ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ଟେକଲା ମିଲା ଘାଟିରେ ଆଜି ଶୁକ୍ରବାର ଦେଖିବାକୁ ମିଳିଛି।

ସୂଚନା ପ୍ରକାରେ, ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ଅଧା ଗ୍ରାମ ଓ କୋଟଗଡ଼ ବ୍ଲକର ପାରିଗଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ଏହା ଏକ ମାତ୍ର ରାସ୍ତା ଅଟେ। ଟେକଲା ମିଲା ଘାଟି ଦେଇ ଉକ୍ତ ଦୁଇଟି ପଞ୍ଚାୟତକୁ ସଂଯୋଗ କରିଛି ଏହି ରାସ୍ତା। ହେଲେ ସେହି ଘାଟି ଜାଗାରେ ରାସ୍ତା ଅଣ ଓସାରିଆ ହୋଇଛି। ଉକ୍ତ ଅଣଓସାରିଆ ରାସ୍ତାରେ କେବୁଲ ବିଛାଇବା ପାଇଁ ଖୋଳି ଦିଆଯାଇଛି। ଯାହା ଫଳରେ ଦୁଇଟି ପଞ୍ଚାୟତକୁ ଯାତାୟାତରେ ଅସୁବିଧା ହେଉଛି। ଏହାକୁ ନେଇ ଗ୍ରାମବାସୀମାନେ ବିରୋଧ କରିବାରୁ ଠିକାଦାର ତାକୁ ବେଖାତିରି କରି ଓଲଟି ଧମକ ଦେଉଛି। ବିଭାଗୀୟ ଅଧିକାରୀଙ୍କ ଅଜଣାତରେ ଚାଲିଛି ଏହି ରାସ୍ତା ଖୋଳା କାର୍ଯ୍ୟ। ରାସ୍ତା ପାଶର୍‌ବରୁ ସାଢେ ପାଞ୍ଚ ଫୁଟ ଦୂରତାରେ ଏହି କାର୍ଯ୍ୟ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ଏବଂ ସରକାରୀ ନିୟମ ଅନୁସାରେ କେବୁଲ ବିଛା କାର୍ଯ୍ୟ ନକରି ମନ ମୁତାବକ କରି ଚାଲିଛନ୍ତି ଠିକାଦାର। ଏପରି ସବୁ ନିର୍ଦ୍ଦେଶକୁ ବେଖାତିରି କରି ରାସ୍ତା ଖୋଳିବାରୁ ଦୁଇ ପଞ୍ଚାୟତର ଗ୍ରାମବାସୀମାନେ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେବେ ଏହି ବାବଦରେ ଟେକଲା ମିଲା ଗ୍ରାମର ୱାର୍ଡମେମ୍ବର ସୁଶୀଲ ପାଟ ମାଝୀଙ୍କୁ ପଚାରିବାରୁ ସେ ଏହା ଘାଟି ଜାଗାର ଅଣଓସରିଆ ରାସ୍ତା ହୋଇଥିବାରୁ ରାସ୍ତାରୁ ପାର୍ଶ୍ୱଠାରୁ ସାଢେ ପାଞ୍ଚ ଫୁଟ ଛାଡି ଖୋଳି କେବୁଲ ବିଛାଇ କାମ କରିବା କଥା, କିନ୍ତୁ ଠିକାଦାର ପୁରା ରାସ୍ତାକୁ ମିଶାଇ ଖୋଳି ଚାଲିଛି। ଯାହା ଫଳରେ ଯାତାୟାତରେ ଅସୁବିଧା ହେବା ସହିତ ୧୦୮ ଆମ୍ବୁଲାନ୍ସ ମଧ୍ୟ ଆସି ପାରୁନାହିଁ। ବର୍ଷା ଦିନେ ଖୋଳା ଯାଇଥିବା ରାସ୍ତା ଧୋଇ ହୋଇ ଯାତାୟାତରେ ବନ୍ଦ ହୋଇଯିବ ବୋଲି ଅଭିଯୋଗ କରି କହିଛନ୍ତି। ସିର୍ଲା ସରପଞ୍ଚ ନୁସୁଙ୍ଗା ପାଟ ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶକୁ ପୁରା ବେଖାତିରି କରି ନିଜ ସୁବିଧା ଅନୁସାରେ ରାସ୍ତା ଖୋଳି କାର୍ଯ୍ୟ କରି ଚାଲିଛି ଠିକାଦାର। ଯାହା ଫଳରେ ଆମେ ଦୁଇ ପଞ୍ଚାୟତର ଗ୍ରାମବାସୀମାନେ ଯାତାୟାତରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ।ତୁରନ୍ତ ବିଭାଗୀୟ ଅଧିକାରୀ ଉକ୍ତ ବାବଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଆନ୍ଦୋଳନ କରିବୁ ବୋଲି କହିଛନ୍ତି। ଏହି ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଶିବ ନାରାୟଣ ସେଠୀଙ୍କୁ ପଚାରିବାରୁ ସେ ସମ୍ପୃକ୍ତ ଠିକାଦାର ଆମ ବିଭାଗକୁ ଚିଠି ମଧ୍ୟରେ ଜଣାଇ ନାହାନ୍ତି କି ବିଭାଗ ପକ୍ଷରୁ ଅନୁମତି ନେଇ ନାହିଁ ବୋଲି କହିଛନ୍ତି।ଏହି ବାବଦରେ ଠିକାଦାରଙ୍କ ମୋବାଇଲ ନମ୍ବରକୁ ଫୋନ କଲେ ମଧ୍ୟ ସେ ଫୋନ ଉଠାଉ ନଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri