ସରକାରୀ ରାସ୍ତା ଉଚ୍ଛେଦ ଦାବି, ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେସିଙ୍ଗା,୧୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶିରୋଲ ମୌଜାରେ ବିଶ୍ୱନାଥ ରାଇସ୍‌ ମିଲ୍‌ ସରକାରୀ ଗୋଚର ଓ ମୁଣ୍ଡା ଜମି ଉପରେ ବେନିୟମ ଭାବେ ରାସ୍ତା ନିର୍ମାଣ କରିଥିବାରୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାଯାଇଛି। କାଣ୍ଡେଲ-ଡୁମେରମୁଣ୍ଡାକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାଠାରୁ ବିଶ୍ୱନାଥ ରାଇସ୍‌ ମିଲ୍‌କୁ ସଂଯୋଗ ହୋଇଥିବା ସରକାରୀ ଗୋଚର ଓ ମୁଣ୍ଡା ଜମି ଉପରେ ଉକ୍ତ ରାଇସ୍‌ ମିଲ୍‌ମାଲିକ କାହାର ଆଦେଶରେ ରାସ୍ତା ନିର୍ମାଣ କରିଛନ୍ତି। ଘରୋଇ ରାସ୍ତା ନ ଥାଇ ବେନିୟମ ଭାବେ ରାସ୍ତା ନିର୍ମାଣ କରି ଯାନବାହନ ଚଳାଚଳ କରିବା ସହ ରାଇସ୍‌ ମିଲକୁ ରାଜସ୍ବ ବିଭାଗର ବିନା ଆଦେଶରେ ରାସ୍ତା ନିର୍ମାଣ କରାଯାଇଛି। ସରକାରୀ ରାସ୍ତା ନାହିଁ। ଶିରୋଲ ମୌଜା ଖାତା ନମ୍ବର ୨୮୫ ଅନୁସାରେ ଗୋଚର ଓ ମୁଣ୍ଡା କିସମ ଜମି ଉପରେ ଥିବା ପ୍ଲଟ୍‌ନମ୍ବର ୩୧,୩୨ ଓ ମୁଣ୍ଡା ପ୍ଲଟ୍‌ ନମ୍ବର ୭୨,୭୩,୭୫ ପ୍ଲଟ୍‌ ଉପରେ ମାଟି ପକାଇ ବାକୁ ଅନୁମତି ଦେଲା କିଏ। ଉକ୍ତ ରାଇସ୍‌ ମିଲ୍‌ର ଜାଗାକୁ ମିଲ୍‌ ତିଆରି କରିବା ପାଇଁ ଜମିର କିସମକୁ ଘରବାଡ଼ିରେ ପରିବର୍ତ୍ତନ କରିବା ପାଇଁ ତହସିଲଦାର ଅନୁମତି ଦେଲେ କେମିତି। ଯଦି ଉକ୍ତ ରାଇସ୍‌ ମିଲ୍‌କୁ ଘରୋଇ ରାସ୍ତା ନାହିଁ ତେବେ ସରକାରୀ ସଂସ୍ଥା ଏତେ ବଡ଼ ରାଇସ୍‌ ମିଲ୍‌କୁ ଅନୁମତି ଦେଲେ କେମିତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରାସ୍ତା ନ ଥାଇ ବ୍ୟାଙ୍କ କେମିତି ଫାଇନାନ୍ସ କଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଜିଲାପାଳ ସରକାରୀ ରାସ୍ତାକୁ ଉଚ୍ଛେଦ କରି ମୁଖ୍ୟ ରାସ୍ତା ପାଶର୍‌ବରେ ଏକ ବାଡ଼ା ନିର୍ମାଣ କରି ରାସ୍ତା ବନ୍ଧ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଶିରୋଲ ରାଜସ୍ବ ନିରୀକ୍ଷକ ଲୋହିତ ବଗର୍ତ୍ତିଙ୍କୁ ପଚାରିବାରୁ ମୁଁ ନୂଆ କରି ଶିରୋଲ ରାଜସ୍ବ କାର୍ଯ୍ୟାଳୟରେ ଯୋଗଦାନ କରିଛି। ମୋ’ ନିକଟକୁ ତଦନ୍ତ ପାଇଁ କିଛି ଅଭିଯୋଗ ଆସିନାହିଁ। ଆସିଲେ ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ ଦେବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri