍କା ଏବଂ ୨କୋଟି ୩ଲକ୍ଷ ୪୨ହଜାର ୧୪୩ ଟଙ୍କା ସୁଧ ଦେବାକୁ ପଡ଼ିବ। ସେହିପରି ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ଦେଇଥିବା ଅର୍ଥ ଖର୍ଚ୍ଚ ନ ହେବା ତଥା ସମୟ ଭିତରେ ଅର୍ଥ ଫେରସ୍ତ ନ ହେବା ଯୋଗୁ ୧କୋଟିି ୮୧ଲକ୍ଷ ୫୬ହଜାର ୩୭୬ଟଙ୍କାର ସୁଧ ଗଣିବାକୁ ପଡ଼ିବ। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଦୁଇଟି ପର୍ଯ୍ୟାୟରେ ୧କୋଟି ୫୪ଲକ୍ଷ ୩୮ହଜାର ଟଙ୍କା ଏବଂ ୧କୋଟି ୫୧ଲକ୍ଷ ଟଙ୍କାର ସୁଧ ଦେବାକୁ ପଡ଼ିବ। ଏହାବାଦ୍‌ କୃଷି, ଜଳସମ୍ପଦ, ପଞ୍ଚାୟତିରାଜ, ଅନୁସୂଚିତ ଜାତି ଓ ଜନଜାତି, ସ୍ବାସ୍ଥ୍ୟ, ଗୃହ, ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ବହୁ କୋଟି ଟଙ୍କାର ସୁଧ ଦିଆଯିବ। ସେସବୁ ସରକାର ଏବେ ରାଜକୋଷରୁ ଗଣିବେ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri