‘ସରକାରୀ ଯୋଜନା ଲୋକଙ୍କ ପାଖେ ପହଞ୍ଚାଇବି’

ଗଞ୍ଜାମ, ୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ନବ ନିର୍ବାଚିତ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ଏହି ଅବସରରେ ସେ ଅଞ୍ଚଳର ସହ ସରକାରୀ ଯୋଜନା କିପରି ଲୋକଙ୍କ ପାଖେ ପହଞ୍ଚି ପାରିବ ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ବିଡିିଓ ବିଶ୍ୱଜିତ ରାଏ, ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପହାନ ପୂର୍ବତନ ସରପଞ୍ଚ ନିରଞ୍ଜନ ରେଡ୍ଡୀ ପୂର୍ବତନ ସମିତି ସଭ୍ୟ କୈଳାଶ ସ୍ବାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର ଭାଗ୍ୟ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ l