ଟଙ୍କା ଆଧାରିତ ଗେମିଂ ଲେଣଦେଣ ଉପରେ ବ୍ୟାନ ଲଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୯।୮: କେନ୍ଦ୍ରୀୟ କ୍ୟାବିନେଟ ଅନଲାଇନ ଗେମିଂ ବିଲକୁ ଅନୁମୋଦନ ଦେଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦ୍ରୁତ ବିକାଶଶୀଳ ଡିଜିଟାଲ ଗେମିଂ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ଏବଂ ଅନଲାଇନ ଜୁଆ (ବେଟିଂ) ଉପରେ ରୋକ ଲଗାଇବା। ସୂଚନା ଅନୁଯାୟୀ, ଏହି ବିଲ କାର୍ଯ୍ୟକାରୀ ହେବା ପରେ ଟଙ୍କା ଆଧାରିତ ସମସ୍ତ ଗେମିଂ ଲେଣଦେଣ ଉପରେ ନିଷେଧାଜ୍ଞା ଲାଗୁ ହେବ।

‘ଅନଲାଇନ ଗେମିଂ ନିୟନ୍ତ୍ରଣ ଓ ପ୍ରୋତ୍ସାହନ ଆଇନ’ ଅନୁଯାୟୀ, ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଅନଲାଇନ ରିଅଲ-ମନି ଗେମ୍‌ ପାଇଁ କୌଣସି ଆର୍ଥିକ ଲେଣଦେଣ କିମ୍ବା ଟଙ୍କା ସ୍ଥାନାନ୍ତରଣ କରିବାକୁ ଅନୁମତି ଦିଆଯିବ ନାହିଁ। ଏହା ସହିତ, ରିଅଲ-ମନି ଗେମିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଲାଗୁ ହେବ। ତେବେ, ଇ-ସ୍ପୋର୍ଟସ ଏବଂ ଟଙ୍କା ଆଧାରିତ ନୁହେଁ ଏମିତି ଦକ୍ଷତା-ଆଧାରିତ ଗେମ୍‌ଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ। ଅନିୟମିତ କିମ୍ବା ବେଆଇନ ଗେମିଂ ପ୍ଲାଟଫର୍ମ ବିରୁଦ୍ଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ବିଲ ଆସନ୍ତା ବୁଧବାର ଲୋକସଭାରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି।

୨୦୨୩ ଅକ୍ଟୋବରରୁ ଅନଲାଇନ ଗେମିଂ ପ୍ଲାଟଫର୍ମ ଉପରେ ୨୮% ଜିଏସଟି ଲାଗୁ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରୁ ଅନଲାଇନ ଗେମ୍‌ରୁ ଆୟ ଉପରେ ୩୦% ଟିଡିଏସ (ଟ୍ୟାକ୍ସ ଡିଡକ୍ଟେଡ ଆଟ ସୋର୍ସ) ଲାଗୁ ହେଉଛି। ଏହା ସହିତ ବିଦେଶୀ ଗେମିଂ ଅପରେଟରଙ୍କୁ ଭାରତୀୟ ଟ୍ୟାକ୍ସ ନେଟ୍‌ ଅଧୀନକୁ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି।

୨୦୨୩ ଡିସେମ୍ବରରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ନୂଆ ଅପରାଧିକ ଧାରା ଲାଗୁ ହୋଇଛି, ଯାହା ଅନଧିକୃତ ବାଜିକୁ ଏକ ଅପରାଧ ଭାବେ ଗଣନା କରି ଏହାକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଭାରୀ ଜରିମାନାରେ ଦଣ୍ଡନୀୟ କରିଛି।

ଭାରତୀୟ ସମ୍ବିଧାନରେ ‘ବେଟିଂ ଓ ଗ୍ୟାମ୍ବଲିଂ’ ରାଜ୍ୟ ତାଲିକା ଅଧୀନରେ ଥିବାରୁ ରାଜ୍ୟ ସରକାରମାନେ ବେଆଇନ କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସ୍ୱାୟତ୍ତଶାସିତ। ତଥାପି, କେନ୍ଦ୍ର ସରକାର ୨୦୨୨ରୁ ୨୦୨୫ ଫେବୃଆରୀ ମଧ୍ୟରେ ୧,୪୦୦ରୁ ଅଧିକ ବେଟିଂ ଓ ଗ୍ୟାମ୍ବଲିଂ ୱେବସାଇଟ ଏବଂ ଆପ୍‌କୁ ବ୍ଲକ କରିସାରିଛନ୍ତି।

ଶିକ୍ଷା ମନ୍ତ୍ରାଳୟ ନାବାଳକଙ୍କ ମଧ୍ୟରେ ଅନଲାଇନ ଗେମିଂରେ ଆସକ୍ତିର ବୃଦ୍ଧିକୁ ଦୃଷ୍ଟିରେ ରଖି ଅଭିଭାବକ ଓ ଶିକ୍ଷକମାନଙ୍କୁ ସତର୍କତା ଜାରି କରିଛି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମଧ୍ୟ ପ୍ରସାରକମାନଙ୍କୁ ଅନଲାଇନ ଗେମିଂ ସହ ଜଡ଼ିତ ଆର୍ଥିକ ଲୋଭ ଓ ଆସକ୍ତି ସମ୍ପର୍କରେ ଡିସକ୍ଲେମର ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦେଇଛି।

ଏହି ବିଲ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ (ମେଟି)କୁ ଅନଲାଇନ ଗେମିଂ କ୍ଷେତ୍ରର ନୋଡାଲ ନିୟନ୍ତ୍ରକ ଭାବେ କ୍ଷମତା ପ୍ରଦାନ କରିବ। ଏହା ଅନଧିକୃତ କିମ୍ବା ବେଆଇନ ଗେମିଂ ସାଇଟଗୁଡ଼ିକୁ ବ୍ଲକ କରିବାର ଅଧିକାର ମଧ୍ୟ ପ୍ରଦାନ କରିବ। ରିଅଲ-ମନି ଗେମିଂ ଉପରେ କଡ଼ା ସୀମା ଲଗାଇ ଏବଂ ସାରା ଦେଶ ପାଇଁ ଏକମୁଖୀ ନିୟମାବଳୀ ପ୍ରଣୟନ କରି ସରକାର ପ୍ରତାରଣା, ଆସକ୍ତି ଏବଂ ରାଜ୍ୟମାନଙ୍କ ମଧ୍ୟରେ ଆଇନଗତ ଜଟିଳତାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri