ଅଧିକାରୀଙ୍କ ଭୁଲ୍‌ ପାଇଁ ସରକାର ଗଣିବେ ୨୦ କୋଟିର ତଣ୍ଡ

ଭୁବନେଶ୍ୱର,୧୯।୫(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍‌ଏସ୍‌) ଅର୍ଥ କିଭଳି ଖର୍ଚ୍ଚ କରାଯିବ, ସେନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଛି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ଏହାସହିତ ମୁଖ୍ୟ ଶାସନ ସଚିବ ଓ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସି ସବୁ ବିଭାଗର ଅର୍ଥ ପରାମର୍ଶଦାତାଙ୍କୁ ସଚେତନ କରାଯାଉଛି। ହେଲେ ବାସ୍ତବ କ୍ଷେତ୍ରରେ ଅର୍ଥ ପରାମର୍ଶଦାତାମାନେ ତାଙ୍କର ଦାୟିତ୍ୱ ଠିକଣା ଭାବେ ନିର୍ବାହ କରୁ ନ ଥିବାରୁ ଏବେ ରାଜ୍ୟ ସରକାରଙ୍କୁ ପ୍ରାୟ ୨୦କୋଟି ଟଙ୍କାର ସୁଧ ଗଣିବାକୁ ପଡ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟଶାସନ ସଚିବଙ୍କୁ ଅବଗତ କରାଯିବା ପରେ ଅର୍ଥ ବିଭାଗ ପକ୍ଷରୁ ଚଳିତମାସ ୧୬ ତାରିଖରେ ପୃଥକ୍‌ ଭାବେ ବିଭାଗସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ କେନ୍ଦ୍ରୀୟ ଅର୍ଥ କିଭଳି ଠିକଣା ଭାବେ ପରିଚାଳନା ହେବ ସେନେଇ ଗୁରୁତ୍ୱ ଦିଆଯାଇଛି।
ବୈଠକର ସୂଚନା ଅନୁଯାୟୀ, କେତେକ ବିଭାଗ ବର୍ଷ ବର୍ଷ ଧରି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥକୁ ଖର୍ଚ୍ଚ କରିପାରୁ ନାହାନ୍ତି। ମାର୍ଗଦର୍ଶିକା ଅନୁଯାୟୀ ଯଦି କୌଣସି ବିଭାଗ ଠିକଣା ସମୟରେ ଖର୍ଚ୍ଚ ନ କରିବ, ତେବେ ସିଙ୍ଗିଲ ନୋଡାଲ ଆକାଉଣ୍ଟ(ଏସ୍‌ଏନ୍‌ଏ)କୁ ବଳକା ଅର୍ଥ ଫେରାଇବାକୁ ବାଧ୍ୟ। ହେଲେ ୧୫ଟି ବିଭାଗର ଅର୍ଥ ପରାମର୍ଶଦାତା ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି। ଫଳରେ ଯେତିକି ଦିନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଫେରାଇବାରେ ବିଳମ୍ବ ହୋଇଛି, ତା’ର ୭ ପ୍ରତିଶତ ସୁଧ ବାବଦକୁ ୧୫ଟି ବିଭାଗକୁ ୧୯କୋଟି ୫୮ଲକ୍ଷ ୯୪ହଜାର ୮୫୩ ଟଙ୍କାର ସୁଧ ଗଣିବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ତଥ୍ୟ ଅନୁଯାୟୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ କେନ୍ଦ୍ର ପକ୍ଷରୁ ଯେଉଁ ରାଜ୍ୟ ଭିତରେ ଖାଦ୍ୟଶସ୍ୟ ବଣ୍ଟନ ତଥା ସାଧାରଣ ସାମଗ୍ରୀ ବଣ୍ଟନ ପାଇଁ ଅର୍ଥ ଯୋଗାଣ ହୋଇଥିଲା, ତା’ର ପରିଚାଳନା ଅଭାବ ପାଇଁ ଦୁଇଟି ପର୍ଯ୍ୟାୟରେ ସୁଧ ବାବଦକୁ ୨କୋଟି ୯୬ଲକ୍ଷ ୨୦ହଜାର ୧୯୫ ଟଙ୍କା ଏବଂ ୨କୋଟି ୩ଲକ୍ଷ ୪୨ହଜାର ୧୪୩ ଟଙ୍କା ସୁଧ ଦେବାକୁ ପଡ଼ିବ। ସେହିପରି ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ଦେଇଥିବା ଅର୍ଥ ଖର୍ଚ୍ଚ ନ ହେବା ତଥା ସମୟ ଭିତରେ ଅର୍ଥ ଫେରସ୍ତ ନ ହେବା ଯୋଗୁ ୧କୋଟିି ୮୧ଲକ୍ଷ ୫୬ହଜାର ୩୭୬ଟଙ୍କାର ସୁଧ ଗଣିବାକୁ ପଡ଼ିବ। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଦୁଇଟି ପର୍ଯ୍ୟାୟରେ ୧କୋଟି ୫୪ଲକ୍ଷ ୩୮ହଜାର ଟଙ୍କା ଏବଂ ୧କୋଟି ୫୧ଲକ୍ଷ ଟଙ୍କାର ସୁଧ ଦେବାକୁ ପଡ଼ିବ। ଏହାବାଦ୍‌ କୃଷି, ଜଳସମ୍ପଦ, ପଞ୍ଚାୟତିରାଜ, ଅନୁସୂଚିତ ଜାତି ଓ ଜନଜାତି, ସ୍ବାସ୍ଥ୍ୟ, ଗୃହ, ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ବହୁ କୋଟି ଟଙ୍କାର ସୁଧ ଦିଆଯିବ। ସେସବୁ ସରକାର ଏବେ ରାଜକୋଷରୁ ଗଣିବେ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri