ଟଙ୍କା ଆଧାରିତ ଗେମିଂ ଲେଣଦେଣ ଉପରେ ବ୍ୟାନ ଲଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୯।୮: କେନ୍ଦ୍ରୀୟ କ୍ୟାବିନେଟ ଅନଲାଇନ ଗେମିଂ ବିଲକୁ ଅନୁମୋଦନ ଦେଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦ୍ରୁତ ବିକାଶଶୀଳ ଡିଜିଟାଲ ଗେମିଂ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ଏବଂ ଅନଲାଇନ ଜୁଆ (ବେଟିଂ) ଉପରେ ରୋକ ଲଗାଇବା। ସୂଚନା ଅନୁଯାୟୀ, ଏହି ବିଲ କାର୍ଯ୍ୟକାରୀ ହେବା ପରେ ଟଙ୍କା ଆଧାରିତ ସମସ୍ତ ଗେମିଂ ଲେଣଦେଣ ଉପରେ ନିଷେଧାଜ୍ଞା ଲାଗୁ ହେବ।

‘ଅନଲାଇନ ଗେମିଂ ନିୟନ୍ତ୍ରଣ ଓ ପ୍ରୋତ୍ସାହନ ଆଇନ’ ଅନୁଯାୟୀ, ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଅନଲାଇନ ରିଅଲ-ମନି ଗେମ୍‌ ପାଇଁ କୌଣସି ଆର୍ଥିକ ଲେଣଦେଣ କିମ୍ବା ଟଙ୍କା ସ୍ଥାନାନ୍ତରଣ କରିବାକୁ ଅନୁମତି ଦିଆଯିବ ନାହିଁ। ଏହା ସହିତ, ରିଅଲ-ମନି ଗେମିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଲାଗୁ ହେବ। ତେବେ, ଇ-ସ୍ପୋର୍ଟସ ଏବଂ ଟଙ୍କା ଆଧାରିତ ନୁହେଁ ଏମିତି ଦକ୍ଷତା-ଆଧାରିତ ଗେମ୍‌ଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ। ଅନିୟମିତ କିମ୍ବା ବେଆଇନ ଗେମିଂ ପ୍ଲାଟଫର୍ମ ବିରୁଦ୍ଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ବିଲ ଆସନ୍ତା ବୁଧବାର ଲୋକସଭାରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି।

୨୦୨୩ ଅକ୍ଟୋବରରୁ ଅନଲାଇନ ଗେମିଂ ପ୍ଲାଟଫର୍ମ ଉପରେ ୨୮% ଜିଏସଟି ଲାଗୁ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରୁ ଅନଲାଇନ ଗେମ୍‌ରୁ ଆୟ ଉପରେ ୩୦% ଟିଡିଏସ (ଟ୍ୟାକ୍ସ ଡିଡକ୍ଟେଡ ଆଟ ସୋର୍ସ) ଲାଗୁ ହେଉଛି। ଏହା ସହିତ ବିଦେଶୀ ଗେମିଂ ଅପରେଟରଙ୍କୁ ଭାରତୀୟ ଟ୍ୟାକ୍ସ ନେଟ୍‌ ଅଧୀନକୁ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି।

୨୦୨୩ ଡିସେମ୍ବରରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ନୂଆ ଅପରାଧିକ ଧାରା ଲାଗୁ ହୋଇଛି, ଯାହା ଅନଧିକୃତ ବାଜିକୁ ଏକ ଅପରାଧ ଭାବେ ଗଣନା କରି ଏହାକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଭାରୀ ଜରିମାନାରେ ଦଣ୍ଡନୀୟ କରିଛି।

ଭାରତୀୟ ସମ୍ବିଧାନରେ ‘ବେଟିଂ ଓ ଗ୍ୟାମ୍ବଲିଂ’ ରାଜ୍ୟ ତାଲିକା ଅଧୀନରେ ଥିବାରୁ ରାଜ୍ୟ ସରକାରମାନେ ବେଆଇନ କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସ୍ୱାୟତ୍ତଶାସିତ। ତଥାପି, କେନ୍ଦ୍ର ସରକାର ୨୦୨୨ରୁ ୨୦୨୫ ଫେବୃଆରୀ ମଧ୍ୟରେ ୧,୪୦୦ରୁ ଅଧିକ ବେଟିଂ ଓ ଗ୍ୟାମ୍ବଲିଂ ୱେବସାଇଟ ଏବଂ ଆପ୍‌କୁ ବ୍ଲକ କରିସାରିଛନ୍ତି।

ଶିକ୍ଷା ମନ୍ତ୍ରାଳୟ ନାବାଳକଙ୍କ ମଧ୍ୟରେ ଅନଲାଇନ ଗେମିଂରେ ଆସକ୍ତିର ବୃଦ୍ଧିକୁ ଦୃଷ୍ଟିରେ ରଖି ଅଭିଭାବକ ଓ ଶିକ୍ଷକମାନଙ୍କୁ ସତର୍କତା ଜାରି କରିଛି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମଧ୍ୟ ପ୍ରସାରକମାନଙ୍କୁ ଅନଲାଇନ ଗେମିଂ ସହ ଜଡ଼ିତ ଆର୍ଥିକ ଲୋଭ ଓ ଆସକ୍ତି ସମ୍ପର୍କରେ ଡିସକ୍ଲେମର ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦେଇଛି।

ଏହି ବିଲ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ (ମେଟି)କୁ ଅନଲାଇନ ଗେମିଂ କ୍ଷେତ୍ରର ନୋଡାଲ ନିୟନ୍ତ୍ରକ ଭାବେ କ୍ଷମତା ପ୍ରଦାନ କରିବ। ଏହା ଅନଧିକୃତ କିମ୍ବା ବେଆଇନ ଗେମିଂ ସାଇଟଗୁଡ଼ିକୁ ବ୍ଲକ କରିବାର ଅଧିକାର ମଧ୍ୟ ପ୍ରଦାନ କରିବ। ରିଅଲ-ମନି ଗେମିଂ ଉପରେ କଡ଼ା ସୀମା ଲଗାଇ ଏବଂ ସାରା ଦେଶ ପାଇଁ ଏକମୁଖୀ ନିୟମାବଳୀ ପ୍ରଣୟନ କରି ସରକାର ପ୍ରତାରଣା, ଆସକ୍ତି ଏବଂ ରାଜ୍ୟମାନଙ୍କ ମଧ୍ୟରେ ଆଇନଗତ ଜଟିଳତାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri