ଚାଷୀଙ୍କ ପାଇଁ ସରକାରୀ ଆଳୁ ବିହନ ସଙ୍କଟ

କେନ୍ଦ୍ରାପଡ଼ା ଅଫିସ,୧୬।୧୧: କେନ୍ଦ୍ରାପଡ଼ା ଜିଲାର ଆଳୁ ଚାଷୀଙ୍କ ପାଇଁ ସରକାରୀ ବିହନ ସଙ୍କଟ ଦେଖାଦେଇଛି। ସରକାରୀ ବିହନ ଯୋଗାଣ ଅଦ୍ୟାବଧି ହୋଇ ନ ଥିବାରୁ ବଜାରରୁ ଚାଷୀ ଅଧିକ ଦାମ ଦେଇ ବିହନ କ୍ରୟ କରୁଛନ୍ତି। ଏହି ବିହନ ଦ୍ୱାରା କେତେଦୂର ସଫଳ ହେବେ ସେନେଇ ଚାଷୀମାନେ ଆଶଙ୍କା ପ୍ରକଟ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ପ୍ରତିଦିନ ୬୦୦ କୁଇଣ୍ଟାଲ ଆଳୁ ବ୍ୟବହାର ହେଉଥିଲେ ମଧ୍ୟ ପ୍ରାୟ ୭୦୦ ହେକ୍ଟର ଜମିରେ ପ୍ରତିବର୍ଷ ଆଳୁ ଚାଷ ହୋଇଥାଏ। ଚଳିତ ବଷୟ ୧ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେବ ବୋଲି ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ହେକ୍ଟର ପିଛା ୧୫ କୁଇଣ୍ଟାଲ ହିସାବରେ ଚାଷୀଙ୍କୁ ବିହନ ଆବଶ୍ୟକ। ତେବେ ଅଦ୍ୟାବଧି ଏକ କିଗ୍ରା ସରକାରୀ ବିହନ ଚାଷୀଙ୍କ ନିକଟରେ ପହଞ୍ଚତ୍ ପରିନାହିଁ।
ଜିଲା କୃଷକ ସଭା ସମ୍ପାଦକ ଗୟାଧର ଧଳ କହିଛନ୍ତି, କରୋନା ସଂକ୍ରମଣ ପାଇଁ ଫେରିଥିବା ପ୍ରବାସୀ ଚଳିତବର୍ଷ କୃଷିକୁ ଅଧିକ ଗୁରୁତ୍ୱ ଦେଇଛନ୍ତ। ତେବେ ସାମୁଦ୍ରିକ ଝଡ ୟାସ୍‌ ଓ ଗତ ଲଘୁଚାପଜନିତ ବର୍ଷା ଖରିଫ ଚାଷକୁ ଉଜାଡି ଦେଇଛି। ଆଳୁ ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ବିହନ ମିଳିନାହିଁ। ଜିଲା ଉଦ୍ୟାନ ବିଭାଗକୁ ଏ ନେଇ ଚାଷୀ ବାରମ୍ବାର ଦୌଡୁ ଥିଲେ ମଧ୍ୟ ବିହନ ଆସି ନ ଥିବା ସୂଚନା ମିଳୁଛି। ଚାଷୀଙ୍କ ହାଡଭଙ୍ଗା ପରିଶ୍ରମ ବିହନ ବିହୁନେ ନଷ୍ଟ ହୋଇଯାଉଛି। ବଜାରରେ ବିହନ କିଗ୍ରା ୪୫ ଟଙ୍କା ଥିବା ବେଳେ ସରକାରୀ ବିହନ କିଗ୍ରା ପ୍ରତି ୧୧.୨୫ ପଇସାରେ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି। ଡେରାବିଶ ବ୍ଲକ କୁଶିଆପାଳ ଗଁାର ଚାଷୀ ସୁନାକର ରାଉତ କହିଛନ୍ତି, ଆଳୁ ଦରରେ ଏବେ ପକ୍ଷୀ ଲାଗିଛି। ପ୍ରତିଦିନ ଦାମ ଅଧିକ ହେଉଛି। ଏଥିପାଇଁ ଚାଷୀ ଆଳୁ ଲଗାଇବା ପାଇଁ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ରଖିଥିଲେ ମଧ୍ୟ ବିହନ ମିଳୁନାହିଁ। ବଜାରର ବିହନ ଉପରେ ଭରସା ନ ଥିବା କହିଥିବା ବେଳେ ୧୩ ଏକର ଜମିରେ ଆଳୁ ଚାଷ କରିବେ ବୋଲି ସେ କହିଛନ୍ତି। କୃଷକ ନେତା ବିଧୂ ଭୂଷଣ ମହାପାତ୍ର କୁହନ୍ତି, ୨୦୧୫ ମସିହାରେ ସରକାର ଆଳୁ ମିଶନ କାର୍ଯ୍ୟକାରୀ କଲେ। ଇତିମଧ୍ୟରେ ୬ ବର୍ଷ ପୂରଣ ହେବ। ତେବେ ଜିଲାରେ ଶୀତଳଭଣ୍ଡାର ଗଠନ ସମ୍ପର୍କରେ କୌଣସି ସୂଚନା ନାହିଁ। ଶୀତଳଭଣ୍ଡାର ନ ଥିଲେ ଆଳୁ ସଂରକ୍ଷଣ ଅସମ୍ଭବ। ତୁରନ୍ତ ଆଳୁ ବିହନ ଚାଷୀଙ୍କୁ ଯୋଗାଣ ସହ ଶୀତଳଭଣ୍ଡାର ଗଠନ ସମ୍ପର୍କରେ ଜିଲା ପ୍ରଶାସନ ନିଷ୍ପତ୍ତି ନେବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ କନ୍ଧ ଜେନାଙ୍କୁ ପଚାରିବାରେ ବିହନ ପାଇଁ ଚିଠା ପଠା ଯାଇଛି। ଜିଲାକୁ ଆସିନାହିଁ। ଆସନ୍ତା ବୁଧବାର ସୁଦ୍ଧା ବିହନ ପହଞ୍ଚତ୍ ଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri